• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିରାଟ କୋହଲିଙ୍କ ଅଜବ ଫ୍ୟାନ୍‌ । ଜିଦ୍‌ ଧରିଥିଲେ  ବିରାଟ କୋହଲି ୭୧ ତମ ଶତକ ହାସଲ ନକଲେ ସେ ବିବାହ କରିବେ ନାହିଁ । ଅର୍ଥାତ ଯେତେଦିନ ଯାଏ କୋହଲି ୭୧ ତମ ଶତକ ହାସଲ କରିବେ ନାହିଁ, ସେତେଦିନ ଯାଏଁ ସେ କାହାକୁ ବି ବିବାହ କରିବେ ନାହିଁ । ତେବେ କୋହଲିଙ୍କ ୭୧ ତମ ଶତକ ପରେ ସେ ବିବାହ କରିଥିଲେ । ଏକଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ସେ ବିବାହ କରିବା ପରେ ଟ୍ୱିଟ୍ କରି ସୁଚନା ଦେଇଥିଲେ । 

କିଛି ବର୍ଷ ପୂର୍ବରୁ ଅମନ ଅଗ୍ରୱାଲ ନାମକ ଏହି ଫ୍ୟାନ୍‌, ପ୍ଲାକାର୍ଡ ଧରି ଷ୍ଟାଡିୟମ୍‌ରେ ଛିଡ଼ା ହୋଇଥିଲେ । ଆଉ ସେଥିରେ ଲେଖାଥିଲା କୋହଲି ୭୧ତମ ଶତକ ହାସଲ ନକରିବା ଯାଏଁ ବିବାହ କରିବେ ନାହିଁ । ୨୦୧୯ରେ କୋହଲି ବାଂଲାଦେଶ ବିପକ୍ଷରେ ୭୦ ତମ ଶତକ ହାସଲ କରିଥିଲେ । ୨୦୨୨ ବେଳକୁ ସେ ୭୧ ତମ ଶତକ ହାସଲ କରିସାରିଥିଲେ । T20 ଏସିଆ କପ୍‌ ବେଳେ ଆଫ୍‌ଗାନିସ୍ତାନ ବିପକ୍ଷରେ ସେ ୭୧ ତମ ଶତକ ହାସଲ କରିଥିଲେ ।

ଅଧିକ ପଢ଼ନ୍ତୁ: କ୍ରିକେଟରୁ ସନ୍ନ୍ୟାସ ନେବେ କି ବିରାଟ ? ଏମିତି ପୋଷ୍ଟ ଶେଆର ପରେ ବଢ଼ିଲା ଫ୍ୟାନ୍ସଙ୍କ ହାର୍ଟ ବିଟ୍‌...

ତେବେ ଅମନ ନିଜ କଥା ରଖି, ତାପରେ ବିବାହ ପାଇଁ ଯୋଜନା କରିଥିଲେ । ଗତ ଜାନୁଆରୀ ୧୫ରେ ଅମନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ସମୟରେ ସେ ଟ୍ୱିଟ୍ କରି କହିଛନ୍ତି ଯେ, ମୋ ବିବାହ ବେଳେ କୋହଲି ୭୪ତମ ଶତକ ହାସଲ କରି ମୋତେ ଏହି ବଡ଼ ଉପହାର ଦେଇଛନ୍ତି । ଏନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି । ପୁରୁଣା ଫଟୋ ଏବେ ନୂଆ ଫଟୋକୁ ଯୋଡ଼ି ସେ ଟ୍ୱିଟ୍‌ କରିଛନ୍ତି ।

ସୂଚନାଯୋଗ୍ୟ, ବିରାଟ କୋହଲି ଏବେ ସର୍ବାଧିକ ଶତକ ହାସଲ କରିଥିବା ଖେଳିଳିଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ଉପରକୁ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ରହିଛନ୍ତି । ସେ ୧୦୦ଟି ଶତକ ହାସଲ କରିଛନ୍ତି । ଅନ୍ୟପଟେ ଆକ୍ଟିଭ୍‌ ଖେଳାଳିଙ୍କ ମଧ୍ୟ ଏବେ କୋହଲି ସର୍ବାଧିକ ଶତକ ହାସଲ କରିବା ତାଲିକାର ଶୀର୍ଷରେ ରହିଛନ୍ତି ।

ସଚିନ୍‌ଙ୍କ ୪୯ଟି ଦିନିକିଆ ଶତକ ରେକର୍ଡ ଭାଙ୍ଗିବା ପାଇଁ ୩୪ ବର୍ଷିୟ ଖେଳାଳି କୋହଲିଙ୍କୁ ଆଉ ମାତ୍ର ୪ଟି ଶତକ ଲୋଡ଼ା । ଏହାକୁ ସେ ନିକଟ ଭବିଷ୍ୟତରେ ପୁରଣ କରିଦେବେ ବୋଲି ଆଶା କରାଯାଉଛି । ଏବେ କୋହଲି ଜବରଦସ୍ତ ଫର୍ମରେ ରହିଛନ୍ତି । ଅନ୍ୟପଟେ କୋହଲି ଟେଷ୍ଟ ମ୍ୟାଚ୍‌ରେ ଏବେ ସୁଦ୍ଧା ୨୭ଟି ଶତକ ହାସଲ କରିସାରିଛନ୍ତି ।