Advertisment

Asian Athletics Championship:ଏସିଆନ ଆଥଲେଟିକ୍ସରେ ଓଡ଼ିଆ ଖେଳାଳିଙ୍କ ଦବଦବା, ଶ୍ରାବଣୀ ଦେଲେ ତୃତୀୟ ପଦକ

ଶନିବାର ଶ୍ରାବଣୀ ନନ୍ଦ ଦମଦାର ପ୍ରଦର୍ଶନ କରିଥିବା ବେଳେ ଓଡ଼ିଆ ଆଥଲେଟ ଜିତିଛନ୍ତି ତୃତୀୟ ପଦକ। ଶନିବାର ୨୦୦ ମିଟର ସ୍ପ୍ରିଣ୍ଟରେ ଅନିମେଶ କୁଜୁର ବ୍ରୋଞ୍ଜ ଓ ୪ ଗୁଣା ଶହେ ମହିଳା ରିଲେ ଦଳ ପକ୍ଷରୁ ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ଜିତିଛନ୍ତି।

author-image
Saroj Kumar Jena
animesh

animesh

ଦକ୍ଷିଣ କୋରିଆର ଗୁମିରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଆ ଆଥଲେଟ ମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ଶନିବାର ଶ୍ରାବଣୀ ନନ୍ଦ ଦମଦାର ପ୍ରଦର୍ଶନ କରିଥିବା ବେଳେ ଓଡ଼ିଆ ଆଥଲେଟ ଜିତିଛନ୍ତି ତୃତୀୟ ପଦକ। ଶନିବାର ୨୦୦ ମିଟର ସ୍ପ୍ରିଣ୍ଟରେ ଅନିମେଶ କୁଜୁର ବ୍ରୋଞ୍ଜ ଓ ୪ ଗୁଣା ଶହେ ମହିଳା ରିଲେ ଦଳ ପକ୍ଷରୁ ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ଜିତିଛନ୍ତି।

Advertisment

ଅନିମେଶ କୁଜୁର ୨୦୦ ମିଟର ସ୍ପ୍ରିଣ୍ଟରେ ୨୦.୩୨ ସେକେଣ୍ଡର ଟାଇମିଂ ସହିତ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଫେଡେରେସନ କପରେ ଅନିମେଶ ୨୦.୪୦ ସେକେଣ୍ଡର ଟାଇମିଂ ହାସଲ କରିଥିଲେ। ଦ୍ବିତୀୟ ସ୍ପ୍ରିଣ୍ଟର ଭାବେ ଅନିମେଶ ଶନିବାର ପଦକ ଜିତିଛନ୍ତି। ୧୦ ବର୍ଷ ତଳେ ପ୍ରଥମ ଭାରତୀୟ ଭାବେ ଧରମବୀର ସିଂ ପ୍ରଥମ ପଦକ ହାସଲ କରିଥିଲେ। ଶନିବାର ଟୋୱା ଉଜାୱା ୨୦.୧୨ ସେକେଣ୍ଡର ଟାଇମିଂ ସହିତ ସ୍ବର୍ଣ୍ଣ ଓ ସାଉଦି ଆରବର ଅବଦୁଲଅଜିଜ ଅତାଫି ରୌପ୍ୟ ପଦକ ହାସଲ କରିଥିଲେ।

ଅଧିକ ପଢ଼ନ୍ତୁ: ୯ ବର୍ଷ ପରେ ଆଇପିଏଲ ଫାଇନାଲରେ RCB

ଅନ୍ୟ ପକ୍ଷରେ ୪ ଗୁଣା ଶହେ ମହିଳା ରିଲେ ଦଳ ରୌପ୍ୟ ପଦକ ହାସଲ କରିଥିଲା। ଶ୍ରାବଣୀ ନନ୍ଦ, ଅଭିନୟା ରାଜରାଜନ, ସ୍ନେହା ଏସଏସ ଓ ନିତ୍ୟା ଗାନ୍ଧେଙ୍କ ଦଳ ୪୩.୮୬ସେକେଣ୍ଡରେ ରେସ ଫିନିଶ କରି ଦ୍ବିତୀୟ ସ୍ଥାନରେ ରହିଥିଲେ। ଚଳିତ ସିଜନରେ ଏହା ଭାରତୀୟ ଦଳର ଶ୍ରେଷ୍ଠ ପ୍ରଦର୍ଶନ। ଚାଇନାର ମହିଳା ଦଳ ୪୩.୨୮ ସେକେଣ୍ଡର ଟାଇମିଂ ସହିତ ପ୍ରଥମ ଓ ଥାଇଲାଣ୍ଡ ୪୪.୨୬ ସେକେଣ୍ଡର ଟାଇମିଂ ସହିତ ତୃତୀୟ ସ୍ଥାନରେ ରହିଥିଲେ।

Advertisment

ଏହି ଦୁଇ ଆଥଲେଟଙ୍କ ମଧ୍ୟରୁ ଅନିମେଶ ଛତିଶଗଡର ହୋଇଥିଲେ ମଧ୍ୟ ସେ ହାଇ ପର୍ଫମାନ୍ସ ସେଣ୍ଟରରେ ଅଭ୍ୟାସ କରିଥାନ୍ତି। ପୂର୍ବରୁ ୧୦୦ ମିଟର ହର୍ଡଲ୍ସରେ ଏସିଆନ ଚାମ୍ପିୟନଶିପ ରେକର୍ଡ ସହିତ ଜ୍ୟୋତି ୟାରାଜୀ ସ୍ବର୍ଣ୍ଣ ପଦକ ଜିତିଥିଲେ। ବିଗତ ସଂସ୍କରଣର ରୌପ୍ୟ ପଦକ ବିଜୟିନୀ ଜ୍ୟୋତି ୧୨.୯୬ ସେକେଣ୍ଡର ଟାଇମିଂ ସହିତ ପ୍ରଥମ ସ୍ଥାନରେ ରହିଥିଲେ। ଜାପାନର ୟୁମି ଟନାକା ଓ ଚାଇନାର ୟୁ ୟାନ୍ନି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଉଭୟ ଟନାକା ଓ ୟୁ ୧୩.୦୬ ସେକେଣ୍ଡର ଟାଇମିଂ ହାସଲ କରିଥିଲେ। ଅନିମେଶଙ୍କ ପରି ଜ୍ୟୋତି ମଧ୍ୟ ଓଡ଼ିଶାର ନୁହନ୍ତି। ବିଶାଖାପାଟଣାରେ ଜନ୍ମିତ ଜ୍ୟୋତି ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ବ କରିଥାନ୍ତି। ଏପରିକି ଏକାଧିକ ଜାତୀୟ ଟୁର୍ନାମେଣ୍ଟରେ ସେ ଓଡ଼ିଶାର ପ୍ରତିନିଧିତ୍ବ କରି ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ସେ କଳିଙ୍ଗ ଷ୍ଟାଡିୟମରେ ଥିବା ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଣ୍ଟରରେ ଅଭ୍ୟାସ କରିଥାନ୍ତି। ଭାରତୀୟ ଆଥଲେଟ ମାନେ ସମୁଦାୟ ୮ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୬ ବ୍ରୋଞ୍ଜ ସହିତ ୨୪ ପଦକ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି। ଚାଇନା ୧୯ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ସହିତ ସମୁଦାୟ ୩୨ ପଦକ ହାସଲ କରି ପ୍ରଥମ ସ୍ଥାନରେ ରହିଛି।

ଅଧିକ ପଢ଼ନ୍ତୁ: ୧୦୦ ମିଟର ହର୍ଡଲ୍ସରେ ଏସିଆନ ରେକର୍ଡ, ସ୍ବର୍ଣ୍ଣ ଜିତିଲେ ଓଡ଼ିଶା ଖେଳାଳି

Asian Championship Indian Athletes Odia Athletes
Advertisment
Advertisment