Advertisment

RCB Beat Rajasthan Royals : ଆରସିବିର ଚତୁର୍ଥ ଆୱେ ବିଜୟ

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୪ ୱିକେଟ ହରାଇ ୧୭୩ ରନ କରିଥିଲା। ଜବାବରେ ଆରସିବି ୧୭.୩ ଓଭରରେ ୧ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା।

rcb

rcb

Advertisment

ବିରାଟ କୋହଲି ଓ ଫିଲ ସଲ୍ଟଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସକୁ ୯ ୱିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୪ ୱିକେଟ ହରାଇ ୧୭୩ ରନ କରିଥିଲା। ଜବାବରେ ଆରସିବି ୧୭.୩ ଓଭରରେ ୧ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା। ଏହା ସହିତ ରାଜସ୍ଥାନରେ ପ୍ରଥମ ଘରୋଇ ମ୍ୟାଚ ଖେଳିଥିବା ରୟାଲ୍ସ ପରାଜିତ ହୋଇଛି। ସେହିପରି ଆୱେ ମ୍ୟାଚ ଗୁଡିକରେ ଶତ ପ୍ରତିଶତ ବିଜୟ ରେକର୍ଡ ବଜାୟ ରଖିଛି ଆରସିବି।

Advertisment

ଟସ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ରାଜସ୍ଥାନ। ଦଳ ପକ୍ଷରୁ ଓପନର ଯଶସ୍ବୀ ଜୟସ୍ବାଲ ସର୍ବାଧିକ ୭୫ ରନ କରିଥିଲେ। ଅନ୍ୟତମ ଓପନର ତଥା ଅଧିନାୟକ ସଞ୍ଜୁ ସାମସନ ପୁନର୍ବାର ବିଫଳ ହେବା ସହିତ ୧୯ ବଲରୁ ୧୫ ରନ କରିଥିଲେ। ଦଳୀୟ ସ୍କୋର ୪୯ରେ ସାମସନ ପ୍ୟାଭିଲିୟନ ଫେରିଥିଲେ। ପରେ ରିୟାନ ପରାଗ ୩୦ଙ୍କ ସହିତ ରନ ଯୋଡିଥିଲେ ଜୟସ୍ବାଲ। ୟଶ ଦୟାଲଙ୍କୁ ବଡ ଶଟ ଖେଳିବାକୁ ଯାଇ ପରାଗ ଆଉଟ ହୋଇଥିଲେ।

ଅଧିକ ପଢ଼ନ୍ତୁ: ଅହମଦାବାଦରେ ପୁଣି ଚମକିଲେ ସୁଦର୍ଶନ, ଡିଭିଲିୟର୍ସଙ୍କ ରେକର୍ଡ ସହ ସମକକ୍ଷ

Advertisment

ପରବର୍ତ୍ତୀ ବ୍ୟାଟର ଧ୍ରୁବ ଜୁରେଲ ମଧ୍ୟ ଶେଷ ଯାଏ ଅପରାଜିତ ରହି ୨୨ ବଲରୁ ୩୫ ରନ କରିଥିଲେ। ଜୁରେଲଙ୍କ ଇନିଂସରେ ଦୁଇଟି ଲେଖାଏ ଛକା ଓ ଚୌକା ସାମିଲ ଥିଲା। ଯଶସ୍ବୀ ଜୟସ୍ବାଲ ୪୭ ବଲ ଖେଳି ୭୫ ରନ କରିଥିଲେ। ଜୟସ୍ବାଲଙ୍କ ଇନିଂସରେ ୧୦ ଚୌକା ଓ ୨ ଛକା ସାମିଲ ଥିଲା। ଆରସିବି ପକ୍ଷରୁ କୃଣାଲ ପାଣ୍ଡ୍ୟା, ଜୋଶ ହେଜେଲଉଡ, ୟଶ ଦୟାଲ ଓ ଭୁବନେଶ୍ବର କୁମାର ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଲୋ ବାଉନ୍ସ ୱିକେଟରେ ରାଜସ୍ଥାନ ବ୍ୟାଟର ପ୍ରାୟ ୨୦ ରନ କମ ସ୍କୋର କରିଥିଲେ। ଆରସିବି ପକ୍ଷରୁ ଫିଲ ସଲ୍ଟ ଓ ବିରାଟ କୋହଲି ଧୂଆଁଧାର ଆରମ୍ଭ କରିଥିଲେ। ଉଭୟ ମାତ୍ର ୮.୪ ଓଭରରେ ୯୨ ରନ ଯୋଡିଥିଲେ। ସଲ୍ଟ ୩୩ ବଲରୁ ୫ ଚୌକା ଓ ୬ ଛକା ସହାୟତାରେ ୬୫ ରନ କରିଥିଲେ। ଇମ୍ପାକ୍ଟ ପ୍ଲେୟର ଭାବେ ଆସିଥିବା କୁମାର କାର୍ତ୍ତିକେୟଙ୍କ ବଲରେ ସଲ୍ଟ ଆଉଟ ହୋଇଥିଲେ। ବିରାଟ କୋହଲି ଶେଷ ଯାଏ ଅପରାଜିତ ରହିବା ସହ ଦଳକୁ ବିଜୟୀ କରିଥିଲେ। କୋହଲି ୪୫ ବଲରୁ ୪ ଚୌକା ଓ ୨ ଛକା ସହିତ ୬୨ ରନ କରିଥିବା ବେଳେ ଦେବଦତ୍ତ ପାଡିକଲ ୨୮ ବଲରୁ ୪୦ ରନ କରିଥିଲେ। ଆରସିବି ଷଷ୍ଠ ମ୍ୟାଚରୁ ଚତୁର୍ଥ ବିଜୟ ହାସଲ କରିଛି। ୪ଟି ଯାକ ବିଜୟ ଆୱେ ମ୍ୟାଚରେ ଆସିଥିବା ବେଳେ ଦଳ ଦୁଇଟି ଯାକ ଘରୋଇ ମ୍ୟାଚରେ ହାରିଛି।

Advertisment

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

IPL RCB Rajasthan Royals IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ