• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚଳିତ ଆଇପିଏଲରେ ଖେଳକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ବଢୁଥିବା ବେଳେ ଟିମ୍ ଇଣ୍ଡିଆର ଦୁଇ ପୂର୍ବତନ କ୍ୟାପଟେନଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀ କ୍ୟାପିଟାଲ୍ସ(Delhi Capitals) ଡାଇରେକ୍ଟର ସୌରଭ ଗାଙ୍ଗୁଲି ଓ ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର(RCB)ର ଷ୍ଟାର ପ୍ଲେୟାର ବିରାଟ କୋହଲିଙ୍କ ମଧ୍ୟରେ ସବୁକିଛି ଠିକଠାକ୍ ନଥିବା ସୂଚନା ମିଳିଛି । ଉଭୟ ସେଲିବ୍ରିଟି ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ କରିବା ପରେ ପଦାରେ ପଡ଼ିଛି କୋହଲି-ଗାଙ୍ଗୁଲି ଫାଟ ।

ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ବିବାଦ । ପରସ୍ପରକୁ ଆଡ଼ ଆଖିରେ ଚାହୁଁନାହାନ୍ତି ଦୁଇ ପୂର୍ବତନ କ୍ୟାପଟେନ୍ । ସୋସିଆଲ ମିଡିଆରେ ବି ସ୍ପଷ୍ଟ ହୋଇଗଲା- ଚରମ ସ୍ଥିତିରେ ତିକ୍ତତା । ଆଇପିଏଲର ଷୋଡ଼ଶ ସଂସ୍କରଣରେ ଖେଳକୁ ନେଇ ରୋମାଞ୍ଚ ଶିଖର ଛୁଇଁଥିବା ବେଳେ, ଏବେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲିଙ୍କ ମଧ୍ୟରେ ତିକ୍ତ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା। 

ଅଧିକ ପଢ଼ନ୍ତୁ: କୋହଲି କାହିଁକି ପିନ୍ଧନ୍ତି ୧୮ ନଂ ଜର୍ସି ? ଜାଣନ୍ତୁ ଏହା ପଛର ସତ...

ସୋସିଆଲ ମିଡିଆରେ ଏବେ ଦୁଇଟି ଭିଡିଓ ଭାଇରାଲ ହେଉଛି । ଗତ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ବାଙ୍ଗାଲୋର ଚିନ୍ନାସ୍ବାମୀ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ କୋହଲି ଏକ କ୍ୟାଚ୍ ଧରିବା ପରେ ଦିଲ୍ଲୀ ଡ୍ରେସିଂ ରୁମ ଆଡକୁ ଅନାଇଥିଲେ ।  ଏହି ସମୟରେ ଦିଲ୍ଲୀ ଡ୍ରେସିଂ ରୁମ୍‌ରେ ହେଡ୍ କୋଚ୍ ରିକି ପଣ୍ଟିଂ ଓ ଡାଇରେକ୍ଟର ସୌରଭ ଗାଙ୍ଗୁଲି ଉପସ୍ଥିତ ଥିଲେ । କୋହଲିଙ୍କ ଚାହାଣୀରୁ ଜଣାପଡୁଥିଲା ଯେ, ସେ କିଛି ଜଣାଇବାକୁ ଚାହୁଁଛନ୍ତି। 

ସେପଟେ ଅନ୍ୟ ଏକ ଭିଡିଓରେ ସୋମବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲସ ଓ ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚ ପରେ ଗାଙ୍ଗୁଲି ଜାଣିଶୁଣି କୋହଲିଙ୍କୁ ଅଣଦେଖା କରିଥିବା ଚର୍ଚ୍ଚା ହେଉଛି । ପଡ଼ିଆ ମଧ୍ୟରେ ଖେଳାଳି ଓ କୋଚ ପରସ୍ପର ସହ ହାତ ମିଳାଉଥିବାବେଳେ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବିରାଟ କୋହଲିଙ୍କ ଆଡକୁ ଅନାଇ ନଥିଲେ ।

କେବଳ ପଡ଼ିଆ ଭିତରେ ଦୁହିଁଙ୍କ ଭିତରେ ଦେଖାଦେଇଥିବା ତିକ୍ତତା ସୀମିତ ନାହିଁ । ସୋସିଆଲ ମିଡିଆରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଟିମ୍ ଇଣ୍ଡିଆର ଦୁଇ ପୂର୍ବତନ କ୍ୟାପଟେନ୍ ପରସ୍ପରକୁ ଇନଷ୍ଟାଗ୍ରାମରେ ଅନ୍‌ଫଲୋ କରିଛନ୍ତି । କିନ୍ତୁ କାହିଁକି ସେମାନେ ଏପରି କରିଛନ୍ତି ଏନେଇ ଉଭୟ ନିରବ । କିନ୍ତୁ ସେମାନଙ୍କ ହାବଭାବରୁ ଜଣାପଡୁଛି ଯେ, ସେମାନଙ୍କ ଭିତରେ ସବୁକିଛି ଠିକ୍ ଚାଲିନାହିଁ । ବିସିସିଆର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ଇନଷ୍ଟାଗ୍ରାମରେ ତିରିଶ ଲକ୍ଷ ଫଲୋଅର ଥିବା ବେଳେ, ସେ ୧୦୬ଜଣଙ୍କୁ ଫଲୋ କରିଥାନ୍ତି । ଅନ୍ୟପକ୍ଷରେ ଇନଷ୍ଟାଗ୍ରାମରେ କୋହଲିଙ୍କ ବେଶ ଲୋକପ୍ରିୟତା ରହିଛି । ତାଙ୍କର ୨୪ କୋଟି ୬୦ ଲକ୍ଷ ଫଲୋଅର ଥିବା ବେଳେ ସେ ୨୭୬ ଜଣଙ୍କୁ ଫଲୋ କରିଥାନ୍ତି ।

ବିରାଟ କୋହଲି ଓ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଦେଖା ଦେଇଥିବା ତିକ୍ତତାକୁ ନେଇ ଏବେ ଚର୍ଚ୍ଚା ହେଉଥିବା ବେଳେ ପୂର୍ବରୁ ମଧ୍ୟ ସେମାନେ ପରସ୍ପର ବିରୋଧରେ ଖୋଲାଖୋଲି ବୟାନ ବାଜି କରିଥିଲେ।

କାହିଁକି ଓ କେବେଠୁ କୋହଲି-ଗାଙ୍ଗୁଲି ସଂପର୍କରେ ଫାଟ ଦେଖାଦେଇଛି ? ୨୦୨୧ ପରଠାରୁ ଘନଉଛି କି ବିବାଦ? ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ତତକାଳୀନ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ମଧ୍ୟରେ ୨୦୨୧ ପରଠାରୁ ତିକ୍ତତା ଘନେଇଛି । ସେହି ବର୍ଷ ଶେଷ ଆଡକୁ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଏହା ସାମ୍ନାକୁ ଆସିଥିଲା । ଦୁହିଁଙ୍କ ମଧ୍ୟରେ ସେମାନଙ୍କ ପ୍ରତିଷ୍ଠାକୁ ନେଇ ପ୍ରବଳ ଅହଂକାର ଥିବା ଚର୍ଚ୍ଚା ହେଉଥିଲା ।  

ଦୁହିଁଙ୍କ ଭିତରେ ସମ୍ପର୍କ ଠିକଠାକ୍ ଚାଲି ନଥିବା ପୂର୍ବତନ ସିଲେକ୍ଟର ଚେତନ ଶର୍ମା ମଧ୍ୟ କହିଥିଲେ । ୨୦୨୧ ଟି-ଟ୍ବେଣ୍ଟି ବିଶ୍ବକପ୍ ପୂର୍ବରୁ କୋହଲି ଟିମ୍ ଇଣ୍ଡିଆ କ୍ୟାପଟେନ୍ ଦାୟିତ୍ବରୁ ଓହରି ଯାଇଥିଲେ । ଏହାପରେ ବିସିସିଆଇ ପକ୍ଷରୁ ତାଙ୍କୁ କ୍ୟାପଟେନ୍ ଦାୟିତ୍ବ ବଜାୟ ରଖିବାକୁ କୁହାଯାଇଥିବା । କିନ୍ତୁ ତାଙ୍କୁ କେହି କିଛି କହି ନଥିବା ଗଣାମାଧ୍ୟମକୁ ଜଣାଇଥିଲେ ବିରାଟ । ତା’ ପରଠାରୁ ଗାଙ୍ଗୁଲି କିମ୍ବା କୋହଲି ଏ ସମ୍ପର୍କରେ ଖୋଲାଖୋଲି କହି ନଥିଲେ ମଧ୍ୟ ସେମାନଙ୍କ ସମ୍ପର୍କକୁ ନେଇ ଏବେ ବି ଜାରି ରହିଛି ଚର୍ଚ୍ଚା।