Advertisment

Costly Deal Of Neymar: ଫୁଟବଲ ଇତିହାସର ମହଙ୍ଗା ଡିଲ, ୭ ମ୍ୟାଚ ପାଇଁ ୮୦୦ କୋଟି ଚାର୍ଜ କଲେ ସୁପରଷ୍ଟାର

ଅଲ ହିଲାଲ ପକ୍ଷରୁ ମାତ୍ର ୭ଟି ମ୍ୟାଚ ଖେଳିଥିବା ବେଳେ ଏଥିରୁ ସେ ପାଇଛନ୍ତି ୮୦୦ କୋଟି ଟଙ୍କା। ବର୍ତ୍ତମାନ ନେମାର ବ୍ରାଜିଲକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଥିବା କୁହାଯାଇଛି। ହାରାହାରି ଦେଖିଲେ ନେମାର ଗୋଟିଏ ମ୍ୟାଚ ପିଛା ୧୧୬ କୋଟି ଟଙ୍କା ଆୟ କରିଛନ୍ତି।

ଅଦ୍ୟତନ ହୋଇଛି
neymar

neymar

Advertisment

ବ୍ରାଜିଲରଫୁଟବଲ ତାରକା ନେମାର ଜୁନିୟର। ବର୍ତ୍ତମାନ ଆହତ ସମସ୍ୟାରେ ଥିବା ନେମାର ସାଉଦି ଲିଗରେ ଅଲ ହିଲାଲ ପକ୍ଷରୁ ଖେଳୁଛନ୍ତି। ତେବେ ପ୍ରଦର୍ଶନ ଅପେକ୍ଷା ନିଜର ଟ୍ରାନ୍ସଫର ଫିକୁ ନେଇ ଚର୍ଚ୍ଚାରେ ରହିଛନ୍ତି ନେମାର। ଅଲ ହିଲାଲ ପକ୍ଷରୁ ମାତ୍ର ୭ଟି ମ୍ୟାଚ ଖେଳିଥିବା ବେଳେ ଏଥିରୁ ସେ ପାଇଛନ୍ତି ୮୦୦ କୋଟି ଟଙ୍କା। ବର୍ତ୍ତମାନ ନେମାର ବ୍ରାଜିଲକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଥିବା କୁହାଯାଇଛି। ହାରାହାରି ଦେଖିଲେ ନେମାର ଗୋଟିଏ ମ୍ୟାଚ ପିଛା ୧୧୬ କୋଟି ଟଙ୍କା ଆୟ କରିଛନ୍ତି।

Advertisment

ବ୍ରାଜିଲିଆନ କ୍ଲବ ସାଣ୍ଟୋସ ଯେଉଁଠାରୁ ନେମାର ନିଜର କ୍ୟାରିୟର ଆରମ୍ଭ କରିଥିଲେ ପୁନର୍ବାର ସମାନ କ୍ଳବ ପକ୍ଷରୁ ଖେଳିବା ପାଇଁ ନିଜର ପେମେଣ୍ଟ ହ୍ରାସ ମଧ୍ୟ କରିଛନ୍ତି। ଏକଦା ପିଏସଜିରେ ୧୭୭୬ କୋଟିର ବାର୍ଷିକ ଦେୟ ନେଉଥିବା ନେମାର ନିଜର ପ୍ରାଇସ ୫୬୦ କୋଟିକୁ କମ କରିଛନ୍ତି। ଚଳିତ ବର୍ଷ ଆହତ ଥିବା କାରଣରୁ ନେମାର ଏକାଧିକ ଟୁର୍ନାମେଣ୍ଟ ମିସ କରିଥିଲେ। ପ୍ରଥମେ କୋପା ଆମେରିକା ଓ ପରେ ନିଜ କ୍ଲବର ଏକାଧିକ ମ୍ୟାଚ ମିସ କରିଥିଲେ। ସାଉଦି ଲିଗରେ ପ୍ରଥମ ଥର ଖେଳୁଥିବା ନେମାର ମାତ୍ର ୭ ମ୍ୟାଚ ଖେଳି ପାରିଥିଲେ।

ତେବେ ଅଲ ହିଲାଲରେ ନେମାରଙ୍କ ଦେୟ ସମସ୍ତଙ୍କ ଆଖି ଖୋସି ଦେଇଥିଲା। ୯୦ ମିଲିୟନର ଟ୍ରାନ୍ସଫର ଫି ଅର୍ଥାତ ଭାରତୀୟ ମୁଦ୍ରାରେ ୮୧୧ କୋଟି ଟଙ୍କା ନେଇଥିଲେ ନେମାର। ଦେଢ ବର୍ଷରେ ମାତ୍ର ୭ ମ୍ୟାଚ ଖେଳିଥିଲେ ନେମାର। ବ୍ରାଜିଲିଆନ ସୁପରଷ୍ଟାରଙ୍କ ଟ୍ରାନ୍ସଫର ଫି ଓ ଦେୟକୁ ମିଶାଇଲେ ଏହା ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସକୁ ଅତିକ୍ରମ କରିଯିବ। ଚେନ୍ନାଇର ବ୍ରାଣ୍ଡ ଭାଲ୍ୟୁ ୨୨୧ ମିଲିୟନ ରହିଥିବା ବେଳେ ନେମାରଙ୍କ ଦେୟ ଓ ବେତନରୁ ଏହା କମ ରହିବ। ତେବେ ନେମାରଙ୍କ ଅଲ ହିଲାଲ ଡିଲ ଫୁଟବଲ ଇତିହାସର ସର୍ବବୃହତ ଡିଲ ନୁହେଁ। ଫୁଟବଲ ଇତିହାସର ୫ ବଡ ଟ୍ରାନ୍ସଫର ଡିଲ ଉପରେ ଏକ ନଜର...

Advertisment

ଅଧିକ ପଢ଼ନ୍ତୁ: ଚାମ୍ପିଅନ୍ସ ଟ୍ରଫି ଟିମ୍‌ରେ ଅର୍ଶଦୀପ ସିଂହଙ୍କ ଚୟନ କେତେ ଯଥାର୍ଥ

ନେମାର(ବାର୍ସେଲୋନାରୁ ପିଏସଜି) ୧୭୭୬ କୋଟି- ଫ୍ରାନ୍ସର କ୍ଲବ ପ୍ୟାରିସ ସେଣ୍ଟ ଜର୍ମେନ ୨୦୧୭ରେ ନେମାର ଜୁନିୟରଙ୍କୁ ୨୨୨ ମିଲିୟନ ଡଲାର ବା ୧୧୭୬ କୋଟି ଟଙ୍କାରେ ସାଇନ କରିଥିଲା। ପିଏସଜି ପାଇଁ ସେ ୧୧୮ ଗୋଲ ସ୍କୋର କରିଥିବା ବେଳେ ୭୭ ଆସିଷ୍ଟରେ ସାମିଲ ଥିଲେ।

କିଲିଆନ ଏମବାପେ (ମୋନାକୋରୁ ପିଏସଜି) ୧୪୪୦ କୋଟି- ୨୦୧୭ରେ କିଲିଆନ ଏମବାପେଙ୍କୁ ୧୪୪୦ କୋଟି ଟଙ୍କାରେ ସାଇନ କରିଥିଲା ପିଏସଜି। ବର୍ତ୍ତମାନ ରିୟଲ ମାଡ୍ରିଡ ପକ୍ଷରୁ ଖେଳୁଥିବା ଏମବାପେ କ୍ଲବ ପକ୍ଷରୁ ୩୮୯ ଗୋଲ ଓ ୨୯୬ ଆସିଷ୍ଟରେ ସାମିଲ ଅଛନ୍ତି।

Advertisment

ଫିଲିପ କର୍ଟିନୋ (ଲିଭରପୁଲରୁ ବାର୍ସେଲୋନା) ୧୦୮୦ କୋଟି- ଲିଭରପୁଲର ଫରୱାର୍ଡ ଖେଳାଳି ଫିଲିପ କର୍ଟିନୋ ୧୦୮୦ କୋଟିର ଟ୍ରାନ୍ସଫର ଫି ସହ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ବାର୍ସେଲୋନା ପକ୍ଷରୁ ଖେଳୁଥିବା ଏହି ଖେଳାଳି ଜଣଙ୍କ ନିଜ କ୍ୟାରିୟରରେ ୧୨୨ ଗୋଲ କରିଥିବା ବେଳେ ୭୮ ଆସିଷ୍ଟରେ ସାମିଲ ଅଛନ୍ତି।

ଓସୁମାନେ ଡେମ୍ବେଲେ (ବୋରିସା ଡର୍ଟମୁଣ୍ଡରୁ ବାର୍ସେଲୋନା) ୧୦୮୦ କୋଟି- ଫ୍ରାନ୍ସ ଦଳର ରାଇଟ ୱିଙ୍ଗର ଓସୁମାନେ ଡେମ୍ବେଲେ ବର୍ତ୍ତମାନ ପିଏସଜି ପକ୍ଷରୁ ଖେଳୁଛନ୍ତି। ତେବେ ୨୦୧୭-୧୮ ସିଜନରେ ବୋରିସା ଡର୍ଟମୁଣ୍ଡରୁ ୧୦୮୦ କୋଟିର ଟ୍ରାନ୍ସଫର ଫି ସହ ତାଙ୍କୁ କିଣିଥିଲା ବାର୍ସେଲୋନା।

ଜୋଆଓ ଫେଲିକ୍ସ (ବେନଫିସାରୁ ଆଟଲେଟିକୋ ମାଡ୍ରିଡ) ୧୦୧୮ କୋଟି- ମାତ୍ର ୧୯ ବର୍ଷ ବୟସରେ ପର୍ତ୍ତୁଗାଲର ଏହି ପ୍ରତିଭାବାନ ଷ୍ଟ୍ରାଇକର ୧୦୧୮ କୋଟିର ଟ୍ରାନ୍ସଫର ଫି ସହ ଆଟଲେଟିକୋ ମାଡ୍ରିଡରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଚେଲସୀ ଓ ବାର୍ସେଲୋନା ପାଇଁ ଖେଳିଛନ୍ତି।

ଅଧିକ ପଢ଼ନ୍ତୁ: ଦୁଲୁକିବ ବାରବାଟୀ...୨ରୁ ଟିକେଟ ବିକ୍ରି, ଗୋଟିଏ IDରେ ମିଳିବ ୨ଟା ଟିକେଟ୍

Football Neymar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ