/odishatv-khabar/media/post_attachments/uploadimage/library/16_9/16_9_0/shreyas__1757234296.jpg)
shreyas
ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ବ । ବିସିସିଆଇ ଟିମ୍ ଶ୍ରେୟସ ଆୟରଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ଭାରତ-A ଦଳର ଅଧିନାୟକ କରାଯାଇଛି।
ସେପ୍ଟେମ୍ବର ୯ରୁ ଏସିଆ କପ ଆରମ୍ଭ ହେବ। ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଏସିଆ କପ ସ୍କ୍ୱାଡରୁ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ବାଦ ଦିଆଯିବାରୁ ଏହାକୁ ନେଶ ବିବାଦ ହୋଇଥିଲା। ଶ୍ରେୟସ ଆୟରଙ୍କୁ ବିସିସିଆଇ କାହିଁକି ଟି-୨୦ ସ୍କ୍ୱାଡରୁ ବାଦ ଦେଲା ବୋଲି ପ୍ରଶ୍ନ ଉଠାଇଥିଲେ କ୍ରିକେଟ ପଣ୍ଡିତ।
ଭାରତୀୟ ଏ ଟିମର ଅଧିନାୟକ ଭାବେ ଶ୍ରେୟସ ଆୟର ନିଯୁକ୍ତି ପାଇଛନ୍ତି। ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ୧୫ ଜଣିଆ ଇଣ୍ଡିଆ ଏ ଟିମର ନେତୃତ୍ୱ ଶ୍ରେୟସ ଆୟର ନେବେ। ଭାରତ ଏ ଓ ଅଷ୍ଟ୍ରେଲିଆ ଏ ମଧ୍ୟରେ ୨ଟି ୪ ଦିନ ବିଶିଷ୍ଟ ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯିବ। ଏଥିପାଇଁ ଆୟରଙ୍କ ନେତୃତ୍ୱରେ ଭାରତୀୟ ଏ ଟିମର ଘୋଷଣା କରାଯାଇଛି।
ଏହି ସିରିଜ ସେପ୍ଟେମ୍ବର ୧୬ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ରେ କେଏଲ ରାହୁଲ ଓ ମହମ୍ମଦ ସିରାଜ ଖେଳିବେ ନାହିଁ। କିନ୍ତୁ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେଉଥିବା ଦ୍ୱିତୀୟ ମ୍ୟାଚ୍ରେ ଉଭୟ ସ୍କ୍ୱାଡରେ ସାମିଲ ହେବେ। କିନ୍ତୁ ଆୟର ଉଭୟ ମ୍ୟାଚ୍ରେ ଦଳର କମାଣ ସମ୍ଭାଳିବେ।
ଆୟରଙ୍କ ନେତୃତ୍ୱରେ ଘୋଷଣା ହୋଇଥିବା ଇଣ୍ତିଆ ଏ’ ଉଭୟ ଅଭିଜ୍ଞ ଓ ଯୁବ ପ୍ରତିଭାଙ୍କୁ ସୁଯୋଗ ମିଳିଛି। ଟିମରେ ଧ୍ରୁବ ଜୁରେଲ ଉପ ଅଧିନାୟକ ଓ ୱିକେଟ କିପର ଭୂମିକାରେ ରହିବେ। ଦଳରେ ଓପନର ବ୍ୟାଟର ଅଭିମନ୍ୟୁ ଈଶ୍ୱରନ ଓ ଦେବଦତ୍ତ ପାଡିକ୍କଲ ରହିଛନ୍ତି। ଏମାନଙ୍କ ସହ ସାଇ ସୁଦର୍ଶନ ଓ ଆୟୁଷ ବଦୋନିଙ୍କୁ ମଧ୍ୟ ସ୍କ୍ୱାଡରେ ରଖାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)