• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା(Sania Mirza) ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ(Shoaib Malik)ଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଡିଆ ରିପୋର୍ଟ ଅନୁସାରେ, ଉଭୟଙ୍କର ବିବାହ ବିଚ୍ଛେଦ ହେବାକୁ ଯାଉଛି। ହେଲେ ଏସବୁ ଭିତରେ ଶୋଏବଙ୍କ ଏକ ଭିଡିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳିଛି, ଲାଇଭ୍‌ ଟିଭିରେ ଶୋଏବ କାନ୍ଦୁଛନ୍ତି। 

ଅଧିକ ପଢ଼ନ୍ତୁ: ବିବାହ ବିଚ୍ଛେଦ ଖବର ଭିତରେ ବଡ଼ ଘୋଷଣା କଲେ ସାନିଆ ଓ ଶୋଏବ୍‌

ଏହି ଭାଇରାଲ୍‌ ଭିଡିଓ ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌‌‌(T20 World Cup 2022) ଫାଇନାଲ୍‌ ମ୍ୟାଚ୍‌ର ଦିନକ ପୂର୍ବର ଭିଡିଓ। ଯାହାକି ପାକିସ୍ତାନର ଏକ ଚ୍ୟାନେଲରେ ପ୍ରସାରିତ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳିଛି ଲାଇଭ୍‌ ଟିଭି(Live TV)ରେ ପ୍ୟାନେଲ୍‌ ଡିସ୍‌କସନ୍‌ ଚାଲିଥିବା ବେଳେ ଆଙ୍କର ଏହି ସମୟରେ ଶୋଏବଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ୨୦୦୭ରେ ଟି-୨୦ ବିଶ୍ୱକପ୍‌‌‌ ମ୍ୟାଚ୍‌ ହାରିବା ଓ ୨୦୦୯ରେ ଟି-୨୦ ବିଶ୍ୱକପ୍‌‌‌ ଜିତିବା ନେଇ ଶୋଏବଙ୍କୁ ଆଙ୍କର ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଦେବା ବେଳେ ଶୋଏବ ଇମୋସନାଲ ହୋଇ କାନ୍ଦି ପକାଇଥିଲେ।

ଆଙ୍କର, ଶୋଏବଙ୍କୁ ପ୍ରଶ୍ନ କରିଥିଲେ ଯେ, ପ୍ରଥମେ ମୁଁ ଆପଣଙ୍କୁ ୨୦୦୭ରେ ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ ହାରିବା ନେଇ ପ୍ରଶ୍ନ ପଚାରିବି। ପରେ ୨୦୦୯ରେ ଜିତିବା ନେଇ ପ୍ରଶ୍ନ ପଚାରିବି। ଏହାପରେ ଶୋଏବ କହିଥିଲେ ଯେ, ‘ଯେତେବେଳେ ଆମେ ୨୦୦୯ରେ ଫାଇନାଲ୍‌ ଜିତିଥିଲୁ, ସେତେବେଳେ ୟୁନିସ୍‌ ଭାଇ ମୋତେ ଡାକି ମୋ ହାତରେ ଟ୍ରଫି ଧରାଇ ଥିଲେ। ଏହା ମୋ ପାଇଁ ବହୁତ ସ୍ପେଶାଲ ଥିଲା।’ ଏହା କହିବା ପରେ ଶୋଏବ  ଇମୋସନାଲ ହୋଇ ଲାଇଭ୍‌ ଟିଭିରେ କାନ୍ଦି ପକାଇଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

 

ପାକିସ୍ତାନକୁ ହରାଇ ଇଂଲଣ୍ଡ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଷ୍ଟୋକ୍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଚାମ୍ପିଅନ୍ ହୋଇଛି। ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ଇଂଲଣ୍ଡ ୫ ୱିକେଟ୍‌ରେ ପରାସ୍ତ କରିଛି। ଇଂଲଣ୍ଡ ୧୯ ଓଭରରେ ୫ ୱିକେଟ୍‌ ହରାଇ ୧୩୮ ରନ୍‌ କରିଛି। ଏଥି ସହିତ ଇଂଲଣ୍ଡ ଚାମ୍ପିଅନ୍‌ ହୋଇଛି।

ସେପଟେ ସାନିଆ-ଶୋଏବଙ୍କ ବିବାହ ବିଚ୍ଛେଦ ଖବର ମଧ୍ୟରେ ଉଭୟ ବଡ଼ ଘୋଷଣା କରିଛନ୍ତି। ଉଭୟେ ଖୁବ୍ ଶୀଘ୍ର ଏକାଠି ନଜର ଆସିବେ। ସାନିଆ ଏବଂ ଶୋଏବ ଏକ ଟକ୍ ଶୋ’ ରେ ନଜର ଆସିବେ ବୋଲି ସେମାନେ ଘୋଷଣା କରିଛନ୍ତି। କିଛି ଦିନ ହେବ ଶୋଏବ-ସାନିଆଙ୍କ ମଧ୍ୟରେ ତଲାକ୍ ଖବର ପାଇଁ ଚର୍ଚ୍ଚା ଜୋର୍‌ ଧରିଛି। ସାନିଆଙ୍କୁ ଶୋଏବ ଧୋକା ଦେଇଥିବା କୁହାଯାଉଛି। ଏପରିକି ସାନିଆ ଓ ଶୋଏବଙ୍କ ଜଣେ ଘନିଷ୍ଠ ବନ୍ଧୁ ଦାବି କରିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ଡିଭୋର୍ସ ହୋଇସାରିଲାଣି।