/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724913230.jpg)
waterlogging
ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଦିଲ୍ଲୀର ଧୌଲାକୂଆଁ, କନ୍ନଟ ପ୍ଲେସ, ନେହେରୁ ପ୍ଲେସ ଆଦି ଅଞ୍ଚଳରେ ଜଳ ନିଷ୍କାସନ ହୋଇ ନ ପାରିବାରୁ ଗମ୍ଭୀର ହୋଇଛି ଟ୍ରାଫିକ ସମସ୍ୟା । ରାସ୍ତାରେ ହଜାର ହଜାର ଗାଡ଼ି ଅଟକିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରାସ୍ତାରେ ଗାଡି ଯିବା ତ ଦୂରର କଥା ଚାଲି ଚାଲି ଗଲେ ବି ଆଣ୍ଠୁଏ ଉଚ୍ଚର ପାଣି ଦେଇ ଯିବାକୁ ପଡୁଛି । ମୋଟରସାଇକେଲ, କାର ଭଳି ଗାଡି ମଧ୍ୟ ଅଧା ବୁଡିଯାଉଛି । ରାସ୍ତାରେ ଗାଡିମୋଟର ଫସି ରହିଛି । ଏଥିପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ମଧ୍ୟ ଆଲର୍ଟ ଜାରି ହୋଇଛି ।
ବଦରପୁର ବର୍ଡରରେ ଟ୍ରାଫିକ ସମସ୍ୟା ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଜାତୀୟ ରାଜପଥରେ ପାଣି ଜମି ରହିଥିବାରୁ ପମ୍ପ ଦ୍ବାରା ଜଳ ନିଷ୍କାସନ କରାଯାଉଛି। ଜାତୀୟ ରାଜଧାନୀରେ ଆଜିକୁ ୨୩ ଦିନ ଧରି ବର୍ଷା ଲାଗି ରହିଥିବାରୁ ଏହା ଗତ ୧୪ ବର୍ଷ ଭିତରେ ଲମ୍ବା ବର୍ଷାର ଅବଧି ବୋଲି କୁହାଯାଉଛି।
#ବର୍ଷାରେ_ବେହାଲ୍_ଦିଲ୍ଳୀ
ଅବିଶ୍ରାନ୍ତ ବର୍ଷାରେ ବେହାଲ୍ ରାଜଧାନୀ ଦିଲ୍ଳୀ । ସବୁଠି ପାଣି ହିଁ ପାଣି । ଅସ୍ତବ୍ୟସ୍ତ ଜନଜୀବନ ।#DelhiRains#HeavyRainfall#DelhiWeather#OTVpic.twitter.com/IWWuPmnUxo— ଓଟିଭି (@otvkhabar) August 29, 2024
ଗୁଜରାଟରେ ମଧ୍ୟ ଲଗାଣ ବର୍ଷା ପରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିତି। ଗତ ୨ ଦିନ ମଧ୍ୟରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ରେସକ୍ୟୁ ଟିମ୍ ଏଯାଏ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଗୁଜରାଟର ମୋର୍ବି, ଭଦୋଦରା, ଭାରୁଚ, ଜାମନଗର, ଅରବାଲି, ପଞ୍ଚମହଲା, ଦ୍ୱାରକା ଏବଂ ଡାଙ୍ଗ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।
ତେବେ ଆସନ୍ତାକାଲି ଯାଏଁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ବାୟୁସେନା ଓ ଦମକଳବାହିନୀ ମୁତୟନ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ବର୍ଷା ପାଣି ଚାଲୁଥିବାରୁ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ବହୁ ଗ୍ରାମ୍ୟ ସଡ଼କ ଦେଇ ଗାଡ଼ି ଚଳାଚଳ ବନ୍ଦ ରହିଛି ।
ଭଦୋଦରା ଓ ଜାମନଗର, କଚ୍ଛ ଓ ଦ୍ବାରିକା ଅଞ୍ଚଳରେ ସ୍ଥିତି ଅଧିକ ଗୁରୁତ୍ବପୂର୍ଣ୍ଣ ଥିବାରୁ ସ୍କୁଲ ବନ୍ଦ ଘୋଷଣା କରିଛି ପ୍ରଶାସନ । ଅନ୍ୟପଟେ ବନ୍ୟାସ୍ଥିତି ନେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରବଳ ବର୍ଷାରେ ଜାମନଗରର ରଞ୍ଜିତ ସାଗର ଡ୍ୟାମ୍ ଫୁଲିବାରେ ଲାଗିଛି। ଜଳସ୍ତର ୨୯ଫୁଟ ଅତିକ୍ରମ କରିବା ପରେ ଡ୍ୟାମ୍ରୁ ପାଣି ଉଛୁଳିବାରେ ଲାଗିଛି।
#ଲହଢି_ଭାଙ୍ଗୁଛି_ପାଣି
ଗୁଜରାଟରେ ଲଗାଣ ବର୍ଷା ପରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିତି । ୨୯ ଫୁଟ୍ରେ ପହଞ୍ଚିଛି ଜାମନଗର ରଞ୍ଜିତ ସାଗର ଡ୍ୟାମର ଜଳ ସ୍ତର । ଦେଖନ୍ତୁ ଦୃଶ୍ୟ...#Gujarat#RanjitSagarDam#rainfall#OTVpic.twitter.com/4UIKMfrG2W— ଓଟିଭି (@otvkhabar) August 29, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)