Advertisment

Virat Kohli: ମେଲବର୍ଣ୍ଣ- ବାରବାଡୋସ୍‌ ପରେ ଏବେ ଦୁବାଇ, ସବୁଠି କିଙ୍ଗ୍ କୋହଲିଙ୍କ ଜଲୱା

୨୩ ଫେବ୍ରୁଆରୀ (ରବିବାର) ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନୀ ଦଳ ବିପକ୍ଷରେ ବିରାଟ କୋହଲି ଏପରି ଏକ ଇନିଂସ ଖେଳିଥିଲେ, ଯାହା ପ୍ରଶଂସକଙ୍କ ମନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ।

ଅଦ୍ୟତନ ହୋଇଛି
ସବୁଠି କୋହଲି ଆଉ କୋହଲି

ସବୁଠି କୋହଲି ଆଉ କୋହଲି

Advertisment

ଯଦି ଆପଣ କୋହଲିଙ୍କୁ ନିଦରୁ ଉଠାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ କୁହନ୍ତୁ ଯେ ଆପଣଙ୍କର ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଅଛି ... ଏ କଥା ଆମେ ନୁହେଁ ବରଂ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର କହିଥିଲେ । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାର ପ୍ରାୟ ଏକ ମାସ ପୂର୍ବରୁ ଅଖତର ଏପରି ବୟାନ ଦେଇଥିଲେ । ପାକିସ୍ତାନୀ ଦଳ ବିପକ୍ଷରେ ବିରାଟ କୋହଲିଙ୍କ ରେକର୍ଡକୁ ବିଚାରକୁ ନେଇ ଅଖତର ଏହା କହିବା ଠିକ୍ ଥିଲା । ବର୍ତ୍ତମାନ କୋହଲି ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରି ଅଖତର ଦେଇଥିବା ଏହି ବୟାନକୁ ଠିକ୍‌ ବୋଲି ସାବ୍ୟସ୍ତ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ବାଂଲାଦେଶକୁ ହରାଇଲା ନ୍ୟୁଜିଲାଣ୍ଡ,ଚାମ୍ପିୟନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ

୨୩ ଫେବ୍ରୁଆରୀ (ରବିବାର) ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନୀ ଦଳ ବିପକ୍ଷରେ ବିରାଟ କୋହଲି ଏପରି ଏକ ଇନିଂସ ଖେଳିଥିଲେ, ଯାହା ପ୍ରଶଂସକଙ୍କ ମନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ । କୋହଲି ୧୧୧ ବଲରେ ଅପରାଜିତ ୧୦୦ ରନ୍‌ ସ୍କୋର କରିଥିଲେ, ଯେଉଁଥିରେ ସାତଟି ଚାରି ଅନ୍ତର୍ଭୁକ୍ତ ଥିଲା । କୋହଲି ଦୁବାଇ ପିଚ୍‌କୁ ଭଲ ଭାବେ ବୁଝିଥିଲେ । ସେଥିପାଇଁ ସେ ଏହି ସ୍ଲୋ’ ପିଚରେ ବଡ଼ ସଟ୍ ନଖେଳି ଆରାମରେ ତାଙ୍କ ଇନିଂସକୁ ଆଗେଇ ନେଇଥିଲେ । କୋହଲି ପୁଣିଥରେ ପାକିସ୍ତାନୀ ଦଳକୁ ସୂଚାଇ ଦେଇଛନ୍ତି ଯେ, ସେ ହେଉଛନ୍ତି କ୍ରିକେଟ୍‌ ଜଗତର ଅସଲି କିଙ୍ଗ୍... ବିରାଟ କୋହଲିଙ୍କ ଦମଦାର ଶତକ ଫଳରେ ଭାରତ ସହଜରେ ୨୪୨ ରନ୍‌ର ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲେ । ତେବେ ଏହି ଶତକ ସମସ୍ତ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଯେତିକି ଖାସ୍‌ ଥିଲା ବିରାଟଙ୍କ ପାଇଁ ମଧ୍ୟ ସେତିକି ଖାସ୍ ଥିଲା । କାହିଁକି ନା ସେ ଚମ୍ପିଆନ୍ସ ଟ୍ରଫିରେ ପ୍ରଥମ ଥର ପାଇଁ ଶତକ ହାସଲ କରିଥିଲେ ।

Advertisment

ବିରାଟ କୋହଲି ସାଧାରଣତଃ ବଡ଼ ମ୍ୟାଚ୍‌ରେ ବଡ଼ ଇନିଂସ ଖେଳିଥାନ୍ତି । ଗତ ବର୍ଷ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଆୟୋଜିତ ଟି -୨୦ ବିଶ୍ୱକପ୍‌ କିଏ ଭୁଲିପାରିବ । ଏହି ମେଗା ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ୭ଟି ମ୍ୟାଚରେ ମାତ୍ର ୭୫ ରନ୍ ସଂଗ୍ରହ କରିଥିଲେ ଏବଂ ସମାଲୋଚକଙ୍କ ଟାର୍ଗେଟରେ ଥିଲେ । କିନ୍ତୁ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମ୍ୟାଚ୍ ଅର୍ଥାତ୍ ଫାଇନାଲ୍‌ରେ ବିରାଟଙ୍କ ବ୍ୟାଟ୍‌ ଗର୍ଜିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିରାଟ କୋହଲି ୫୯ ବଲରେ ୭୬ ରନ୍ ସଂଗ୍ରହ କରିଥିଲେ । ସେହି ଇନିଂସ ଆଧାରରେ ଭାରତୀୟ ଦଳ ୧୭୭ ରନ୍‌ର ଲକ୍ଷ୍ୟ ସ୍ଥିର କରିବାରେ ସଫଳ ହୋଇଥିଲା । ଆଉ ଏହା ପରେ ଯାହା ଘଟିଲା ତାହା ଇତିହାସ ସୃଷ୍ଟି କରିଥିଲା । ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ୱକପ ଜିତିଥିଲା । ସେହି ଟାଇଟଲ୍ ବିଜୟ ସହିତ ବିରାଟ T-୨୦ରୁ ଅବସର ଘୋଷଣା କରିଥିଲେ ।

ସେହିପରି ୨୦୨୨ ଟି-୨୦ ବିଶ୍ୱକପ୍‌ରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଏହି ମ୍ୟାଚ୍‌ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଖେଳାଯାଇଥିଲା । ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ମଧ୍ୟ କୋହଲିଙ୍କ ବିରାଟ ରୂପ ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତ ସାମ୍ନାରେ ୧୬୦ ରନ୍‌ର ଟାର୍ଗେଟ ରଖିଥିଲା । ତେବେ ଏହି ରନ୍‌ ଚେଜ୍‌ କରିବା ସମୟରେ ଆରମ୍ଭରୁ ବ୍ୟାକଫୁଟ୍‌ରେ ରହିଥିଲା ଭାରତ । ମାତ୍ର ୩୧ ରନ୍‌ରେ ଭାରତର ୪ ଜଣ ଆଉଟ୍ ହୋଇଥିଲେ। ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପାଣ୍ଡ୍ୟାଙ୍କ ସହ ମିଶି ବିରାଟ ପାଳି ସମ୍ଭାଳିଥିଲେ । ତେବେ ଏହି ମ୍ୟାଚ୍‌ରେ ବିରାଟ କୋହଲି ୫୩ ବଲ୍‌ ଚମତ୍କାର ୮୨ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ । ଯାହାଫଳରେ ଭାରତ ଏକ ଅସମ୍ଭବ ମ୍ୟାଚ୍‌କୁ ନିଜ ନାମରେ କରିଥିଲା । ଏମିତି କି କୋହଲି ଭାବନ୍ତି ଯେ ଏହି ଇନିଂସ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଟି-୨୦ ଇନିଂସ ।

Advertisment

ବିରାଟ କୋହଲିଙ୍କ ବ୍ୟାଟ୍ ପାକିସ୍ତାନ ବିରୋଧରେ ଜୋରଦାର ଗର୍ଜି ଥାଏ । କୋହଲି ହାରାହାରି ୫୯.୮୪ରେ ଏହି ପଡୋଶୀ ଦେଶ ବିପକ୍ଷରେ ୧୭ଟି ଦିନିକିଆ ଅନ୍ତର୍ଜାତୀୟରେ ୭୭୮ ରନ୍ ସଂଗ୍ରହ କରିଛନ୍ତି । ଏମିତି କି ODIରେ କୋହଲିଙ୍କ ସର୍ବୋତ୍ତମ ସ୍କୋର ହେଉଛି ୧୮୩ ରନ୍। ଯାହା ଏସିଆ କପ୍ ୨୦୧୨ରେ ପାକିସ୍ତାନ ବିପକ୍ଷରେ ଆସିଥିଲା ।​ ସେହିପରି କୋହଲି ପାକିସ୍ତାନ ବିପକ୍ଷରେ ୧୧ଟି ଟି-୨୦ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ହାରାହାରି ୭୦.୨୮ରେ ୫ ଅର୍ଦ୍ଧଶତକ ସହାୟତାରେ ୪୯୨ ରନ୍ ସ୍କୋର କରିଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତର ବିଜୟ ପରେ ସାମ୍ନାକୁ ଆସିଲେ IIT ବାବା, କହିଲେ...

Virat Kohli Team India Ind Vs Pak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ