Advertisment

IPL Records: ୭ ବର୍ଷ ପୂର୍ବେ ସବୁଠୁ ବଡ଼ ପରାଜୟର ସାମ୍ନା କରିଥିଲା ଏହି ଟିମ୍‌, ଏପର୍ଯ୍ୟନ୍ତ ବି ଭାଙ୍ଗିନି ରେକର୍ଡ

ଆଇପିଏଲର ୧୬ ବର୍ଷର ଇତିହାସରେ ରନ୍‌ ଦୃଷ୍ଟିରୁ ଏହା କୌଣସି ଦଳ ପାଇଁ ସବୁଠୁ ବଡ଼ ପରାଜୟ। ୧୬ ବର୍ଷ ଭିତରେ ଏତେ ରନ୍‌ ବ୍ୟବଧାନରେ ଆଉ କୌଣସି ଟିମ୍‌ ପରାଜୟ ବରଣ କରିନାହିଁ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Biggest Victories In IPL History

IPL

ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍‌ ଲିଗ୍‌ ଆଇପିଏଲ। ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍‌ କ୍ରିକେଟ୍‌ର ମହାକୁମ୍ଭ। ଆଇପିଏଲ୍‌ ପାଇଁ ସବୁ ଫ୍ରାଞ୍ଚାଇଜ୍‌ ପକ୍ଷରୁ କ୍ୟାମ୍ପ୍‌ ମଧ୍ୟ ଲାଗିସାରିଛି। ସମସ୍ତ ଖେଳାଳି ମଧ୍ୟ ଆସି ଜୋରସୋରରେ ଅଭ୍ୟାସ ଜାରି ରଖିଛନ୍ତି। ଏବେ ଖାଲି ଅପେକ୍ଷା ୨୨ ମାର୍ଚ୍ଚକୁ, ଯେଉଁଦିନ ଏହି ମେଗା ଟୁର୍ଣ୍ଣାମେଣ୍ଟ ଉଦଘାଟନ୍‌ ହେବ। ତେବେ ଏହାରି ମଧ୍ୟରେ ଆମେ ଆପଣଙ୍କୁ IPLର କିଛି ଆଶ୍ଚର୍ଯ୍ୟଜନକ ରେକର୍ଡ ବିଷୟରେ କହିବୁ। ତେବେ ଆଇପିଏଲ ଇତିହାସରେ ରନ୍‌ ଦୃଷ୍ଟିରୁ କିଏ ଓ କେବେ ସବୁଠାରୁ ବଡ଼ ବ୍ୟବଧାନରେ ପରାଜୟର ସମ୍ମୁଖୀନ ହୋଇଛି ଆସନ୍ତୁ ଜାଣିବା...

Advertisment

ବର୍ଷ ଥିଲା ୨୦୧୭ । ଆଇପିଏଲର ସିଜିନ୍‌-୧୦। ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ ଡେୟାରଡେଭିଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମା ମୁମ୍ବାଇର ଅଧିନାୟକ ଥିବାବେଳେ ଦିଲ୍ଲୀର କମାଣ ସମ୍ଭାଳୁଥିଲେ ଜାହିର ଖାନ। ଏହି ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୨୧୨ ରନ୍‌ କରିଥିଲା। ମୁମ୍ବାଇ ପକ୍ଷରୁ ସିମନ୍ସ ୬୬ ରନ୍‌ କରିଥିବାବେଳେ କିରଣ ପୋଲାର୍ଡ ୬୩ ରନ୍‌ କରିଥିଲେ। ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ୧୪ ବଲରେ ୨୯ ରନ୍‌ର ଧୁଆଁଧାର ଇନିଂସ ଖେଳିଥିଲେ।

ଅଧିକ ପଢ଼ନ୍ତୁ: କାହିଁକି ହେଲେ କ୍ୟାପ୍ଟେନ୍‌.. ମୁହଁ ଖୋଲିଲେ ପାଣ୍ତ୍ୟା..ରୋହିତଙ୍କୁ ନେଇ ଦେଲେ ବଡ଼ ବୟାନ

Advertisment

ଦିଲ୍ଲୀ ସାମ୍ନାରେ ୨୧୩ ରନ୍‌ର ଟାର୍ଗେଟ ରଖିଥିଲା ମୁମ୍ବାଇ। ଯଦିଓ ଏହା ଏକ ବଡ଼ ସ୍କୋର ଥିଲା। କିନ୍ତୁ ଏହା ଚେଜ୍‌ କରିବା ଦିଲ୍ଲୀ ପାଇଁ ଅସମ୍ଭବ ନଥିଲା। କିନ୍ତୁ ଦିଲ୍ଲୀର ବ୍ୟାଟିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କାହିଁକି ନା ଦିଲ୍ଲୀ ୧୩.୪ ଓଭରରେ ମାତ୍ର ୬୬ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଦିଲ୍ଲୀ ଡେୟାରଡେଭିଲ୍ସର କେବଳ ତିନି ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଅତିକ୍ରମ କରିବାରେ ସକ୍ଷମ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ଓପନର କରୁଣ ନାୟାର ସର୍ବାଧିକ ୨୧ ରନ୍ କରିଥିବାବେଳେ କୋରୀ ଆଣ୍ଡ୍ରୁସନ୍‌ ଓ ପ୍ୟାଟ୍‌ କମିନ୍ସ ୧୦ ରନ୍‌ ଲେଖାଏଁ କରିଥିଲେ।

ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୬ ଜଣ ବୋଲରଙ୍କୁ ବ୍ୟବହାର କରିଥିଲା। କେବଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଅନ୍ୟ ସମସ୍ତ ବୋଲର ୱିକେଟ ଅକ୍ତିଆର କରିବାରେ ସଫଳ ହୋଇଥିଲେ। ମୁମ୍ବାଇ ପକ୍ଷରୁ ହରଭଜନ ସିଂ ଓ କର୍ଣ୍ଣ ଶର୍ମା ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ତେବେ ଏହି ମ୍ୟାଚ୍‌କୁ ମୁମ୍ବାଇ ୧୪୬ ରନ୍‌ରେ ଜିତିଥିଲା। ଆଇପିଏଲର ୧୬ ବର୍ଷର ଇତିହାସରେ ରନ୍‌ ଦୃଷ୍ଟିରୁ ଏହା କୌଣସି ଦଳ ପାଇଁ ସବୁଠୁ ବଡ଼ ପରାଜୟ। ୧୬ ବର୍ଷ ଭିତରେ ଏତେ ରନ୍‌ ବ୍ୟବଧାନରେ ଆଉ କୌଣସି ଟିମ୍‌ ପରାଜୟ ବରଣ କରିନାହିଁ।

ଆଇପିଏଲରେ ନୂଆ ନୂଆ ରେକର୍ଡ କରିବାକୁ ସବୁ ଦଳର ଲକ୍ଷ୍ୟ ଥାଏ। କିନ୍ତୁ ଏହା ଏମିତି ଏକ ରେକର୍ଡ ଯାହାକୁ କୌଣସି ଟିମ୍‌ ଭାଙ୍ଗିବାକୁ ଚାହିଁବେ ନାହିଁ। କିନ୍ତୁ ଏହା ନିଶ୍ଚିତ ଯେ ଦିନେ ନା ଦିନେ ଏହି ରେକର୍ଡ ମଧ୍ୟ ଭାଙ୍ଗିବ। ତେବେ କେବେ ଓ କେଉଁ ଦଳ ଏହି ରେକର୍ଡ ନିଜ ନାମରେ କରୁଛି ତାହା ଦେଖିବାର ବିଷୟ।

Mumbai Indians IPL Delhi Capitals
Advertisment
Advertisment