Advertisment

Rahul KP to play English Premiere League: ଇତିହାସ ରଚିଲେ ରାହୁଲ କେପି, ପ୍ରଥମ ଭାରତୀୟ ଭାବେ ଖେଳିବେ ଇଂଲିଶ ପ୍ରିମିୟର ଲିଗ

କେରଳରେ ଜନ୍ମିତ ରାହୁଲ ୱେଷ୍ଟ ହାମ ୟୁନାଇଟେଡ ପକ୍ଷରୁ ଖେଳିବାକୁ ଯାଉଥିବା ନେଇ କ୍ଲବ ପକ୍ଷରୁ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସ୍ପଷ୍ଟ କରାଯାଇଛି। ଏହା ଏକ ସେଭେନ ଏ ସାଇଡ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ରାହୁଲ ହାମ୍ମର୍ସ ଟିମରେ ଯୋଗ ଦେବେ ବୋଲି ଜଣାପଡିଛି। ଓଡ଼ିଶା ଏଫସି (ଓଏଫସି) କ୍ଲବର ପ୍ରତିନିଧିତ୍ବ କରୁଛନ୍ତି ରାହୁଲ ।

ଅଦ୍ୟତନ ହୋଇଛି
rahul

rahul

Advertisment

ଭାରତୀୟ ପ୍ରଫେସନାଲ ଫୁଟବଲର ରାହୁଲ କନ୍ନୋଲ ପ୍ରବୀଣ (କେ ପି ରାହୁଲ) ପ୍ରଥମ ଭାରତୀୟ ଖେଳାଳି ଭାବେ ଇଂଲିଶ ପ୍ରିମିୟର ଲିଗରେ ଖେଳିବାକୁ ଯାଉଛନ୍ତି। ଇଂଲିଶ ପ୍ରିମିୟର ଲିଗରେ ସେ ୱେଷ୍ଟହାମ ୟୁନାଇଟେଡର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି। ଓଡ଼ିଶା ଏଫସି (ଓଏଫସି) କ୍ଲବର ପ୍ରତିନିଧିତ୍ବ କରୁଥିବା ରାହୁଲ ଜଣେ ୱିଙ୍ଗର ଭାବେ ଖେଳନ୍ତି। ୨୦୨୫ ସିଜନରେ ଓଏଫସି ପକ୍ଷରୁ ତାଙ୍କୁ ସାଇନ କରାଯାଇଥିବା ବେଳେ କ୍ଲବ ପକ୍ଷରୁ ହିଁ ସେ ୱେଷ୍ଟହାମ ୟୁନାଇଟେଡରେ ଯୋଗ ଦେବେ।

Advertisment

ଅଧିକ ପଢ଼ନ୍ତୁ: ‘ପ୍ରିୟ କ୍ରିକେଟ୍, ଦୟାକରି ମୋତେ ଆଉ ଏକ ସୁଯୋଗ ଦିଅ’

କେରଳରେ ଜନ୍ମିତ ରାହୁଲ ୱେଷ୍ଟ ହାମ ୟୁନାଇଟେଡ ପକ୍ଷରୁ ଖେଳିବାକୁ ଯାଉଥିବା ନେଇ କ୍ଲବ ପକ୍ଷରୁ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସ୍ପଷ୍ଟ କରାଯାଇଛି। ଆମେରିକାରେ ଦ ସକର ଟୁର୍ଣ୍ଣାମେଣ୍ଟ (ଟିଏସଟି) ନାମକ ଏକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ଏକ ସେଭେନ ଏ ସାଇଡ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ରାହୁଲ ହାମ୍ମର୍ସ ଟିମରେ ଯୋଗ ଦେବେ ବୋଲି ଜଣା ପଡିଛି। ଏପରିକି ରାହୁଲ ମଧ୍ୟ ନିଜ ସୋସିଆଲ ମିଡିଆରେ ଯୋଗ ଦେବା ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଉଭୟ ପୁରୁଷ ଓ ମହିଳା ବର୍ଗରେ ଟିଏସଟି ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ବର୍ଗରେ ୪୮ ଓ ମହିଳା ବର୍ଗରେ ୧୬ଟି ଦଳ ଅଂଶଗ୍ରହଣ କରିବେ। ୱେଷ୍ଟହାମ ୟୁନାଇଟେଡ ବ୍ୟତୀତ ଆଟଲେଟିକୋ ମାଡ୍ରିଡ, ଏଏଫସି ବୋରେନମୁଥ ଓ ବୋରୁସିଆ ଡର୍ଟମୁଣ୍ଡ ଭଳି ଦଳ ସାମିଲ ଅଛନ୍ତି।

କିଏ ଏହି ରାହୁଲ- ରାହୁଲ କେପି ଜଣେ ଭାରତୀୟ ପ୍ରଫେସନାଲ ଫୁଟବଲର। କେରଳର ଥ୍ରୀସୁରରେ ଜନ୍ମିତ ଏହି ୨୫ ବର୍ଷୀୟ ଖେଳାଳି ଜଣଙ୍କ ବିଭିନ୍ନ ବୟସ ବର୍ଗରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ୧୭ ବର୍ଷରୁ କମ ଫୁଟବଲ ବିଶ୍ବକପ ସହିତ ୨୦ ବର୍ଷରୁ କମ ଓ ୨୩ ବର୍ଷରୁ କମ ବୟସ ବର୍ଗରେ ସେ ଭାରତ ପାଇଁ ଖେଳିଛନ୍ତି। ଏହା ବାଦ ଭାରତୀୟ ସିନିୟର ଦଳ ପାଇଁ ସେ ୭ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। କ୍ଲବ କ୍ୟାରିୟରରେ ରାହୁଲ ୨୦୧୭-୧୯ ପର୍ଯ୍ୟନ୍ତ ଇଣ୍ଡିଆନ ଏରୋଜ ପକ୍ଷରୁ ୩୭ ମ୍ୟାଚ ଖେଳିଥିଲେ। ୨୦୧୯-୨୫ ଯାଏ କେରଳ ବ୍ଲାଷ୍ଟର୍ସ ପକ୍ଷରୁ ୮୧ ଇଣ୍ଡିଆନ ସୁପର ଲିଗ ମ୍ୟାଚ ଖେଳିଛନ୍ତି। ୨୦୨୫ରେ ଓଏଫସି ତାଙ୍କୁ ସାଇନ କରିଥିଲା। ୨୦୨୭ ପର୍ଯ୍ୟନ୍ତ ରାହୁଲଙ୍କୁ ସାଇନ କରିଛି ଓଡ଼ିଶା ଏଫସି।

Advertisment

ଅଧିକ ପଢ଼ନ୍ତୁ: ପେଲେଙ୍କ ପିଲାଦିନ; ବାପା ଥିଲେ ଝାଡୁଦାର୍, ନିଜେ ଚା’ ଷ୍ଟଲ୍‌ରେ କରୁଥିଲେ କାମ

Indian Super League Footballer Odisha Football
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ