pant
ଭାରତ ଓ ଇଂଲଣ୍ଡ ମଧ୍ୟରେ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଶୁକ୍ରବାର ଠାରୁ ଆରମ୍ଭ ହେବ। ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଶୁବମନ ଗିଲଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ଶୁକ୍ରବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ଅତୀତରେ ସୀମିତ ଓଭର ଫର୍ମାଟରେ ଭାରତର ଅଧିନାୟକ ରହିଥିବା ଗିଲ ଏହି ଟେଷ୍ଟ ଜରିଆରେ ରେଡ ବଲ ଫର୍ମାଟରେ କ୍ୟାପଟେନ୍ସି ଡେବ୍ୟୁ କରିବେ।
ଭାରତୀୟ ଦଳରୁ ବିରାଟ କୋହଲି, ରୋହିତ ଶର୍ମାଙ୍କ ଭଳି ଖେଳାଳି ଅବସର ନେଇଥିବା ବେଳେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଭାରତର ଟିମ ସିଲେକ୍ସନ ଓ ବ୍ୟାଟିଂ ପୋଜିସନକୁ ନେଇ ଉତ୍କଣ୍ଠା ରହିଛି। ଇଂଲଣ୍ଡ ପରିବେଶରେ ଅନେକ ଖେଳାଳି ପ୍ରଥମ ଥର ଖେଳିବାକୁ ଯାଉଥିବା ବେଳେ ଭାରତର ପ୍ଲେଇଙ୍ଗ ଇଲେଭେନ ଉପରେ ସମସ୍ତଙ୍କ ନଜର ରହିଛି।
ଅଧିକ ପଢ଼ନ୍ତୁ: ‘ପ୍ରିୟ କ୍ରିକେଟ୍, ଦୟାକରି ମୋତେ ଆଉ ଏକ ସୁଯୋଗ ଦିଅ’
ହେଡିଙ୍ଗଲିରେ ଖେଳା ଯିବାକୁ ଥିବା ମ୍ୟାଚ ପୂର୍ବରୁ ଏହି ସସପେନ୍ସ ଉପରୁ ପରଦା ଉଠାଇଛନ୍ତି ୱିକେଟ କିପର ବ୍ୟାଟର ଋଷଭ ପନ୍ତ। ଗୁରୁବାର ଅନୁଷ୍ଠିତ ପ୍ରେସ କନଫରେନ୍ସରେ ସେ ଏହା ସ୍ପଷ୍ଟ କରିଛନ୍ତି। ଅଧିନାୟକ ଗିଲ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ପ୍ରଥମେ ୪ ନମ୍ବରରେ ସଚିନ ତେନ୍ଦୁଲକର ବ୍ୟାଟିଂ କରୁଥିବା ବେଳେ ତାଙ୍କ ପରେ କିଙ୍ଗ କୋହଲି ଏହି ଭାର ସମ୍ଭାଳିଥିଲେ। ବର୍ତ୍ତମାନ କୋହଲିଙ୍କ ଅନୁପସ୍ଥିତିରେ ଗିଲ ସେହି ଦାୟିତ୍ବ ସମ୍ଭାଳିବେ।
ସେହିପରି ପନ୍ତ ନିଜେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ବୋଲି ଜଣା ପଡିଛି। ସେହିପରି ଯଶସ୍ବୀ ଜୟସ୍ବାଲ ଓପନର ଭାବେ ଖେଳିବା ସ୍ପଷ୍ଟ ବୋଲି କହିଛନ୍ତି ପନ୍ତ। ସମାନ ଭାବେ ଦ୍ବିତୀୟ ଓପନର ପାଇଁ ଭାରତ ନିକଟରେ ୩ ବିକଳ୍ପ ରହିଛି। ଯଦି ଲୋକେଶ ରାହୁଲ ଓପନର ଭାବେ ଖେଳନ୍ତି ତେବେ ୩ ନମ୍ବର ସ୍ଥାନ ପାଇଁ ସାଇ ସୁଦର୍ଶନ ଓ କରୁଣ ନାୟାରଙ୍କ ମଧ୍ୟରୁ ଜଣେ ଖେମଳି ପାରନ୍ତି। ତେବେ ଯଦି ରାହୁଲଙ୍କୁ ୩ ନମ୍ବର ସ୍ଥାନରେ ଖେଳାଇବାକୁ ଭାରତ ନିଷ୍ପତ୍ତି ନିଏ ତେବେ ସାଇ ସୁଦର୍ଶନଙ୍କ ଡେବ୍ୟୁ କରିବାର ସମ୍ଭାବନା ଅଧିକ। ସାଇ ନିୟମିତ ଭାବେ ଓପନିଂ ପୋଜିଶନରେ ଖେଳୁଥିବାରୁ ତାଙ୍କୁ ପ୍ରାଥମିକତା ମିଳିପାରେ। ସେହିପରି ବୋଲିଂରେ ଯଶପ୍ରୀତ ବୁମରା ଭାରତୀୟ ଦଳର ନେତୃତ୍ବ ନେବେ । ଦ୍ବିତୀୟ ଓ ତୃତୀୟ ପେସର ଭାବେ ଯଥାକ୍ରମେ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଖେଳାଇପାରେ ଭାରତ। ସେହିପରି ଏକମାତ୍ର ସ୍ପିନର ଭାବେ ରବୀନ୍ଦ୍ର ଜାଡେଜାଙ୍କୁ ପ୍ରାଥମିକତା ଦେବ ଭାରତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pant_1750324226.jpg)