Advertisment

Uniform And Id Card Stolen: ୨ ଦିନ ପରେ ଚୋର ପୁଣି ଥରେ ଫେରିଥିଲେ, ଏଥର କିନ୍ତୁ ଚୋରି ପାଇଁ ନୁହେଁ

ଚୋରି ଘଟଣା ସୁଚିନ୍ତିତ ଯୋଜନା ଭଳି ମନେ ହେଉଛି। ଚୋରୀ ସମୟରେ ସାର୍ଜେଣ୍ଟ ଘରର ଅନ୍ୟ ଏକ ଅଂଶରେ ଥିଲେ। ଏଥିରୁ ଜଣାପଡ଼ୁଛି ଚୋରମାନଙ୍କୁ ଘରର ନକ୍ସା ମଧ୍ୟ ଭଲଭାବେ ଜଣାଥିଲା। ସାର୍ଜେଣ୍ଟ ପୁଲିସରେ ଅଭିଯୋଗ ଦାୟର କରିଥିଲେ।

author-image
Manasranjan Mohanty
Uniform And Id Card Stolen

Uniform And Id Card Stolen

ଉତ୍ତର ପ୍ରଦେଶର କାନପୁରରୁ ଏକ ଚୋରୀ ଘଟଣା ସାମ୍ନାକୁ ଆସିଛି। ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି । ଲୋକମାନେ ଚୋର ଉପରେ ପ୍ରଶ୍ନ ଉଠାଉଛନ୍ତି ଓ କହୁଛନ୍ତି ଏ କି ଚୋର ?

Advertisment

ଭାରତୀୟ ବାୟୁସେନା (IAF) ଜଣେ ଅଧିକାରୀଙ୍କ ଘରୁ ଚୋରମାନେ ନଗଦ ଟଙ୍କା ଚୋରି କରିବା ସହ ତାଙ୍କ ପୋଷାକ ଓ ପରିଚୟ ପତ୍ର ମଧ୍ୟ ନେଇ ଫେରାର ହୋଇଯାଇଥିଲେ। କିନ୍ତୁ ଘଟଣା ଏତିକିରେ ସରି ନାହିଁ। ୪୮ ଘଣ୍ଟା ପରେ ଚୋରମାନେ ପୁଣିଥରେ ସାହସ ଦେଖାଇ ସେହି ଘରକୁ ଫେରିଥିଲେ। ଚୋରମାନେ ପୋଷାକ ଓ ପରିଚୟ ପତ୍ରକୁ ସେଠାରେ ରଖି ଚାଲିଯାଇଥିଲେ।

ଅଧିକ ପଢ଼ନ୍ତୁ: ଫିଲ୍ମ ଷ୍ଟାଇଲରେ ଆସିଲା, ୫ ଜଣଙ୍କୁ ଗୁଳି କରି ନିର୍ମମ ହତ୍ୟା କଲା, ନିଜେ ମଧ୍ୟ ମଲା

Advertisment

ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଆଇଏଫ଼ ସାର୍ଜେଣ୍ଟ ଭାରଦ୍ୱାଜ ଯାଦବଙ୍କ ଘରେ ଚୋରୀ ହୋଇଥିଲା। ସେ ମନ୍ଧନା ଅଞ୍ଚଳର ଶିବ ବିହାର କୋଠୀ ବସ୍ତିରେ ରହନ୍ତି। ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରାଯାଉଛି ।

ଏହି ଚୋରି ଘଟଣା ସୁଚିନ୍ତିତ ଯୋଜନା ଭଳି ମନେ ହେଉଛି। ଚୋରୀ ସମୟରେ ସାର୍ଜେଣ୍ଟ ଘରର ଅନ୍ୟ ଏକ ଅଂଶରେ ଥିଲେ। ଏଥିରୁ ଜଣାପଡ଼ୁଛି ଚୋରମାନଙ୍କୁ ଘରର ନକ୍ସା ମଧ୍ୟ ଭଲଭାବେ ଜଣାଥିଲା। ସାର୍ଜେଣ୍ଟ ପୁଲିସରେ ଅଭିଯୋଗ ଦାୟର କରିଥିଲେ।

ଚୋରମାନେ ୧୦,୦୦୦ ଟଙ୍କା, ପୋଷାକ, ପରିଚୟ ପତ୍ର, କ୍ରେଡିଟ କାର୍ଡ, ମୋବାଇଲ ଏବଂ କିଛି କାଗଜପତ୍ର ନେଇ ଯାଇଥିଲେ । ଦୁଇ ଦିନ ପରେ ସାର୍ଜେଣ୍ଟ ଯେତେବେଳେ ନିଜ ଛାତ ଉପରେ ପହଞ୍ଚିଲେ, ସେ ଦେଖିଲେ ଯେ ତାଙ୍କ ପୋଷାକ ଓ ପରିଚୟ ପତ୍ର ସେଠାରେ ପଡ଼ିଛି।

ରିପୋର୍ଟ ଅନୁଯାୟୀ, ଚୋରମାନେ ପୁନର୍ବାର ସେହି ଘରକୁ ଆସିଥିଲେ ଏବଂ ସାବଧାନତାର ସହ ପୋଷାକ ଓ ପରିଚୟ ପତ୍ରକୁ ଛାତ ଉପରେ ରଖି ଚାଲିଯାଇଥିଲେ। ଏହି ଘଟଣାରେ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି। ଏସିପି ରଞ୍ଜିତ କୁମାରଙ୍କ ଟିମ୍ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ଯେ ଅପରାଧୀମାନଙ୍କୁ ଶୀଘ୍ର ଗିରଫ କରାଯିବ ।

ମନ୍ଧନା ଥାନା ଇନଚାର୍ଜ ତନୁଜ ସିରୋହୀ କହିଛନ୍ତି ଯେ କିଛି ସାମଗ୍ରୀ ଉଦ୍ଧାର ହୋଇଛି, କିନ୍ତୁ ୧୦,୦୦୦ ଟଙ୍କା ଏବଂ ମୋବାଇଲ ଏପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ। ସେ କହିଛନ୍ତି ଯେ ଚୋରମାନଙ୍କ ଖୋଜାଖୋଜି ଜାରି ରହିଛି ଏବଂ ଶୀଘ୍ର ମାମଲାର ଖୁଲାସା କରାଯିବ।

ଅଧିକାରୀମାନେ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି ଏବଂ ସ୍ଥାନୀୟ ସୂଚନାଦାତାଙ୍କଠାରୁ ପଚରାଉଚରା କରୁଛନ୍ତି। ପୁଲିସ ସେହି ଅଞ୍ଚଳରେ ପାଟ୍ରୋଲିଂ ବଢାଇଛି ।

ଅଧିକ ପଢ଼ନ୍ତୁ: ସରକାରୀ ବସରେ ହେଉଥିଲା ଗଞ୍ଜେଇ ଚାଲାଣ; ଚଳନ୍ତା ବସରୁ ଡେଇଁ ଅଭିଯୁକ୍ତ ଫେରାର...

CCTV IAF Kanpur
Advertisment
Related Articles
Advertisment