• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବନ୍ୟାରେ ଫସିଲେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର । ପ୍ରବଳ ବର୍ଷା ଯୋଗୁଁ ଗୁଜରାଟ ଭଦୋଦରାରେ ବନ୍ୟା ସ୍ଥିତି ଦେଖାଦେଇଛି । ଏଥିଯୋଗୁଁ ସହରର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରିଛି । ଆଉ ଏହି ବନ୍ୟାରେ ଫସିଛନ୍ତି ଟିମ୍ ଇଣ୍ଡିଆର ମହିଳା କ୍ରିକେଟର ରାଧା ଯାଦବ । ସେ ଭଦୋଦରାରେ ଥିବା ନିଜ ଘରେ ଫସି ରହିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ଏନଡିଆରଏଫ ପହଞ୍ଚି ରାଧା ଏବଂ ଅନ୍ୟମାନଙ୍କୁ ଉଦ୍ଧାର କରିଥିଲା ।

ଏ ନେଇ ରାଧା ଯାଦବ ନିଜେ ସୋସିଆଲ ମିଡିଆରେ ସୂଚନା ଦେବା ସହ ରାଧା ଯାଦବ ଏନଡିଆରଏଫକୁ ଧନ୍ୟବାଦ ଦେଇଛନ୍ତି । ସୂଚନା ଅନୁସାରେ ଭାରତୀୟ ମହିଳା କ୍ରିକେଟ ଟିମର ପ୍ରମୁଖ ସଦସ୍ୟ ହେଉଛନ୍ତି ରାଧା ଯାଦବ । ସେ ଭାରତ ପାଇଁ ଗୋଟିଏ ଦିନିକିଆ ଏବଂ ୫୫ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳିଛନ୍ତି।

ଅଧିକ ପଢ଼ନ୍ତୁ: ବର୍ଷା ପରେ ଜଳପ୍ରଳୟ; ଦିଲ୍ଲୀର ହାଲ୍ ବେହାଲ୍‌, ଗୁଜରାଟରେ ସ୍ଥିତି କହିଲେ ନସରେ

ସେପଟେ ଗୁଜରାଟରେ ଲଗାଣ ବର୍ଷା ପରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିତି । ଗତ ୨ ଦିନ ମଧ୍ୟରେ ୨୯ ଜଣଙ୍କ ମୃତ୍ୟୁ ହେଲାଣି । ରେସକ୍ୟୁ ଟିମ୍ ଏଯାଏ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ସେନା ଓ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନ୍ୟାଞ୍ଚଳରେ ଫସି ରହିଥିବା ଲୋକଙ୍କୁ ହେଲିକପଟର ସହାୟତାରେ ଉଦ୍ଧାର କରାଯାଉଛି । ଗୁଜରାଟର ବହୁ ସହରାଞ୍ଚଳ ଜଳବନ୍ଦୀ ହୋଇଥିବାରୁ ଉତ୍କଟ ହୋଇ ପଡ଼ିଛି ବନ୍ୟା ସ୍ଥିତି ।

ବିଶେଷକରି ମୋର୍ବି, ଭଦୋଦରା, ଭାରୁଚ, ଜାମନଗର, ଅରବାଲି, ପଞ୍ଚମହଲା, ଦ୍ୱାରକା ଏବଂ ଡାଙ୍ଗ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପାଣି ଘେରରେ ରହିଛି ଏସବୁ ସହରାଞ୍ଚଳର ବହୁ ତଳିଆ ଇଲାକା । ଭଦୋଦରା ଓ ଜାମନଗର, କଚ୍ଛ ଓ ଦ୍ବାରିକା ଅଞ୍ଚଳରେ ସ୍ଥିତି ଅଧିକ ଗୁରୁତ୍ବପୂର୍ଣ୍ଣ ଥିବାରୁ ସ୍କୁଲ ବନ୍ଦ ଘୋଷଣା କରିଛି ପ୍ରଶାସନ । ଅନ୍ୟପଟେ ବନ୍ୟାସ୍ଥିତି ନେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଧିକ ପଢ଼ନ୍ତୁ: କାହିଁକି ବୁଡ଼ିଲା ଗୁଜରାଟ; ପାଣିପାଗ ବିଜ୍ଞାନୀ କହିଲେ ବଡ଼ କାରଣ...ଜାଣନ୍ତୁ

OTV is now on Whatsapp

Join and get latest news update delivered to you via whatsapp

Join Now