Advertisment

Camel Dies : ଓଟର ଦୁଃଖ କାହାଣୀ, ମାଲିକ ଛାଡ଼ି ଚାଲିଗଲା, ଝୁରି ଝୁରି ମରିଗଲା

ନିରୀହ ପଶୁଟି ଆଖିରୁ ଝରି ପଡୁଛି ଲୁହ। ତା ଶରୀରରୁ ଲୋମ ଝଡ଼ି ଯାଇଛି ଆଉ ଦେଖାଯାଉଛି କଙ୍କାଳ। ବର୍ଷା ରକ୍ଷା ପାଇବାକୁ ଚେଷ୍ଟା କଲେ ମଧ୍ୟ ଗୋଡ଼ ତା ସାଥ ଦେଉନି। ସେ କଥା ସିନା କହିପାରୁନି ହେଲେ ତା କରୁଣ ମୁହଁରୁ, ତା ମନରେ ଭରି ରହିଥିବା ଦୁଃଖ ଓ କଷ୍ଟ ସ୍ପଷ୍ଟ ବାରି ହୋଇପଡୁଛି ।

author-image
Manasranjan Mohanty
camel death

camel death

ନିରୀହ ପଶୁଟି ଆଖିରୁ ଝରି ପଡୁଛି ଲୁହ। ତା ଶରୀରରୁ ଲୋମ ଝଡ଼ି ଯାଇଛି ଆଉ ଦେଖାଯାଉଛି କଙ୍କାଳ। ବର୍ଷା ରକ୍ଷା ପାଇବାକୁ ଚେଷ୍ଟା କଲେ ମଧ୍ୟ ଗୋଡ଼ ତା ସାଥ ଦେଉନି। ସେ କଥା ସିନା କହିପାରୁନି ହେଲେ ତା କରୁଣ ମୁହଁରୁ, ତା ମନରେ ଭରି ରହିଥିବା ଦୁଃଖ ଓ କଷ୍ଟ ସ୍ପଷ୍ଟ ବାରି ହୋଇପଡୁଛି। ଆସହାୟ ଭଳି ପଡ଼ିରହି ସେ ତା ମୃତ୍ୟୁକୁ ଅପେକ୍ଷା କରିଛି। ସତରେ ମଣିଷ ଗୁଡ଼ା କଣ ଏତେ ସ୍ୱାର୍ଥପର। ତାଙ୍କ ସ୍ୱାର୍ଥ ପୁରଣ ହେଲେ ସେ କଣ ଭୁଲି ଯାଆନ୍ତି ମଣିଷପଣିଆ। ନହେଲେ କଣ ଭୁଲ ଥିଲା ଏହି ନିରିହ ଓଟର ? ଯେଉଁଥିପାଇଁ ଆଜି ତାର ଏ ଅବସ୍ଥା ? ତା ଭୁଲ କଣ ଏଇଆ ଥିଲା ସେ ତା ମାଲିକକୁ ଏତେ ଭଲ ପାଉଥିଲା ?

Advertisment

ଖରା, ବର୍ଷା, ଶୀତକୁ ଖାତିର ନକରି ମାଲିକ ପାଇଁ ଟଙ୍କା ରୋଜଗାରର ମାଧ୍ୟମ ସାଜିଥିଲା ? ବୁଢା ହୋଇଯାଇଥିଲେ ମଧ୍ୟ, ଯାତ୍ରୀଙ୍କୁ ପିଠିରେ ବସାଇ ମନୋରଞ୍ଜନ କରୁଥିଲା। ଆଉ ମାଲିକକୁ ମୋଟା ରୋଜଗାର ଦେଉଥିଲା। ବୋଧହୁଏ ତାକୁ ଏସବୁ ଭୁଲର ଶାସ୍ତି ତା ମାଲିକ ଦେଲା। ଆଉ ତା ରୋଗିଣା ଅବସ୍ଥାରେ ଏମିତି ଅଲୋଡ଼ା କରି ଛାଡ଼ିଦେଇ ଚାଲିଗଲା। ଦର୍ଶକବନ୍ଧୁ, ଏ କାହାଣୀ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଟେଲିଘନାର ଏକ ଆମ୍ୱ ବଗିଚାରେ ବନ୍ଧା ହୋଇଥିବା ଏହି ଓଟଟିର। ପରିଣତ ବୟସରେ ଅସୁସ୍ଥ ହେବା ଯୋଗୁ ମାଲିକ ତାକୁ ଛାଡି ଚାଲିଯାଇଛି। ଆଉ ମାଲିକକୁ ଝୁରି ଝୁରି ୫ଦିନ ଧରି ବର୍ଷାରେ ଆଖିଆ ଅପିଆ ପଡିରହିବା ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛି ।

ନିର୍ଦୟତାର ଏକ କରୁଣ ଚିତ୍ର। ସ୍ଥାନୀୟ ଲୋକ କହିବା ମୁତାବକ କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ଓଟ ଟିକୁ ରାଜଗାଙ୍ଗପୁର କୁତ୍ରା ଅଞ୍ଚରେ ଘର ଘର ବୁଲାଇ ଟଙ୍କା ରୋଜଗାର କରୁଥିଲା। ହେଲେ ଓଟଟି ଦୁର୍ବଳ ହୋଇଯିବାରୁ ମାଲିକ ଡାକ୍ତର ଡାକିବାକୁ ଯାଉଛି ବୋଲି କହି ଆଉ ଫେରିନଥିଲା। ଆଉ ବର୍ଷାରେ ୫ଦିନ ଧରି ଅଖିଆ ଅପିଆ ପଡିରହି ମାଲିକ ଫେରିବା ବାଟକୁ ଅନାଇଥିଲା ଓଟଟି। ସୂଚନା ପାଇ BDO ଓ ପ୍ରାଣୀ ଚିକିତ୍ସକ ପହଞ୍ଚିଥିଲା ଓଟଟିର ଚିକିତ୍ସା କରିଥିଲେ। ବର୍ଷାରୁ ରକ୍ଷା ପାଇଁ ଅସ୍ଥାୟୀ ଶେଡ଼ ନିର୍ମାଣ କରାଯାଇଥିଲା। କିନ୍ତୁ ସବୁ ପ୍ରୟାସ ସ୍ଵତ୍ତ୍ୱେ ଓଟର ମୃତ୍ୟୁ ଘଟିଲା। ପରେ ଶବ ବ୍ୟବଛେଦ ପରେ ବ୍ଲକ ପ୍ରଶାସନ ତରଫରୁ ଓଟଟିକୁ ପୋତି ଦିଆଯାଇଛି ।

Advertisment

ଏକମାସ ଧରି ଫୁସଫୁସ ସଂକ୍ରମଣରେ ପିଡିତ ଥିଲା ଓଟଟି। ହେଲେ ନିଷ୍ଠୁର ମାଲିକ ତାର ଚିକିତ୍ସା କରାଇ ନଥିଲା। ଫଳରେ ଗୁରୁତର ହୋଇପଡ଼ିଥିଲା ସିଏ। ଠିକ ସମୟରେ ଚିକିତ୍ସା କରିଥିଲେ ଓଟଟି ସମ୍ପୁର୍ଣ୍ଣ ସୁସ୍ଥ ହୋଇପାରିଥାନ୍ତା ବୋଲି କହିଛନ୍ତି ପ୍ରାଣୀ ଚିକିତ୍ସକ ।

Death Neglect Old Camel
Advertisment
Related Articles
Advertisment