• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜିଠୁ କଟକରେ ଲିଜେଣ୍ଡ ଲିଗ୍ କ୍ରିକେଟ୍ । କଟକ ରେ ଖେଳାଯିବାକୁ ଥିବା ଆଜିର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ ବନାମ ଭିଲୱାରା କିଙ୍ଗ୍ସ । ଭିଲଓ୍ୱାରା କିଙ୍ଗ୍ସରେ ଇରଫାନ ପଠାନ, ୟୁସୁଫ ପଠାନ, ଶ୍ରୀସନ୍ଥ ଓ ସେନ୍ ଓ୍ୱାଟସନଙ୍କ ପରି ଖେଳାଳି ଅଛନ୍ତି । ସେହିପରି ମଣିପାଲ ଟାଇଗର୍ସରେ ହରଭଜନ ସିଂ, ବ୍ରେଟ ଲି, ମହମ୍ମଦ କୈଫ ଓ ମୁରଲୀଧରନଙ୍କ ପରି ଖେଳାଳୀ ଅଛନ୍ତି । ଗତକାଲିଠୁ ଦୁଇଟି ଯାକ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି

ସେହିପରି ୨୭ ଓ ୨୯ ତାରିଖରେ ମଧ୍ୟ ଖେଳାଯିବ ଆଉ ଦୁଇଟି ମ୍ୟାଚ୍ । ୨୭ରେ ଭିଲଓ୍ୱାରା କିଙ୍ଗସ୍ ବନାମ ଗୁଜୁରାଟ ଜାଏଣ୍ଟସ୍ । ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ ଏବଂ ମଣିପାଲ ଟାଇଗର୍ସ ମଧ୍ୟରେ ହେବ ମ୍ୟାଚ । ଏଥିପାଇଁ ଷ୍ଟାଡିୟମରେ ପିଚ୍ ଆଉଟଫିଲ୍ଡଠାରୁ ଗ୍ୟାଲେରୀ, ଲାଇଟ୍, ପ୍ରେସବକ୍ସ, କ୍ଲବ ହାଉସର ସମୂର୍ଣ୍ଣ ରୂପେ ପ୍ରସ୍ତତି ସରିଛି । ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ୪୦ ସେକ୍ସନ ଫୋର୍ସ ମୁତୟନ ରହିବେ । ଅତିରିକ୍ତ ଡିସିପି, ଏସ୍‌ପିଙ୍କ ରାଙ୍କର ପୋଲିସ ଅଧିକାରୀ ମଧ୍ୟ ସୁରକ୍ଷା ପାଇଁ ମୁତୟନ ହେବେ । କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ଅବସର ନେଇ ସାରିଥିବା ମହାରଥୀଙ୍କୁ ନେଇ ଚାଲିଛି ଲିଜେଣ୍ଡସ ଲିଗ୍ । ଦ୍ୱିତୀୟ ସଂସ୍କରଣରେ ନୂଆ ଫର୍ମାଟ୍‌ରେ ହେଉଛି ମ୍ୟାଚ୍ । ବିଭିନ୍ନ ଦେଶର କ୍ରିକେଟରମାନଙ୍କୁ ୪ଟି ଟିମ୍‌ରେ ଭାଗ କରାଯାଇଛି । ଅକ୍ଟୋବର ୫ ତାରିଖରେ ଖେଳାଯିବ ଫାଇନାଲ ମ୍ୟାଚ୍ ।

୧୬ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ, ଏଥିରେ ମୋଟ ୪ଟି ଦଳ ଅଂଶଗ୍ରହଣ କରୁଛନ୍ତି । ସେମାନେ ହେଉଛନ୍ତି ଗୁଜୁରାଟ ଜାଏଣ୍ଟସ୍, ଇଣ୍ଡିଆ କ୍ୟାପିଟାଲ୍ସ, ମଣିପାଲ ଟାଇଗର ଏବଂ ଭିଲଓ୍ୱାରା କିଙ୍ଗସ୍ ।

ଗୁଜୁରାଟ ଜାଏଣ୍ଟସ୍‌ର କ୍ୟାପଟେନ ବୀରେନ୍ଦ୍ର ସେହୱାବାଗ, ଇଣ୍ଡିଆ କ୍ୟାପିଟାଲ୍ସର କ୍ୟାପଟେନ ହେଉଛନ୍ତି ଗୌତମ ଗମ୍ଭୀର । ସେହିଭଳି ମଣିପାଲ ଟାଇଗର୍ସ ଟିମର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ହରଭଜନ ସିଂ । ଇରଫାନ ପଠାନଙ୍କୁ ଭିଲଓ୍ୱାରା କିଙ୍ଗସ୍‌ର ଦାୟିତ୍ୱ ଦିଆଯାଇଛି । କୋଲକତାରେ ଏହାର ଶୁଭାରମ୍ଭ ହୋଇଥିବା ବେଳେ କଟକରେ ଏହି ଲିଗ୍‌ର ତିନୋଟି ମ୍ୟାଚ ହେବ । ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ବାରବାଟୀରେ ଟକ୍କର ।

ପ୍ରଥମ ମ୍ୟାଚ୍ ମନିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଖେଳାଯିବ । ୨୭ ତାରିଖରେ ଗୁଜୁରାଟ ଜାଏଣ୍ଟସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଏବଂ ୨୯ ତାରିଖରେ ଇଣ୍ତିଆ କ୍ୟାପିଟାଲ୍ସ ଓ ମନିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟ ଚାଲିବା ପରେ ଅକ୍ଟୋବର ୨ ଓ ୩ ତାରିଖରେ ଯଥାକ୍ରମେ କ୍ୱାଲିଫାୟର ଓ ଏଲିମିନେଟର ମ୍ୟାଚ୍ ଖେଳାଯିବ । ୫ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।