/odishatv-khabar/media/post_attachments/uploadimage/library/16_9/16_9_0/Boycott_1753886921.jpg)
Boycott
WCLର ସେମି ଫାଇନାଲରେ ଆସନ୍ତାକାଲି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାର ଥିଲା। କିନ୍ତୁ WCLର ଗ୍ରୁପ ପର୍ଯ୍ୟାୟ ଭଳି ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷ ସେମି ଫାଇନାଲ ମ୍ୟାଚ୍କୁ ମଧ୍ୟ ବୟକଟ କରିଛନ୍ତି। ଭାରତ ଆସନ୍ତାକାଲି ପାକିସ୍ତାନ ବିପକ୍ଷ ସେମି ଫାଇନାଲ ମ୍ୟାଚ୍ ଖେଳିବ ନାହିଁ। ଭାରତ ମ୍ୟାଚ୍ ଖେଳିବାକୁ ମନା କରିବାରୁ ପାକିସ୍ତାନ WCL ଫାଇନାଲରେ ପ୍ରବେଶ କରିଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ରାଜନୀତିକ ବିବାଦ ଚାଲିଛି। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବାରୁ ଭାରତ ଏହି ଦେଶ ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନାହିଁ। ଖାସ ଏହି କାରଣ ପାଇଁ ଭାରତୀୟ ଚାମ୍ପିୟନ୍ସ ଟିମରେ ଥିବା ଅଧିକାଂଶ ଖେଳାଳି ପାକିସ୍ତାନ ବିପକ୍ଷ ସେମି ଫାଇନାଲ ମ୍ୟାଚ୍କୁ ବୟକଟ କରିବାକୁ ଚାହୁଁଥିଲେ। ତେଣୁ ଆସନ୍ତକାଲି ଭାରତ-ପାକିସ୍ତାନ ସେମି ଫାଇନାଲ ବାତିଲ ହୋଇଯାଇଛି।
WCLର ଗ୍ରୁପ ପର୍ଯ୍ୟାୟରେ ମଧ୍ୟ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାର ଥିଲା। କିନ୍ତୁ ଭାରତୀୟ ଟିମର ଏକାଧିକ ଖେଳାଳି ପାକିସ୍ତାନ ସହ ମ୍ୟାଚ୍ ଖେଳିବାକୁ ମନା କରିଥିଲେ। ଏଥିଯୋଗୁ ଗ୍ରୁପ ପର୍ଯ୍ୟାୟ ମ୍ୟାଚକୁ ବାତିଲ କରି ଉଭୟ ଦଳକୁ ୧-୧ ପଏଣ୍ଟ ଦିଆଯାଇଥିଲା। ଏବେ ସେମି ଫାଇନାଲରେ ଦୁଇ ଦଳ ମୁହାଁମୁହିଁ ହେବାର ସ୍ଥିତି ସୃଷ୍ଟି ହୋଇଥିଲା।
ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନ ୧ନଂ ସ୍ଥାନରେ ରହିଥିବା ବେଳେ ଭାରତ ୪ ନମ୍ବରରେ ରହିଛି। ଟୁର୍ଣ୍ଣାମେଣ୍ଟ ନିୟମ ଅନୁସାରେ ପଏଣ୍ଟ ଟେବୁଲର ୧ନଂ ଓ ୪ ନଂ ସ୍ଥାନରେ ରହିଥିବା ଦଳ ମଧ୍ୟରେ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ତେଣୁ ଭାରତ ଓ ପାକିସ୍ତାନ ମଧ୍ୟରେ ସେମି ଫାଇନାଲ ଆସନ୍ତାକାଲି ଭାରତୀୟ ସମୟ ଅପରାହ୍ନ ୫ଟାରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା।
India Champions pull out of WCL semifinal clash against Pakistan Champions
Read @ANI Story | https://t.co/r23iXtqPbN#IndiaChampions#WCL#Pakistanpic.twitter.com/WxN5rR5iG3
— ANI Digital (@ani_digital) July 30, 2025
ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୀତିକ ବିବାଦ ଚାଲିଥିବାରୁ ଭାରତ-ପାକିସ୍ତାନ ସେମି ଫାଇନାଲ ଲଢ଼େଇକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାପୂର୍ବରୁ ଆତଙ୍କବାଦ ଓ କ୍ରିକେଟ ଏକାଠି ଚାଲି ପାରିବ ନାହିଁ ବୋଲି କହି WCLର ଅନ୍ୟତମ ପ୍ରାୟୋଜକ ନିଶାନ୍ତ ପିଟ୍ଟିଙ୍କ EaseMyTrip ଭାରତ-ପାକିସ୍ତାନ ମ୍ୟାଚ୍ରୁ ଓହରି ଯାଇଥିଲା।
ଏବେ ଭାରତର ଅଧିକାଂଶ ଖେଳାଳି ପାକିସ୍ତାନ ବିପକ୍ଷ ସେମି ଫାଇନାଲ ମ୍ୟାଚ୍କୁ ବୟକଟ କରିବାକୁ ଘୋଷଣା କରିଥିଲେ। ଭାରତ ବିଧିବଦ୍ଧ ଭାବେ WCLରୁ ଓହରି ଯିବାରୁ ପାକିସ୍ତାନ ଫାଇନାଲ ଟିକେଟ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)