Advertisment

Odisha Cricket Association: କୁଆଡ଼େ ଗଲା ୩୦୦୦ କୋଟି ? ପଦ ଛାଡ଼ିଲେ ବବି...

ଭଲ ହୋଇଛି ବବି ଦାସ ଇସ୍ତଫା ଦେଇଛନ୍ତି। କାରଣ ସେ ଖେଳ ଜାଣନ୍ତି ନାହିଁ।, କେବେ ଖେଳି ବି ନାହିଁନ୍ତି। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି OCAର ଜଣେ କର୍ମକର୍ତ୍ତା।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha Cricket Association

Odisha Cricket Association

ଖେଳ କଣ ଜାଣନ୍ତି ନାହିଁ, ରାଜନୀତିରୁ ଖେଳ କରିଦେବାକୁ ଆସିଥିଲେ। ଏଇଠୁ କଣ ନେଇଯିବି ବୋଲି ଆସିଥିଲେ। ୫୦୦୦ କୋଟି କାଇଁ ? ୩୦୦୦ କୋଟି ବାରବାଟୀ ଷ୍ଟାଡ଼ିୟମର ଉନ୍ନତି ପାଇଁ କାଇଁ ? ଏସବୁ ମିଛ ଥିଲା, କଟକ ବିଧାୟିକା ଆର୍‌ଟିଆଇରେ ତଥ୍ୟ ମାଗି ଏସବୁକୁ ଖୁଲାସା କରିଛନ୍ତି। ଭଲ ହୋଇଛି ପ୍ରଣବ ପ୍ରକାଶ ଦାସ ଇସ୍ତଫା ଦେଇଛନ୍ତି। କାରଣ ସେ ଖେଳ ଜାଣନ୍ତି ନାହିଁ।, କେବେ ଖେଳି ବି ନାହିଁନ୍ତି। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି OCAର ଜଣେ କର୍ମକର୍ତ୍ତା।

Advertisment

ଆହୁରି କହିଛନ୍ତି ଯେ, OCA ହେଉଛି ବଡ଼ ସଙ୍ଗଠନ। ଏ ସଙ୍ଗଠନର ସ୍ବାର୍ଥକୁ ଆଖି ଆଗରେ ରଖିବା କଥା। ବଡ଼ ବଡ଼ ପ୍ରତିଶ୍ରୁତି ଦେଲେ, ସେ ସବୁ ସ୍ବପ୍ନରେ ରହିଗଲା। ଆମେ ବହୁତ ଖୁସି ସେ ଇସ୍ତଫା ଦେଇଥିବାରୁ। ତାଙ୍କ ପାଖରେ ସମୟ ନାହିଁ, ସେ ରାଜନେତା ଲୋକ, କ୍ରିକେଟ୍‌କୁ ଖାଲି ସଉକ୍‌ରେ ପଶିଗଲେ କି ମନ୍ଦ ଉଦ୍ଦେଶ୍ୟ ନେଇ ପଶିଗଲେ ଜଣାନାହିଁ। ଏଠି କିଛି ଚାଲିଲା ନାହିଁ। OCA ହେଉଛି ଏକ ଭିନ୍ନ ସଙ୍ଗଠନ। ଏଠି ଖେଳୁଆଡ଼ ମନୋଭାବ ନେଇ କାମ କରିବାରେ ଅଛି। ସେ ଖେଳୁଆଡ଼ ମନୋଭାବ ନେଇ କାମ କରିବାର ଲୋକ ନୁହଁନ୍ତି। କୌଣସି ମିଟିଂକୁ ଆସନ୍ତି ନାହିଁ। ଗୋଟିଏ ମିଟିଂ କେବେ ଆସିଥିଲେ ତା’ପରେ ଆଉ କେବେବି ମିଟିଂ ଆସିବାର ଆମେ ଦେଖିନାହୁଁ । OCA ପାଇଁ ଆଜି ହେଉଛି ଶୁଭଙ୍କର ଦିନ। ୪୫ ଦିନ ଭିତରେ ନୂଆ ସଭାପତି ଚୟନ ହେବ ବୋଲି କହିଛନ୍ତି OCAର ଜଣେ କର୍ମକର୍ତ୍ତା। 

Advertisment


ଅଧିକ ପଢ଼ନ୍ତୁ: OCA ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା; ବ୍ୟକ୍ତିଗତ କାରଣ ଦର୍ଶାଇ ଦେଲେ ଇସ୍ତଫା...

ମିଳିଥିବା ସୂଚନା ଅନୁଯାୟୀ, ପ୍ରଣବ ପ୍ରକାଶଙ୍କ ଇସ୍ତଫା ପରେ OCAର ଅନେକ କର୍ମକର୍ତ୍ତା ଖୁସିବ୍ୟକ୍ତ କରିଛନ୍ତି। ଗତ ଦୁଇ ବର୍ଷ ଭିତରେ ପ୍ରଣବଙ୍କ ସଭାପତି ସମୟରେ କୌଣସି OCAର ଆଖିଦୃଶିଆ ଉନ୍ନତି ହୋଇ ପାରିନାହିଁ। ଓଡ଼ିଶା ଟିମ୍‌ର ପ୍ରର୍ଦଶନ ମଧ୍ୟ ଖରାପ ରହିଛି। ପୂର୍ବରୁ OCA ସଭାପତି ବ୍ୟକ୍ତିମାନେ କ୍ରୀଡ଼ା ବା କ୍ରୀଡ଼ା ସଙ୍ଗଠନ ସହ ଜଡ଼ିତ ରହୁଥିଲେ। କେତେ ଜଣ ରାଜନୀତି ସହ ଜଡ଼ିତ ଥାଇ ମଧ୍ୟ କ୍ରୀଡ଼ ସଙ୍ଗଠନ ସହ ମଧ୍ୟ ଜଡ଼ିତ ଥିଲେ।

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ପ୍ରଥମ ସଭାପତି ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ. ହରେକୃଷ୍ଣ ମହତାବ। ପରେ ଭୌରବ ମହାନ୍ତି, ଜର୍ଜ ପଟ୍ଟନାୟକ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳ ଓ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। OCA ସଭାପତି ହୋଇଥିଲେ। ୨୦୦୪ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ପୂର୍ବତନ କ୍ରିକେଟର୍‌ ତଥା ପୂର୍ବତନ ସାଂସଦ ରଞ୍ଜିବ ବିଶ୍ବାଳ OCA  ସଭାପତି ଥିଲେ। ପ୍ରାୟ ସମସ୍ତେ କ୍ରିକେଟ୍‌ ଓ ଖେଳ ସହ ଅଳ୍ପ ବହୁତେ ଜଡ଼ିତ ଥିଲେ। କିନ୍ତୁ ପ୍ରଣବ ଏଥିରେ ବ୍ୟତିକ୍ରମ ଥିଲେ ବୋଲି ଆଲୋଚନା ହେଉଛି। ତେବେ ଏହି ସମ୍ପର୍କରେ ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। 

ଅଧିକ ପଢ଼ନ୍ତୁ: ଯାଜପୁର ବିଜେଡିରେ ପଡିଛି ଘଳିଆ, ବିଜେପି କ୍ୟାମ୍ପକୁ ଡେଇଁଲେଣି ମାଳମାଳ ନେତା ଓ କର୍ମୀ

OCA Odisha Cricket Association Pranab Prakash Das
Advertisment
Advertisment