/odishatv-khabar/media/post_attachments/uploadimage/library/16_9/16_9_0/MS_Dhoni_1716277520.jpg)
MS Dhoni
ଆଇପିଏଲ୍ ୨୦୨୪ରେ, ଏମ୍ଏସ୍ ଧୋନି ଧୁଆଁଧାର ବ୍ୟାଟିଂ କରିଥିଲେ । ଧୋନିଙ୍କ ଏହି ଅବତାର ଫ୍ୟାନ୍ସମାନଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏକ ବର୍ଷ ପରେ ଧୋନିଙ୍କୁ ଦେଖିବା ପାଇଁ ପ୍ରଶଂସକମାନେ ଷ୍ଟାଡିୟମରେ ଭିଡ଼ ଜମାଇଥିଲେ । ତେବେ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଚେନ୍ନାଇର ନୈରାଶଜନକ ପ୍ରଦର୍ଶନ ପରେ ଧୋନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମାହି ଏକ ବାଇକ୍ ଚଲାଉଥିବାର ନଜର ଆସିଛନ୍ତି । କୁହାଯାଉଛି ଯେ ରାଞ୍ଚିରେ ପହଞ୍ଚିବା ମାତ୍ରେ ଧୋନି ତାଙ୍କ ପୁରୁଣା ଦୁନିଆକୁ ଫେରିଛନ୍ତି। ସୂଚନାନୁସାରେ, ଧୋନି ବାଇକ୍ ଚଲାଇବାକୁ ବହୁତ ପସନ୍ଦ କରନ୍ତି । ଏମିତି କି ତାଙ୍କ ପାଖରେ ୧୦୦ରୁ ଅଧିକ ବାଇକ୍ ଥିବା କୁହାଯାଉଛି ।
ଅଧିକ ପଢ଼ନ୍ତୁ: ସଚିନ କି ବିରାଟ... କିଏ ବଡ଼ ଖେଳାଳି ? ଡିବେଟ୍ର ହେଲା ଅନ୍ତ !
ମହେନ୍ଦ୍ର ସିଂ ଧୋନି ବାଇକ୍ ଚଲାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚଳିତ ଆଇପିଏଲ୍ ସିଜିନ୍ ସମୟରେ ମଧ୍ୟ ଧୋନିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ ଏଥର ମାହିଙ୍କୁ ବ୍ୟାଟ୍ କିମ୍ବା ବଲ୍ ସହିତ ନୁହେଁ ବରଂ ତାଙ୍କ ପୁରୁଣା ୟାମାହା RD 350 ସହିତ ଦେଖିବାକୁ ମିଳୁଛି । ଏହି ଭିଡିଓଟି ରାଞ୍ଚିର ବୋଲି କୁହାଯାଉଛି ।
MS Dhoni in Ranchi 💛 pic.twitter.com/gNHE0fiQyf
— 🎰 (@StanMSD) May 20, 2024
ଚଳିତ ଆଇପିଏଲ୍ ସିଜିନ୍ରେ ବହୁ ଉତ୍ଥାନ ପତନ ଦେଇ ଚାଲିଥିଲା ଚେନ୍ନାଇ। ଦଳ ପ୍ଲେ ଅଫ୍ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଥିଲା ମାତ୍ର ଶେଷ ଲିଗ୍ ମ୍ୟାଚ୍ରେ ବାଙ୍ଗାଲୋରଠାରୁ ପରାଜୟ ବରଣ କରି ଟପ୍-୪ରୁ ବାଦ ପଡ଼ିଛି ଚେନ୍ନାଇ । ତେବେ ଆଇପିଏଲର ଏହି ସିଜିନ୍ ଆରମ୍ଭ ହେବା ପୂର୍ବରୁ ହିଁ ଧୋନି ଋତୁରାଜ ଗାଇକ୍ୱାଡଙ୍କୁ ଅଧିନାୟକତ୍ୱ ପ୍ରଦାନ କରିଥିଲେ । କର ବା ମର ମ୍ୟାଚ୍ରେ ଚେନ୍ନାଇର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଫ୍ଲଫ୍ ହୋଇଥିଲେ । କିନ୍ତୁ ଧୋନି ଶେଷରେ ଆସି ମ୍ୟାଚ୍କୁ ବିଜୟ ପର୍ଯ୍ୟନ୍ତ ନେଇଯାଇଥିଲେ । ସେ ମାତ୍ର ୧୩ ବଲରେ ୩ ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ୨୫ ରନ୍ କରିଥିଲେ । କିନ୍ତୁ ବିଜୟଲାଭ କରିବାରେ ସଫଳ ହୋଇପାରିନଥିଲେ । ଯାହାଫଳରେ ଚଳିତ ଆଇପିଏଲ ପ୍ଲେ ଅଫ୍ରୁ ବାଦ ପଡ଼ିଥିଲା ଚେନ୍ନାଇ।
ଚେନ୍ନାଇ ପ୍ଲେ ଅଫ୍ରୁ ବିଦା ହେବା ପରେ ସୋସିଆଲ ମିଡିଆରେ ଧୋନିଙ୍କ ବିଦାୟ ଭିଡିଓ ଭାଇରାଲ ହୋଇଥିଲା । ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଧୋନି ଏପର୍ଯ୍ୟନ୍ତ ଅବସରକୁ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି । CSK ଏବେ ତାଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି । ରିପୋର୍ଟ ଅନୁଯାୟୀ, ଦଳ ପରିଚାଳନାକୁ କିଛି ମାସ ଅପେକ୍ଷା କରିବାକୁ କହିଛନ୍ତି ଧୋନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)