Advertisment

ପ୍ରଥମ ଦିନିକିଆ : ନ୍ୟୁଜିଲ୍ୟାଣ୍ଡକୁ ୩୪୮ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ହାମିଲଟନ୍‌ :  ଟି-ଟ୍ୱେଣ୍ଟି ପରେ ଆଜିଠୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଦିନିକିଆ ମୁକାବିଲା । ହାମିଲଟନ ସେଡନ୍ ପାର୍କରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ କରି ୫୦ଓଭରରେ ୪ୱିକେଟ ହରାଇ ୩୪୭ କରିଛି । ନ୍ୟୁଜିଲାଣ୍ଡକୁ ୩୪୮ରନ୍‌ର ଟାର୍ଗେଟ ଦେଇଛି ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଟିମ୍ । ରୋହିତ ଶର୍ମା ଆହତ କାରଣରୁ ସିରିଜରୁ ବାଦ ପଡିଥିବାରୁ ଆଜି ଓପନର୍ […]

author-image
Pradesh Pratyush
ପ୍ରଥମ ଦିନିକିଆ : ନ୍ୟୁଜିଲ୍ୟାଣ୍ଡକୁ ୩୪୮ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

cricet

ହାମିଲଟନ୍‌ :  ଟି-ଟ୍ୱେଣ୍ଟି ପରେ ଆଜିଠୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଦିନିକିଆ ମୁକାବିଲା । ହାମିଲଟନ ସେଡନ୍ ପାର୍କରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ କରି ୫୦ଓଭରରେ ୪ୱିକେଟ ହରାଇ ୩୪୭ କରିଛି । ନ୍ୟୁଜିଲାଣ୍ଡକୁ ୩୪୮ରନ୍‌ର ଟାର୍ଗେଟ ଦେଇଛି ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଟିମ୍ ।

Advertisment

ରୋହିତ ଶର୍ମା ଆହତ କାରଣରୁ ସିରିଜରୁ ବାଦ ପଡିଥିବାରୁ ଆଜି ଓପନର୍ ଭାବେ ପୃଥ୍ୱୀ ଶ ଏବଂ ମୟଙ୍କ ଅଗ୍ରଓ୍ୱାଲ୍ ମୈଦାନକୁ ଓହ୍ଲାଇଥିଲେ । ଆରମ୍ଭରୁ ଉଭୟେ ଦମଦାର ବ୍ୟାଟିଂ କରିଥିଲେ । ତେବେ ମାତ୍ର ୨୦ ରନ୍ କରି ପୃଥ୍ୱୀ ଶ କଲିନ୍‌ଙ୍କ ଶିକାର ହୋଇଥିଲେ।  ପରେପରେ ମୟଙ୍କ ଅଗ୍ରଓ୍ୱାଲ୍ ମଧ୍ୟ ପାଭଲିୟନ ଫେରିଥିଲେ।

ବିରାଟ ଏବଂ ଶ୍ରେୟସ୍ ଆୟାର ପାରିକୁ ସମ୍ଭାଳିଥିଲେ ମଧ୍ୟ ୫୧ରନ୍ କରି ବିରାଟ ସୋଢିଙ୍କ ଶିକାର ହୋଇଥିଲେ । ଶ୍ରେୟସ୍ ଆୟାର୍ ଏବଂ କେ.ଏଲ୍ ରାହୁଲ ବ୍ୟାଟିଂ ଜାରି ରଖିଥିଲେ । ଶ୍ରେୟସ ଆୟର ୧୦୩ରନ୍‌ର ପାରି ଖେଳି ସାଉଦିଙ୍କ ଶୀକାର ହୋଇଥିଲେ । ତେବେ ମ୍ୟାଚ୍‌ର ପ୍ରଥମ ଇନିଂସ ଶେଷ ହେବା ବେଳକୁ ରାହୁଲ ୮୮ ଓ କେଦାର ଯାଦବ ୨୨ରନ୍‌ କରି ଅପରାଜିତ ରହିଥିଲେ । ଭାରତ ୫୦ଓଭରରେ ୪ୱିକେଟ୍ ହରାଇ ୩୪୭ରନ୍‌ କରିଥିଲା ।

Advertisment
Advertisment
Advertisment