• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ୭ଟି ୱିକେଟ ନେଇଛନ୍ତି ମହମ୍ମଦ ସାମି । ମାତ୍ର ୫୭ରନ ଦେଇ ୭ଟି ୱିକେଟ ଅକ୍ତିଆର କରିଥିଲେ ଶାମୀ । ଗତକାଲି ୱାଙ୍ଖଡେରେ ଖେଳା ଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିଥିଲା ।

ନ୍ୟୁଜିଲାଣ୍ଡ ବ୍ୟାଟର ମିଚେଲ ଓ ୱିଲିୟମସନଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ଅକ୍ତିଆର କରିଥିଲେ । ୭ ଟି ୱିକେଟ୍ ନେଇଥିବା ସାମିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ଏଥିସହ ବିଶ୍ୱକପରେ ସାମିଙ୍କ ନାଁରେ ଦ୍ରୁତତମ ୫୦ ୱିକେଟ ରେକର୍ଡ ହୋଇଛି । ବିଶ୍ବକପରେ ମାତ୍ର ୧୭ଟି ଇନିଂସରେ ୫୦ ୱିକେଟ ସଫଳତା ପାଇଛନ୍ତି ସାମି ।

ଅଧିକ ପଢ଼ନ୍ତୁ: ଭାରତର ଐତିହାସିକ ବିଜୟ, କୋହଲିଙ୍କ ନାମରେ ଅନେକ ରେକର୍ଡ

ଅନ୍ୟପଟେ ବିଶ୍ୱକପ୍ ଫାଇନାଲରେ ଭାରତ । ଦୀର୍ଘ ୧୨ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ପ୍ରଥମ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଭାରତ ଫାଇନାଲରେ ପହଞ୍ଚିଛି । ୨୦୧୯ ବିଶ୍ୱକପ୍ ସେମି ପରାଜୟର ପ୍ରତିଶୋଧ ନେଇଛି ଭାରତ। ଗତକାଲି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି ।

ବିରାଟ କୋହଲି ଓ ଶ୍ରେୟାସ ଆୟରଙ୍କ ଶତକୀୟ ଇନିଂସ ଓ ଶୁବମନ ଗିଲଙ୍କ ଅପରାଜିତ ୮୦ ରନ ବଳରେ ଭାରତ ଏକ ବଡ଼ ସ୍କୋର ଛିଡ଼ା କରିଥିଲା । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ବିନିମୟରେ କରିଥିଲା ୩୯୭ ରନ୍ । ଏହାର ଜବାବରେ ନ୍ୟୁଜିଲାଣ୍ଡ ୩୨୭ ରନ୍ କରିପାରିଥିଲା ।

ଏହି ବିଜୟ ସହ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟର ଧାରାକୁ ମଧ୍ୟ ଭାଙ୍ଗିଛି ଭାରତ । ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି ଐତିହାସିକ ୫୦ ତମ ସେଞ୍ଚୁରୀ ମାରିଛନ୍ତି । ଏହି ଶତକ ସହ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଶତକ ମାରିବାରେ ସଚିନ ଚେନ୍ଦୁଲକରଙ୍କ ରେକର୍ଡକୁ ମଧ୍ୟ କାଟି ଦେଇଛନ୍ତି ।

ସେହିପରି ମହମ୍ମଦ ଶାମି ନିଜ ପ୍ରଦର୍ଶନ ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୭ଟି ୱିକେଟ୍ ନେବା ସହ ଭାରତ ପକ୍ଷରୁ ବିଶ୍ବକପରେ ସର୍ବାଧିକ ୫୦ ୱିକେଟ୍ ହାସଲ କରି ରେକର୍ଡ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଭବାବିହ୍ୱଳ ହୋଇ ଟ୍ୱିଟ୍‌ କଲେ ସଚିନ୍‌, କହିଲେ ମନେପଡ଼ିଗଲା ସେଇ ଡ୍ରେସିଂ ରୁମ୍‌ରେ ଦେଖା...