• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିରାଟ ସେଞ୍ଚୁରୀରେ ରେକର୍ଡ ଭାଙ୍ଗିବା ପରେ ତାଙ୍କୁ ସୋସିଆଲ ମିଡିଆ ଏକ୍ସରେ ଶୁଭେଚ୍ଛା ଜଣାଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସେ ଲେଖିଛନ୍ତି ଯେ ‘ଯେଉଁଦିନ ପ୍ରଥମ କରି ଭାରତୀୟ ଡ୍ରେସିଂ ରୁମ୍‌ରେ ଦେଖା, ସେଦିନ ଅନ୍ୟ ଖେଳାଳି ତୁମକୁ ମୋ ପାଦ ଛୁଇଁବାକୁ ମଜାରେ କହିଥିଲେ, ଆଉ ମୁଁ ହସ ରୋକିପାରି ନଥିଲି । ତେବେ ଦକ୍ଷତା ଓ କ୍ରିକେଟ ପ୍ରତି ପ୍ରଗାଢ଼ ଅନୁରକ୍ତିକୁ ନେଇ ତୁମେ ଖୁବ ଶୀଘ୍ର ମୋ ହୃଦୟ ସ୍ପର୍ଶ କରିଥିଲ ।

ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ସେଦିନର ସେଇ ଯୁବକ ଆଜି ବିରାଟ ଖେଳାଳିରେ ପରିଣତ ହୋଇଛି । ଜଣେ ଭାରତୀୟ ଖେଳାଳି ମୋ ରେକର୍ଡ ଭାଙ୍ଗିଲେ ତାଠୁ ବଳି ଖୁସି କିଛି ହୋଇନପାରେ। ବିଶ୍ୱକପ୍ ସେମିଫାଇନାଲ ଭଲି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ତାହା ପୁଣି ମୋ ଘରୋଇ ଗ୍ରାଉଣ୍ଡରେ । ତୁମର ଏସଫଳତା ଆନନ୍ଦକୁ ଦ୍ୱିଗୁଣିତ କରିଛି ।’

 

ସୂଚନାଯୋଗ୍ୟ, ବିଶ୍ୱକପ୍ ସେମି ଫାଇନାଲରେ ବିରାଟ କୋହଲିଙ୍କ ବିରାଟ ଶତକ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗିଛନ୍ତି ବିରାଟ । ୫୦ ତମ ସେଞ୍ଚରୀ କରି ସେ ସଚିନଙ୍କ ରେକର୍ଡ ଭାଙ୍ଗିବା ସହ କ୍ରିକେଟରେ ବିରାଟ ରେକର୍ଡ କରିଛନ୍ତି ବିରାଟ କୋହଲି । ଆଜି ମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଚାଲିଥିବା ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଏହି ରେକର୍ଡ କରିଛନ୍ତି କୋହଲି ।

୧୦୬ ବଲରେ ୮ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ରେକର୍ଡ ଶତକ ହାସଲ କରିଛନ୍ତି ବିରାଟ । ଏହାଛଡ଼ା ଗୋଟିଏ ବିଶ୍ୱକପରେ ଏକା ସର୍ବାଧିକ ରନ କରିବାରେ ମଧ୍ୟ ରେକର୍ଡ କରିଛନ୍ତି ବିରାଟ ।