Advertisment

Umpire Decision Controversy: ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିରେ ଆଉଟ ହେଲେ ଅଶ୍ବିନ, ରିଆକ୍ସନର ଭିଡିଓ ହେଉଛି ଭାଇରାଲ

ତେବେ ଅଶ୍ବିନ ସ୍ବିପ ଶଟ ମିସ କରିଥିବା ବେଳେ ବଲ ତାଙ୍କ ପ୍ୟାଡରେ ବାଜିଥିଲା। ସାଇ କିଶୋର ଆଉଟ ପାଇଁ ଆବେଦନ କରିଥିବା ବେଳେ ଅମ୍ପାୟାର ଆଉଟ ଦେଇଥିଲେ। ଅମ୍ପାୟାରଙ୍କ ନିଷ୍ପତ୍ତି ଅଶ୍ବିନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବଲଟି ଲେଗ ଷ୍ଟମ୍ପ ବାହାରେ ପିଚ ହୋଇଥିବା ବେଳେ ଅମ୍ପାୟାର ଅଶ୍ବିନଙ୍କୁ ଆଉଟ ଦେଇଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
ahwin

ahwin

ତାମିଲନାଡୁ ପ୍ରିମିୟର ଲିଗରେ ରବିବାର ଖେଳା ଯାଇଥିବା ମ୍ୟାଚରେ ଅମ୍ପାୟାରଙ୍କୁ ଗାଳି ଦେଇ ଚର୍ଚ୍ଚାରେ ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନ। ରବିବାର ଖେଳା ଯାଇଥିବା ଏକ ମ୍ୟାଚରେ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ପରେ ଅମ୍ପାୟାରଙ୍କୁ ଗାଳି କରିଥିଲେ ଅଶ୍ବିନ। ରବିବାର ଅଶ୍ବିନଙ୍କ ଦଳ ଡିଣ୍ଡିଗୁଲ ଡ୍ରାଗନ୍ସ ଓ ଆଇଡ୍ରିମ ତିରିପୁର ତାମିଝନସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।

Advertisment

ଏସଏନଆର କଲେଜ ଗ୍ରାଉଣ୍ଡରେ ଖେଳା ଯାଇଥିବା ମ୍ୟାଚରେ ତାମିଲନାଡୁ ସ୍ପିନର ଆର ସାଇ କିଶୋରଙ୍କ ବଲରେ ଆଉଟ ହୋଇଥିଲେ ଅଶ୍ବିନ। ପ୍ରଥମ ଇନିଂସର ପଞ୍ଚମ ଓଭରରେ ସାଇ କିଶୋରଙ୍କ ବଲରେ ଆଉଟ ହୋଇଥିଲେ ଅଶ୍ବିନ। ସାଇ କିଶୋର ଏକ ଲୁପି ଲେନ୍ଥ ବଲ ପକାଇଥିଲେ। ଅଶ୍ବିନ ଏହାକୁ ସ୍ବିପ ଶଟ ଖେଳିବାକୁ ପ୍ରୟାସ କରିଥିଲେ।

ଅଧିକ ପଢ଼ନ୍ତୁ: କିଏ ଏହି ପ୍ରିୟା ସରୋଜ, ଯାହାଙ୍କ ସହ ନିର୍ବନ୍ଧ କରିଛନ୍ତି କ୍ରିକେଟର ରିଙ୍କୁ ସିଂ

Advertisment

ତେବେ ଅଶ୍ବିନ ସ୍ବିପ ଶଟ ମିସ କରିଥିବା ବେଳେ ବଲ ତାଙ୍କ ପ୍ୟାଡରେ ବାଜିଥିଲା। ସାଇ କିଶୋର ଆଉଟ ପାଇଁ ଆବେଦନ କରିଥିବା ବେଳେ ଅମ୍ପାୟାର ଆଉଟ ଦେଇଥିଲେ। ଅମ୍ପାୟାରଙ୍କ ନିଷ୍ପତ୍ତି ଅଶ୍ବିନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବଲଟି ଲେଗ ଷ୍ଟମ୍ପ ବାହାରେ ପିଚ ହୋଇଥିବା ବେଳେ ଅମ୍ପାୟାର ଅଶ୍ବିନଙ୍କୁ ଆଉଟ ଦେଇଥିଲେ। ସେ ପ୍ରଥମେ ମହିଳା ଅମ୍ପାୟାରଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ପ୍ୟାଭିଲିୟନକୁ ଫେରିବା ସମୟରେ ରାଗରେ ନିଜ ବ୍ୟାଟ ଜରିଆରେ ପ୍ୟାଡକୁ ମାରିଥିଲେ। ଅମ୍ପାୟାରଙ୍କୁ ସେ ଗାଳି କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ, ମ୍ୟାଚର ପ୍ରଥମ ଓଭରରେ ହିଁ ଦୁଇଟି ରିଭ୍ୟୁ ନଷ୍ଟ କରିଥିଲା ଡିଣ୍ଡିଗୁଲ ଡ୍ରାଗନ୍ସ।

ପ୍ରଥମେ ବ୍ୟାଟିଂ କରିଥିବା ଡିଣ୍ଡିଗୁଲ ଡ୍ରାଗନ୍ସ ମାତ୍ର ୯୧ ରନରେ ଅଲଆଉଟ ହୋଇଥିଲା। ଅଶ୍ବିନ ଓ ଶିବମ ସିଂ ପ୍ରଥମ ୱିକେଟରେ ୩୯ ରନ ଯୋଡିଥିଲେ। ତେବେ ଅଶ୍ବିନ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିର ଶିକାର ହୋଇ ଆଉଟ ହେବା ପରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ। ଡିଣ୍ଡିଗୁଲ ଡ୍ରାଗନ୍ସ ପରବର୍ତ୍ତୀ ୧୯ ରନରେ ୫ ୱିକେଟ ହରାଇଥିଲା। ଦଳ ମାତ୍ର ୯୧ ରନରେ ଅଲଆଉଟ ହୋଇଥିବା ବେଳେ ତୁଷାର ରାହେଜାଙ୍କ ଅର୍ଦ୍ଧଶତକ ବଳରେ ୯ ୱିକେଟରେ ମ୍ୟାଚକୁ ଜିତି ନେଇଥିଲା ତିରିପୁର ତାମିଝନସ।

ଅଧିକ ପଢ଼ନ୍ତୁ: କିଏ ଏହି ପ୍ରିୟା ସରୋଜ, ଯାହାଙ୍କ ସହ ନିର୍ବନ୍ଧ କରିଛନ୍ତି କ୍ରିକେଟର ରିଙ୍କୁ ସିଂ

Cricket Viral Video R Ashwin
Advertisment
Advertisment