Advertisment

Chennai Super Kings Captaincy Controversy: ଫୁଟବଲ ଖେଳିଲେ ଋତୁରାଜ, ଧୋନୀଙ୍କ ଉପରେ କ୍ୟାପଟେନ୍ସି ଛଡାଇ ନେବାର ଅଭିଯୋଗ

କହୁଣୀରେ ଫ୍ରାକଚର କାରଣରୁ ଋତୁରାଜ ଆସନ୍ତା ସିଜନ ପାଇଁ ବାଦ ପଡିଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ପୁନର୍ବାର ଅଧିନାୟକ ଦାୟିତ୍ବ ପ୍ରଦାନ କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ଇଣ୍ଟରନେଟରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Ruturaj

Ruturaj

Advertisment

ନିକଟରେ ଆଇପିଏଲର ସଫଳତମ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ ଏହାର ଅଧିନାୟକ ପରିବର୍ତ୍ତନ ନେଇ ଘୋଷଣା କରିଥିଲା। ଚଳିତ ସିଜନ ପାଇଁ ଅଧିନାୟକ ରହିଥିବା ଋତୁରାଜ ଗାଏକ୍ବାଡ ଅଧିନାୟକ ପଦରୁ ବାଦ ପଡିଥିଲେ। କହୁଣୀରେ ଫ୍ରାକଚର କାରଣରୁ ଋତୁରାଜ ଆସନ୍ତା ସିଜନ ପାଇଁ ବାଦ ପଡିଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ପୁନର୍ବାର ଅଧିନାୟକ ଦାୟିତ୍ବ ପ୍ରଦାନ କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ଇଣ୍ଟରନେଟରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି। ଏକାଧିକ ୟୁଜର ଧୋନୀଙ୍କୁ ସ୍ବାର୍ଥପର ବୋଲି କହିବା ସହିତ ସେ ବଳ ପୂର୍ବକ ଋତୁରାଜଙ୍କୁ ଅଧିନାୟକ ପଦରୁ ବିଦା କରିଥିବା ଅଭିଯୋଗ ଆଣିଥିଲେ।

Advertisment

ଗୁରୁବାର ଦିନ ଚେନ୍ନାଇର କୋଚ ଷ୍ଟିଫେନ ଫ୍ଲେମିଂ ଘୋଷଣା କରିଥିଲେ କି ଋତୁରାଜ ଚଳିତ ସିଜନରୁ ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ସିଜନର ଅବଶିଷ୍ଟ ମ୍ୟାଚ ଗୁଡିକରେ ମହେନ୍ଦ୍ର ସିଂ ଧୋନୀ ଦଳର ନେତତ୍ବ ନେବେ। ଥାଲା ପୁଣି ଥରେ କ୍ୟାପଟେନ୍ସିକୁ ଫେରୁ ଥିବାରୁ ଅନେକ ଚେନ୍ନାଇ ଫ୍ୟାନ ସନ୍ତୋଷ ପ୍ରକାଶ କରିଥିଲେ। ତେବେ ଋତୁରାଜଙ୍କ ବାଦ ପଡିବାକୁ ନେଇ ମଧ୍ୟ ଅନେକ ଆଲୋଚନା ହୋଇଥିଲା।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ପୁଣି ସୁଯୋଗ ପାଇବେ କି ସାଇ ସୁଦର୍ଶନ ?

ସେହିପରି ସନ୍ଦେହ ଅଧିକ ବୃଦ୍ଧି ପାଇଥିଲା ଯେତେବେଳେ ଋତୁରାଜ ଫୁଟବଲ ଖେଳୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଜୁୟୋଲଭ ଭ୍ଲାଦିସ୍ଲାଭ ନାମକ ଜଣା ୟୁଜର ଋତୁରାଜ ଫୁଟବଲ ଖେଳୁଥିବାର ଏକ ଭିଡିଓ ପୋଷ୍ଟ କରିବା ସହିତ ଲେଖିଥିଲେ ଆହତ ଥିବା ଋତୁରାଜ ଫୁଟବଲ ଖେଳୁଛନ୍ତି। ଏହି ଭିଡିଓ ତଳେ କମେଣ୍ଟରେ ଅନେକ ୟୁଜର ଧୋନୀଙ୍କୁ ଦୋଷାରୋପ କରିଥିଲେ। ଧୋନୀ କ୍ୟାପଟେନ୍ସି ଲୋଭରେ ଋତୁରାଜଙ୍କୁ ଜବରଦସ୍ତି ବିଦା କରିଛନ୍ତି ବୋଲି ଅନେକ ୟୁଜର ଲେଖିଥିଲେ। ସେହିପରି ଅନେକ ୟୁଜର ଏହାକୁ ପୁରୁଣା ଭିଡିଓ ବୋଲି ମଧ୍ୟ କହିଥିଲେ।

Advertisment

ଚେନ୍ନାଇ ସୁପର କିଙ୍ଗ୍ସର ଟ୍ରେନିଙ୍ଗ ସେସନର ଏହି ଭିଡିଓଟି ପୋଷ୍ଟ କରାଯାଇଥିଲା। ଏହି ଭିଡିଓରେ ଋତୁରାଜଙ୍କ ଡାହାଣ ହାତର କହୁଣୀ ଉପରେ ବ୍ୟାଣ୍ଡେଜ ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ ଯେ, ରାଜସ୍ଥାନ ବିପକ୍ଷରେ ବ୍ୟାଟିଂ କରୁଥିବା ବେଳେ ଋତୁରାଜଙ୍କ କହୁଣୀରେ ଜୋଫ୍ରା ଆର୍ଚରଙ୍କ ବଲ ବାଜିଥିଲା। ଉକ୍ତ ମ୍ୟାଚରେ ଋତୁରାଜ ବ୍ୟାଟିଂ କରିଥିବା ବେଳେ ପରବର୍ତ୍ତୀ ମ୍ୟାଚରେ ମଧ୍ୟ ଖେଳିଥିଲେ।

Advertisment

ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଦଳ ଖେଳିଥିବା ବେଳେ ୧୮ ରନରେ ପରାଜିତ ହୋଇଥିଲା। ଯଦି ଋତୁରାଜ ଆହତ ଥିଲେ ତେବେ ତାଙ୍କୁ ପଞ୍ଜାବ ବିପକ୍ଷ ମ୍ୟାଚରେ କେମିତି ଖେଳା ଯାଇଥିଲା ବୋଲି ପ୍ରଶ୍ନ ଉଠିଛି। ସେହିପରି ଅଚାନକ କଣ ଏମିତି ହେଇଗଲା ଯେ ଋତୁରାଜଙ୍କୁ ବାଦ ଦେବା ପର୍ଯ୍ୟନ୍ତ କଥା ଗଲା। ଏଭଳି ଅନେକ ପ୍ରଶ୍ନ ଉଠିଥିଲେ ମଧ୍ୟ ଚେନ୍ନାଇ ସୁପରକିଙ୍ଗ୍ସ ଫ୍ରାଞ୍ଚାଇଜ ଓ ଋତୁରାଜ ନୀରବତା ଅବଲମ୍ବନ କରିଛନ୍ତି।

ଅଧିକ ପଢ଼ନ୍ତୁ: ମ୍ୟାଚ ଅଧାରୁ ତିଲକଙ୍କୁ ଫେରାଇ ନେଲା ମୁମ୍ବାଇ, ସମାଲୋଚନାର ଶିକାର ହେଲେ କୋଚ

IPL Chennai Super Kings Mahendra Singh Dhoni IPL 2025 Ruturaj Gaikwad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ