Advertisment

Gill To Debut as Captain:ଟିମ ଇଣ୍ଡିଆର ଭାର ସମ୍ଭାଳିବେ ପ୍ରିନ୍ସ, ଆରମ୍ଭ ହେଲା ନୂଆ ଯୁଗ

ଭାରତୀୟ କ୍ରିକେଟର ପ୍ରିନ୍ସ ଭାବେ ପରିଚିତ ଶୁବମନ ଗିଲ। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଗିଲଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ଶୁକ୍ରବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଗିଲଙ୍କ କ୍ୟାପଟେନ୍ସି ଡେବ୍ୟୁ ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
shubman gill

shubman gill

Advertisment

ଭାରତୀୟ କ୍ରିକେଟର ପ୍ରିନ୍ସ ଭାବେ ପରିଚିତ ଶୁବମନ ଗିଲ। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଗିଲଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ଶୁକ୍ରବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଗିଲଙ୍କ କ୍ୟାପଟେନ୍ସି ଡେବ୍ୟୁ ହେବାକୁ ଯାଉଛି। ଅତୀତରେ ଗିଲ ୨୦୨୪ରେ ଜିମ୍ବାୱେ ଗସ୍ତରେ ଭାରତୀୟ ଟି-ଟ୍ବେଣ୍ଟି ଦଳର ନେତୃତ୍ବ ନେଇଥିବା ବେଳେ ଏବେ ଆଇପିଏଲ୍ ଟିମ୍ ଗୁଜରାଟ ଟାଇଟାନ୍ସର କ୍ୟାପଟେନ୍ ଅଛନ୍ତି। ଗତ ଚାମ୍ପିୟନ୍ସ ଟ୍ରଫି ବେଳେ ସେ ଟିମ୍ ଇଣ୍ଡିଆର ଉପଅଧିନାୟକ ମଧ୍ୟ ଥିଲେ। ହେଲେ ପ୍ରଥମ ଥର ଲାଗି ସେ ରେଡ୍ ବଲ ଫର୍ମାଟରେ ଭାରତୀୟ ଦଳର ନେତୃତ୍ବ ନେବେ।

Advertisment

ଅଧିକ ପଢ଼ନ୍ତୁ: ଆଇପିଏଲ ପ୍ରଦର୍ଶନକୁ ନେଇ ଖଣ୍ଡାଧାରରେ ୩ ଖେଳାଳିଙ୍କ ଭାଗ୍ୟ, ଟିମ ଇଣ୍ଡିଆରୁ ଡ୍ରପ ହୋଇ ପାରନ୍ତି

ଗିଲଙ୍କ ନେତୃତ୍ବରେ ଭାରତୀୟ ଦଳ ଖେଳିବାକୁ ଯାଉଥିବା ବେଳେ ଦଳ ପାଇଁ ବଡ ଚ୍ୟାଲେଞ୍ଜ ରହିଛି। ଦଳରେ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରେ କେବଳ ଲୋକେଶ ରାହୁଲ ଓ ଯଶପ୍ରୀତ ବୁମରା ରହିଛନ୍ତି। ଅନ୍ୟ ସମସ୍ତ ଖେଳାଳିଙ୍କ ପାଖରେ ଅଧିକ ଟେଷ୍ଟ ଖେଳିବାର ଅଭିଜ୍ଞତା ନାହିଁ। ଅନ୍ୟ ପକ୍ଷରେ ଗିଲଙ୍କ ନିକଟରେ ମଧ୍ୟ ଅଧିକ ଟେଷ୍ଟର ଅଭିଜ୍ଞତା ନାହିଁ। ୨୦୨୦-୨୧ରେ ଡେବ୍ୟୁ କରିଥିବା ଶୁବମନ ଏ ପର୍ଯ୍ୟନ୍ତ ୩୨ଟି ଟେଷ୍ଟରୁ ୧୮୯୩ ରନ୍ କରିଛନ୍ତି । ଏଥିରେ ୫ ସେଞ୍ଚୁରୀ ସହ ୭ଟି ହାଫ୍ ସେଞ୍ଚୁରୀ ରହିଛି।

Advertisment

ଭାରତୀୟ ଦଳରୁ ବିରାଟ କୋହଲି, ରୋହିତ ଶର୍ମାଙ୍କ ଭଳି ଖେଳାଳି ଅବସର ନେଇଥିବା ବେଳେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। କରୁଣ ନାୟାର ଦୀର୍ଘ ୮ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଇଂଲଣ୍ଡର ସୁଇଁ ଓ ସିମିଙ୍ଗ କଣ୍ଡିସନରେ ସେ କିଭଳି ଖେଳୁଛନ୍ତି ତା ଉପରେ ନଜର ରହିବ। ସେହିପରି ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ସେବାରୁ ମଧ୍ୟ ଭାରତ ବଞ୍ଚିତ ହେବ। ଟେଷ୍ଟରେ ଭାରତର ଦ୍ବିତୀୟ ସର୍ବାଧିକ ୱିକେଟ ହାସଲକାରୀ ରହିଥିବା ଅଶ୍ବିନଙ୍କୁ ଭାରତ ନିଶ୍ଚିତ ଭାବେ ମିସ କରିବ।

ଅନ୍ୟ ପକ୍ଷରେ ଇଂଲଣ୍ଡର ବୋଲିଂ ପୂର୍ବ ପରି ଶକ୍ତିଶାଳୀ ରହି ନାହିଁ। ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡଙ୍କ ପରି ଖେଳାଳିଙ୍କ ଅବସର ପରେ ଇଂଲଣ୍ଡ ସାମାନ୍ୟ ଦୁର୍ବଳ ମନେ ହେଉଛି।

Advertisment

ଅଧିକ ପଢ଼ନ୍ତୁ: ‘ପ୍ରିୟ କ୍ରିକେଟ୍, ଦୟାକରି ମୋତେ ଆଉ ଏକ ସୁଯୋଗ ଦିଅ’

India Vs England Shubman Gill Indian Captain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ