Advertisment

Mandeep-Udita Marriage: ଦ୍ବିତୀୟ ଇନିଂସ ଆରମ୍ଭ କରିବେ ମନଦୀପ-ଉଦିତା

ଭାରତୀୟ ହକି ତାରକା ମନଦୀପ ସିଂ ଏବଂ ଉଦିତା ଦୁହାନ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ଦମ୍ପତି ମାର୍ଚ୍ଚ ୨୧, ୨୦୨୫ରେ ଜଳନ୍ଧରର ମଡେଲ ଟାଉନ୍‌ସ୍ଥିତ ଶ୍ରୀ ଗୁରୁଦ୍ୱାରରେ ବିବାହ କରିବେ।

ଅଦ୍ୟତନ ହୋଇଛି
udita

udita

Advertisment

ଭାରତୀୟ ହକି ତାରକା ମନଦୀପ ସିଂ ଏବଂ ଉଦିତା ଦୁହାନ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ଦମ୍ପତି ମାର୍ଚ୍ଚ ୨୧, ୨୦୨୫ରେ ଜଳନ୍ଧରର ମଡେଲ ଟାଉନ୍‌ସ୍ଥିତ ଶ୍ରୀ ଗୁରୁଦ୍ୱାରରେ ବିବାହ କରିବେ। ମନଦୀପ, ଭାରତୀୟ ପୁରୁଷ ହକି ଦଳର ଫରୱାର୍ଡ ଖେଳାଳି ଭାବରେ ଖେଳନ୍ତି। ମନଦୀପଙ୍କ ଜନ୍ମ ଜଳନ୍ଧରର ମିଠାପୁର ଗାଁରେ। ଅଲିମ୍ପିକ୍ସରେ ଦୁଇଥର ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ଖେଳାଳି ରହିଥିବା ମନଦୀପ ଭାରତ ପାଇଁ ୨୬୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଅନ୍ୟ ପକ୍ଷରେ ଉଦିତା ଭାରତୀୟ ମହିଳା ହକି ଦଳର ଜଣେ ପ୍ରତିଭାବାନ ଖେଳାଳି। ଯିଏକି ଜଣେ ଏବଂ ହରିୟାଣାର ହିସାରରୁ ଆସୁଥିବା ଉଦିତା ଡିଫେଣ୍ଡର ଭାବେ ଖେଳନ୍ତି। ଉଦିତା ୨୦୧୭ରେ ପଦାର୍ପଣ କରିବା ପରଠାରୁ ଭାରତ ପାଇଁ ୧୨୦ ମ୍ୟାଚ ଖେଳି ସାରିଲେଣି। ଉଭୟ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

ମନଦୀପ ୨୦୨୦ ଟୋକିଓ ଓ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ରହିଛନ୍ତି। ଅନ୍ୟ ପକ୍ଷରେ ଉଦିତ ୨୦୨୦ ମହିଳା ଦଳରେ ସାମିଲ ଥିଲେ। ଭାରତୀୟ ମହିଳା ଦଳ ଅଳ୍ପକେ ପଦକୁ ବଞ୍ଚିତ ହୋଇଥିବା ବେଳେ ଚତୁର୍ଥ ସ୍ଥାନରେ ଟୁର୍ଣ୍ଣାମେଣ୍ଟ ଶେଷ କରିଥିଲା। ମନଦୀପ ୧୨୦ଟି ଅନ୍ତର୍ଜାତୀୟ ଗୋଲ ସ୍କୋର କରିଥିବା ବେଳେ ଉଦିତା ୧୪ ଗୋଲ ସ୍କୋର କରିଛନ୍ତି। ନିକଟରେ ମହିଳା ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣ ସମାପ୍ତ ହୋଇଥିବା ବେଳେ ଉଦିତା ଏଥିରେ ସବୁଠାରୁ ମହଙ୍ଗା ଖେଳାଳି ରହିଥିଲେ।

ବିବାହ ପୂର୍ବରୁ ମାର୍ଚ୍ଚ ୧୯ ସନ୍ଧ୍ୟାରେ ଏକ ପ୍ରି-ୱେଡିଂ ପାର୍ଟି ଆୟୋଜିତ ହେବ। ପ୍ରି-ୱେଡିଂ ପାର୍ଟିରେ ଭାରତୀୟ ହକି ଦଳର ଖେଳାଳିମାନେ ଉପସ୍ଥିତ ରହିବା ନେଇ ଅନୁମାନ କରାଯାଉଛି। ୨୧ ତାରିଖରେ ବିବାହ ସମାରୋହ ଶିଖ୍ ପରମ୍ପରା ଅନୁସାରେ ସକାଳ ୯ଟାରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୨ରେ ଜଳନ୍ଧର-ହୋସିଆରପୁରରେ ରିସେପ୍ସନ୍ ପାର୍ଟି ହେବ।

Advertisment

ମନଦୀପ ଓ ଉଦିତା ବିଗତ ଦଶନ୍ଧିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ତୃତୀୟ ଅଲିମ୍ପିଆନ୍ ଦମ୍ପତି ହେବେ। ଏହାପୂର୍ବରୁ ୨୦୨୩ରେ ଆକାଶଦୀପ ଓ ମୋନିକା ମଲିକ୍, ଏବଂ ୨୦୧୫ରେ ଗୁରବିନ୍ଦର ଚାଣ୍ଡି ଓ ମନଜିତ କୌର ବିବାହ କରିଥିଲେ। ମନଦୀପ ପଞ୍ଜାବ ପୋଲିସରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି।

ଅଧିକ ପଢ଼ନ୍ତୁ: ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ହାର୍ଦ୍ଦିକ ବ୍ୟାନ୍ ହେବାପରେ କିଏ ହେବେ ଅଧିନାୟକ?

Advertisment
Hockey India Mandeep Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ