Advertisment

ମଇଦାନରେ ଲମ୍ବା ସଟ୍‌ ଖେଳିଲେ ରିଷବ, ଭାଇରାଲ ହେଲା ଭିଡିଓ...

ରିଷବଙ୍କ ଫ୍ୟାନ୍‌ମାନେ ତାଙ୍କୁ ଖୁବ୍ ଶୀଘ୍ର ଆନ୍ତର୍ଜାତୀୟ ମଇଦାନରେ ଦେଖିବେ ବୋଲି ଆଶା ବାନ୍ଧି ବସିଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rishabh Pant's First Batting Video

Rishab Panth

ମଇଦାନକୁ ଫେରିଲେ ରିଷବ ପନ୍ଥ । ଆକ୍ସିଡେଣ୍ଟ ପରେ ସେ ଶଯ୍ୟାଶାୟୀ ଥିଲେ । ତାପରେ ଏବେ ପ୍ରଥମ ଥର ପାଇଁ ତାଙ୍କୁ ମଇଦାନରେ ଦେଖିବାକୁ ମିଳିଛି । ଫୁଲ ଦମ୍‌ରେ ସେ ବ୍ୟାଟିଂ କରିଛନ୍ତି । କୁହାଯାଉଛି ପୂର୍ବ ଭଳି ଏବେ ସେ ବେଶ୍‌ ଜୋଶରେ ଅଛନ୍ତି । ଲଗାତାର ବଲ୍‌କୁ ହିଟ୍‌ କରୁଛନ୍ତି ରିଷବ । ସେ ଏବେ ସମ୍ପୂର୍ଣ୍ଣ ଫିଟ୍‌ ବୋଲି ମଧ୍ୟ କୁହାଯାଉଛି ।

Advertisment

ତେବେ ଏହି ଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ରିଷବ ବ୍ୟାଟିଂ କରୁଥିବାର ଏକ ଭିଡିଓ ଭାଇରାଲ ହେଲା । ଆକ୍ସିଡେଣ୍ଟ ପରେ ଏହା ତାଙ୍କର ପ୍ରଥମ ବ୍ୟାଟିଂ ବୋଲି କୁହାଯାଉଛି । ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ୟୁଜର୍ସମାନେ ରିଷବଙ୍କୁ ୱେଲ୍‌କମ୍‌ ବ୍ୟାକ୍‌ ବୋଲି କହିଛନ୍ତି । ଅନେକ ୟୁଜର ରିଷବଙ୍କ କମ୍‌ ବ୍ୟାକ୍‌ ନେଇ ଖୁବ୍‌ ଖୁସି ଅଛନ୍ତି । ଆଉ ରିଷବଙ୍କ ଫ୍ୟାନ୍‌ମାନେ ତାଙ୍କୁ ଆନ୍ତର୍ଜାତୀୟ ମଇଦାନରେ ଦେଖିବେ ବୋଲି ଆଶା ବାନ୍ଧି ବସିଛନ୍ତି । 

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ‘ବୁଷ୍ଟର୍ ଡୋଜ୍‌’ ହେବ କି ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ

Advertisment

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ଋଷଭ ପନ୍ତ । ଏବେ ଦୁର୍ଘଟଣା ପରେ ସେ ପ୍ରଥମଥର ପଡ଼ିଆରେ ଅଭ୍ୟାସ କରିବା ସହ ବ୍ୟାଟିଂ ମଧ୍ୟ କରିଛନ୍ତି । ଡିସେମ୍ବର ୩୦ରେ ପନ୍ତଙ୍କ କାର୍‌ ଦିଲ୍ଲୀ-ଡେରାଡୁନ ମଧ୍ୟରେ ଥିବା ଗୋଟିଏ ଡିଭାଇଡର୍‌ରେ ପିଟି ହୋଇଯାଇଥିଲା। ତାଙ୍କ କାର୍‌ ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ପନ୍ତ ଗୁରୁତର ଆହତ ହୋଇଥିଲେ। ତାଙ୍କ ଆଣ୍ଠୁର ସର୍ଜରୀ ମଧ୍ୟ କରାଯାଇଥିଲା। ସେବେଠାରୁ ପନ୍ତ କ୍ରିକେଟରୁ ଦୂରେଇ ଯାଇଥିଲେ ।

ଏବେ ସେ ସୁସ୍ଥ ହେବା ପରେ ପଡ଼ିଆକୁ ଓହ୍ଲାଇବା ସହ ବ୍ୟାଟିଂ କରିଥିବାରୁ ଫ୍ୟାନ୍ସ ଉତ୍ସାହିତ ହୋଇପଡ଼ିଛନ୍ତି । ସ୍ୱାଧୀନତା ଦିବସ ପାଇଁ ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସର କୋ ୱନର ପାର୍ଥ ଜିନ୍ଦଲଙ୍କ ଜେଏସଡବ୍ଲ୍ୟୁ ପକ୍ଷରୁ ଏହି ମ୍ୟାଚ୍‌କୁ ଆୟୋଜନ କରାଯାଇଥିଲା। ଏହି ମ୍ୟାଚ୍‌ରେ ପନ୍ତ ବ୍ୟାଟିଂ କରିବା ସହ ବଡ଼ବଡ଼ ସଟ ମଧ୍ୟ ମାରିଥିବା ଦେଖାଯାଇଛି । ପନ୍ତ ବ୍ୟାଟିଂ କରୁଥିବା ବେଳେ ସେଠାରେ ଉପସ୍ଥିତ ଲୋକମାନେ କରତାଳି ମାରି ତାଙ୍କୁ ସ୍ୱାଗତ କରିଛନ୍ତି ।

Cricket Viral Video
Advertisment
Advertisment