Advertisment

ବିବାହ ବିଚ୍ଛେଦ ଖବର ଭିତରେ ବଡ଼ ଘୋଷଣା କଲେ ସାନିଆ ଓ ଶୋଏବ୍‌

ଶୋଏବ-ସାନିଆ ଏକାଠି ରହିବେ ନା ଅଲଗା ହୋଇଯିବେ । ଟକ୍‌ ସୋରେ ଜଣାପଡ଼ିବ ସତ ।

author-image
Prangyan Parimita
ଅଦ୍ୟତନ ହୋଇଛି
Sania Mirza and Shoaib Malik.

Sania Mirza and Shoaib Malik.

ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦ ଖବର ମଧ୍ୟରେ ବଡ ଘୋଷଣା । ଉଭୟେ ଖୁବ୍ ଶୀଘ୍ର ଏକାଠି ନଜର ଆସିବେ । ସାନିଆ ଏବଂ ଶୋଏବ ଏକ ଟକ୍ ସୋରେ ନଜର ଆସିବେ ବୋଲି ସେମାନେ ଘୋଷଣା କରିଛନ୍ତି । ଉଭୟେ ତାଙ୍କ ସୋ’ର ନାମ ମଧ୍ୟ ପ୍ରକାଶ କରିଛନ୍ତି । ଏହି ନୂତନ କାର୍ଯ୍ୟକ୍ରମର ନାମ ହେଉଛି 'ମିର୍ଜା ମଲିକ୍ ସୋ' । ଆଉ ଏଏହି ପୋଷ୍ଟ ଏବେ ଭାଇରାଲ ହେବାରେ ମଧ୍ୟ ଲାଗିଛି । ଏକ ପାକିସ୍ତାନୀ ଚ୍ୟାନେଲରେ ଆସିବ ଏହି ସୋ ।

Advertisment

କିଛି ଦିନ ହେବ ଶୋଏବ -ସାନିଆଙ୍କ ମଧ୍ୟରେ ତଲାକ୍ ଖବର ପାଇଁ ଚର୍ଚ୍ଚା ଜୋର୍‌ ଧରିଛି । ସାନିଆଙ୍କୁ ଶୋଏବ ଧୋକା ଦେଇଥିବା କୁହାଯାଉଛି । ଏପରିକି ସାନିଆ ଓ ଶୋଏବଙ୍କ ଜଣେ ଘନିଷ୍ଠ ବନ୍ଧୁ ଦାବି କରିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ଡିଭୋର୍ସ ହୋଇସାରିଲାଣି । କେବଳ ଘୋଷଣାକୁ ଅପେକ୍ଷା ରହିଛି । ପାକିସ୍ତାନ ମିଡିଆରେ ମଧ୍ୟ ଉଭୟଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଚାଲିଛି । ଏନେଇ ଉଭୟଙ୍କ ପକ୍ଷରୁ କିଛି ବି ସ୍ପଷ୍ଟ କରାଯାଇନି । ବ୍ୟକ୍ତିଗତ ସମ୍ପର୍କ ନେଇ ଉଭୟ ଶୋଏବ ଏବଂ ସାନିଆ ଚୁପ୍ ରହିଛନ୍ତି । ତେବେ ଟକ୍‌ ସୋରେ ଉଭୟଙ୍କ ସମ୍ପର୍କରେ ଉଠିଥିବା ଝଡ଼ ନେଇ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Advertisment

ଜଣେ ମଡେଲ୍‌ଙ୍କ ପାଇଁ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା

ଶୋଏବ-ସାନିଆଙ୍କ ବିବାହ ବିଚ୍ଛେଦ ପାଇଁ ଜଣେ ପାକ୍ ଅଭିନେତ୍ରୀ ଦାୟୀ ବୋଲି ଶୁଣିବାକୁ ମିଳୁଛି । ପାକିସ୍ତାନର ହାଇଏଷ୍ଟ ପେୟାଡ୍ ଅଭିନେତ୍ରୀ ଆୟେସା ଓମାର ଶୋଏବ ମଲ୍ଲିକଙ୍କ ଘନିଷ୍ଠ ବନ୍ଧୁ । କୁହାଯାଉଛି, ଆୟେସାଙ୍କ ପାଇଁ ହିଁ ତୁଟିବାକୁ ଯାଉଛି ଏହି ଦମ୍ପତିଙ୍କ ୧୨ ବର୍ଷର ସମ୍ପର୍କ । ପ୍ରାୟ ବର୍ଷକ ତଳେ ଉଭୟ ଶୋଏବ ଓ ଆୟେସା ଏକ ବୋଲ୍ଡ ଫୋଟ ସୁଟରେ ନଜର ଆସିଥିଲେ । ଆଉ ସେହି ଫୋଟସୁଟ୍ ପରେ ଶୋଏବ ଓ ଆୟେସାଙ୍କ ମଧ୍ୟରେ ବଢିଥିଲା ଘନିଷ୍ଠତା ଏବଂ ଶୋଏବ -ସାନିଆଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ ।

୧୨ ଏପ୍ରିଲ ୨୦୧୦ରେ ହୋଇଥିଲା ସାନିଆ ଓ ଶୋଏବ୍‌ଙ୍କ ବିବାହ

ଜଣେ ଷ୍ଟାର କ୍ରିକେଟର, ଆଉ ଜଣେ ଟେନିସ ସେନସେସନ୍ । କ୍ରୀଡା ଜଗତର ଦୁଇ ଚର୍ଚ୍ଚିତ ଖେଳାଳି । ଜଣେ ପାକିସ୍ତାନର ଆଉ ଜଣେ ଭାରତୀୟ । ୨୦୧୦ ଅଷ୍ଟ୍ରେଲିଆର ହୋବାର୍ଟରେ ୨୩ ବର୍ଷିୟ ସାନିଆ ଏବଂ ୨୮ ବର୍ଷିୟ ସୋଏବଙ୍କ ମଧ୍ୟରେ ପ୍ରଥମ ଦେଖା ପାଲଟି ଯାଇଥିଲା ବନ୍ଧୁତ୍ୱରେ । ତାପରେ ପ୍ରେମ ଆଉ ବାହାଘର । ତେବେ ସେତେବେଳେ ସେମାନଙ୍କ ବିବାହକୁ ନେଇ ଥମିନଥିଲା ଚର୍ଚ୍ଚା । ଜଣେ ପାକିସ୍ତାନୀଙ୍କ ସହ ଭାରତୀୟଙ୍କ ବିବାହକୁ ନେଇ ଉଠିଥିଲା ନାନା ପ୍ରଶ୍ନ କେଉଁଠି ହେବ ବାହାଘର?

ବିବାହ ପରେ ସାନିଆ କେଉଁଠି ରହିବେ? ଭାରତ ପାଇଁ ଆଉ ଖେଳିବେ କି ନାହିଁ? କ୍ରିକେଟରେ କେଉଁ ଦଳକୁ କରିବେ ସପୋର୍ଟ? ଏମିତି ଦୁନିଆ ପ୍ରଶ୍ନ ଓ ଚର୍ଚ୍ଚା ଭିତରେ ବିବାହ ପାଇଁ ସ୍ଥିର ହୋଇଥିଲା ତାରିଖ । ୧୨ ଏପ୍ରିଲ ୨୦୧୦ ହାଇଦ୍ରାବାଦର ତାଜ୍ ହୋଟେଲ ପରସ୍ପରକୁ ଜୀବନସାଥୀ ଭାବେ ବାଛିଥିଲେ ଶୋଏବ ଓ ସାନିଆ । ପାକିସ୍ତାନରେ ମଧ୍ୟ ରୀତିନୀତି ସହ ଅନ୍ୟ କାର୍ଯ୍ୟକ୍ରମ ହୋଇଥିଲା । ଭବ୍ୟ ରିସେପସନ୍ ବି ଦିଆଗଲା । ବାହାଘର ପରେ ନିଜ ନିଜ ଖେଳ ପାଇଁ ବ୍ୟସ୍ତତା ଭିତରେ ଦୁବାଇରେ ଘର କିଣି ରହିଥିଲେ ଏହି ଦମ୍ପତି ।

୨୦୧୮ରେ ଜନ୍ମ ହୋଇଥିଲା ପୁଅ ଇଝାନ ମିର୍ଜା ମଲ୍ଲିକ । ମହାମାରୀ କୋଭିଡ ବେଳେ ବିମାନ ଯାତ୍ରା କଟକଣା ଯୋଗୁଁ ଉଭୟ ଶୋଏବ ଓ ସାନିଆ ନିଜ ନିଜ ଦେଶରେ ରହିଥିଲେ । ଏହାପରେ ଶେଷଥର ପାଇଁ ଉଭୟଙ୍କୁ ପୁଅ ଇଝାନର ଜନ୍ମଦିନରେ ଏକାଠି ଦେଖିବାକୁ ମିଳିଥିଲା । ଏବେ ଚର୍ଚ୍ଚାରେ ରହିଛି ଏହି ଷ୍ଟାର ଦମ୍ପତିଙ୍କ ବିଚ୍ଛେଦର ଖବର ।

Sania Mirza
Advertisment
Advertisment