Advertisment

Bobby Das: OCA ସଭାପତି ପଦ ଛାଡିଲେ ବବି ଦାସ, ଅଚାନକ୍ ଇସ୍ତଫାକୁ ନେଇ ବଢ଼ିଲା ଚର୍ଚ୍ଚା

ଓସିଏ ସଭାପତି ପଦ ଛାଡ଼ିଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି । ଦୁଇ ବର୍ଷ ଦାୟିତ୍ୱ ସମ୍ଭାଳିବା ପରେ ଅପ୍ରତ୍ୟାଶିତ ଭାବରେ ପଦ ଛାଡ଼ିଛନ୍ତି ବିଜେଡିର ଏହି ଟାଣୁଆ ନେତା ।

ଅଦ୍ୟତନ ହୋଇଛି
undefined

ବବିଙ୍କ ଅଚାନକ ଇସ୍ତଫା

Advertisment

ଅଚାନକ୍ OCA ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା । ପ୍ରାୟ ୨ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ପଦ ଛାଡିଛନ୍ତି ବବି । ତେବେ କାହିଁକି ପଦ ଛାଡିଲେ ପ୍ରଣବ ପ୍ରକାଶ? ଯଦିଓ ଓସିଏ ସଂପାଦକ ସଞ୍ଜୟ ବେହେରା, ବବି ବ୍ୟକ୍ତିଗତ କାରଣ ଦର୍ଶାଇ ପଦ ଛାଡିଥିବା କହିଛନ୍ତି, କିନ୍ତୁ ଏହା ପଛରେ ଆଉ କିଛି ରହସ୍ୟ ରହିଛି କି, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

Advertisment

ଓସିଏ ସଭାପତି ପଦ ଛାଡ଼ିଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି । ଦୁଇ ବର୍ଷ ଦାୟିତ୍ୱ ସମ୍ଭାଳିବା ପରେ ଅପ୍ରତ୍ୟାଶିତ ଭାବରେ ପଦ ଛାଡ଼ିଛନ୍ତି ବିଜେଡିର ଏହି ଟାଣୁଆ ନେତା । ଓସିଏର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଇସ୍ତଫା ପତ୍ର ଗୃହୀତ ହୋଇଛି । ତେବେ କାହିଁକି ଇସ୍ତଫା ଦେଲେ ବବି ? କାରଣ କହିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା । ବ୍ୟକ୍ତିଗତ କାରଣ ଦର୍ଶାଇ ବବି ସଭାପତି ପଦ ଛାଡ଼ିଥିବା ସଂଜୟ ସୂଚନା ଦେଇଛନ୍ତି । କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସେ ପଦକୁ ଆସିଥିଲେ । ତେବେ ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ବେଶୀ ସମୟ ଦେଇ ପାରୁ ନଥିଲେ। ଏବେ ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବ। ସେଯାଏଁ ଦାୟିତ୍ବ ସମ୍ଭାଳିବେ ଉପସଭାପତି ପଙ୍କଜ ଲୋଚନ ମହାନ୍ତି।

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲା ୩୦୦୦ କୋଟି ? ପଦ ଛାଡ଼ିଲେ ବବି...

ସେପଟେ ବବି ପଦ ଛାଡ଼ିବା ପରେ ତାଙ୍କ ବିରୋଧରେ ବିଷ ଓଗାଳିଛନ୍ତ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ଅର୍ଜୁନ ତ୍ରିପାଠୀ । ସେ ଅଭିଯୋଗ କରିଛନ୍ତି, ବବି ଓସିଏରେ ବ୍ୟାକଡୋର ଏଣ୍ଟ୍ରି କରିଥିଲେ । କ୍ରିକେଟ ପ୍ରତି ତାଙ୍କର କିଛି ଅବଦାନ ନାହିଁ । ଏପରିକି ଓସିଏର ଜରୁରୀ ବୈଠକରେ ବି ଯୋଗ ଦେଉନଥିଲେ । ଅନ୍ୟପଟେ ଓସିଏ ଆପେକ୍ସ କାଉନସିଲ ମେମ୍ବର ତଥା ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କହିଛନ୍ତି, କିଏ ଛାଡିଲେ ବି ଓସିଏ ବନ୍ଦ ହୋଇଯିବନି । ତେବେ ଏସବୁ ଅଭିଯୋଗ ଉପରେ ବବିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Advertisment

୨୦୨୨ ଅକ୍ଟୋବରରେ ଓସିଏ ସଭାପତି ଦାୟିତ୍ବ ସମ୍ଭାଳିଥିଲେ ବବି ଦାସ । ଦୀର୍ଘ ବର୍ଷ ହେବ ଓସିଏ ସହ ଅନ୍ୟାନ୍ୟ କ୍ରୀଡା ସଂଗଠନ ବିଜେଡି ଅକ୍ତିଆରରେ ଥିଲା । ଦଳ କ୍ଷମତାରୁ ଯିବା ପରେ କ୍ରୀଡା ସଂଗଠନଗୁଡ଼ିକ ଉପରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । କିଛିଦିନ ପୂର୍ବରୁ ଫୁଟବଲ୍ ଆସୋସିଏସନ୍ ଅଫ ଓଡ଼ିଶା- ଫାଓ ସଭାପତି ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ । ସମାନ ଢଙ୍ଗରେ ବବି ଛାଡିଛନ୍ତି ଓସିଏ ସଭାପତି ପଦ । ଏବେ ନଜର କିଏ ହେବେ ଓସିଏର ନୂଆ ସଭାପତି ? ଚର୍ଚ୍ଚା ହେଉଛି ଏହି ରେସରେ ଆଗରେ ଅଛନ୍ତି ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ ।

ଅଧିକ ପଢ଼ନ୍ତୁ: ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ବୁମ୍‌ରା

Advertisment
OCA Bobby Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ