Advertisment

Messi and Ronaldo to Play Together: ଫୁଟବଲ ଫ୍ୟାନଙ୍କ ପାଇଁ ଖୁସି ଖବର, ଗୋଟିଏ ଟିମରୁ ଖେଳିବେ ମେସି, ରୋନାଲ୍ଡୋ

ତେବେ ନିଜ କ୍ୟାରିୟରରେ ଏହି ୨ କିମ୍ବଦନ୍ତୀ ଖେଳାଳି କେବେ ହେଲେ ଗୋଟିଏ ଟିମ ବା କ୍ଲବ ପକ୍ଷରୁ ଖେଳି ନାହାନ୍ତି। ମେସି ନିଜ କ୍ୟାରିୟରରେ ବାର୍ସେଲୋନା, ପ୍ୟାରିସ ସେଣ୍ଟ ଜର୍ମେନ ଓ ଇଣ୍ଟର ମାୟାମି ଭଳି କ୍ଲବ ପକ୍ଷରୁ ଖେଳିଛନ୍ତି।

ଅଦ୍ୟତନ ହୋଇଛି
messi

messi

Advertisment

ସମଗ୍ର ବିଶ୍ବର ଫୁଟବଲ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର। ଏକାଠି ଖେଳିବାକୁ ଯାଉଛନ୍ତି ଦୁଇ ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିକ୍ରିଷ୍ଟିଆନୋ ରୋନାଲ୍ଡୋ। ମେସି ଆର୍ଜେଣ୍ଟିନାର ଅଧିନାୟକ ରହିଥିବା ବେଳେ ରୋନାଲ୍ଡୋ ପର୍ତ୍ତୁଗାଲ ଦଳର ଦାୟିତ୍ବ ନେଉଛନ୍ତି।

Advertisment

ଉଭୟ କିମ୍ବଦନ୍ତୀ ଖେଳାଳିଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ ସବୁଠାରୁ ଅଧିକ। ଏହି ଦୁଇ ଖେଳାଳିଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ତାକୁ ନେଇ ସର୍ବଦା ଡିବେଟ ଦେଖିବାକୁ ମିଳିଥାଏ। ଏପରିକି ଏହି ଦୁଇ ଖେଳାଳିଙ୍କ ଦଳ ମଧ୍ୟରେ ମ୍ୟାଚ ସମଗ୍ର ବିଶ୍ବର ଦର୍ଶକଙ୍କ ପାଇଁ ଏକ ଚମତ୍କାର ଅଭିଜ୍ଞତା ରହିଥାଏ।

ଅଧିକ ପଢନ୍ତୁ:ସୁପର ଓଭରରେ ଜିତିଲା କ୍ୟାପିଟାଲ୍ସ, କୋଟଲାରେ ପ୍ରଥମ ବିଜୟ

ତେବେ ନିଜ କ୍ୟାରିୟରରେ ଏହି ୨ କିମ୍ବଦନ୍ତୀ ଖେଳାଳି କେବେ ହେଲେ ଗୋଟିଏ ଟିମ ବା କ୍ଲବ ପକ୍ଷରୁ ଖେଳି ନାହାନ୍ତି। ମେସି ନିଜ କ୍ୟାରିୟରରେ ବାର୍ସେଲୋନା, ପ୍ୟାରିସ ସେଣ୍ଟ ଜର୍ମେନ ଓ ଇଣ୍ଟର ମାୟାମି ଭଳି କ୍ଲବ ପକ୍ଷରୁ ଖେଳିଛନ୍ତି। ବାର୍ସେଲୋନା ପାଇଁ ସେ ୨୦୦୪ରୁ ୨୦୨୧ ଯାଏ ଖେଳିଥିଲେ। ଅନ୍ୟ ପକ୍ଷରେ ୨୦୨୧-୨୩ ସେ ପ୍ୟାରିସ ସେଣ୍ଟ ଜର୍ମେନ ପାଇଁ ଖେଳିଥିବା ବେଳେ ବର୍ତ୍ତମାନ ନର୍ଥ ଆମେରିକାନ ଏମଏଲସିରେ ଇଣ୍ଟର ମାୟାମି ପକ୍ଷରୁ ଖେଳୁଛନ୍ତି।

Advertisment

ଅନ୍ୟ ପକ୍ଷରେ ରୋନାଲ୍ଡୋ ସ୍ପୋର୍ଟିଙ୍ଗ ସିପି, ମାଞ୍ଚେଷ୍ଟର ୟୁନାଇଟେଡ, ରିୟଲ ମାଡ୍ରିଡ, ଜୁଭେଣ୍ଟସ ଓ ଅଲ ନାସାର ପକ୍ଷରୁ ଖେଳିଛନ୍ତି। ସ୍ପୋର୍ଟିଙ୍ଗ ସିପିରୁ କ୍ୟାରିୟର ଆରମ୍ଭ କରିଥିବା ରୋନାଲ୍ଡୋ ୨୦୦୩-୦୯ ଯାଏ ମାଞ୍ଚେଷ୍ଟର ୟୁନାଇଟେଡ ପକ୍ଷରୁ ଖେଳିଥିଲେ। ୨୦୦୯-୧୮ ଯାଏ ରିୟଲ ମାଡ୍ରିଡ ବିପକ୍ଷରେ ଖେଳିଥିଲେ ରୋନାଲ୍ଡୋ। ୨୦୧୮-୨୧ ଜୁଭେଣ୍ଟସ ପକ୍ଷରୁ ଖେଳିଥିବା ବେଳେ ୨୦୨୧ରେ ଗୋଟିଏ ସିଜନ ପାଇଁ ପୁଣି ଥରେ ୟୁନାଇଟେଡକୁ ଫେରିଥିଲେ। ୨୦୨୩ ପରଠାରୁ ସେ ଦୁବାଇରେ ଅଲ ନାସାର ପକ୍ଷରୁ ଖେଳୁଛନ୍ତି।

ଉଭୟ ଖେଳାଳିଙ୍କ ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଥିବା ବେଳେ ଉଭୟଙ୍କୁ ଗୋଟିଏ ଟିମରେ ଦେଖିବା ପାଇଁ ଫ୍ୟାନ ମାନେ ଉତ୍ସାହିତ ଅଛନ୍ତି। ତେବେ କାର୍ଲୋସ ଟେଭେଜଙ୍କ ଫେୟାରୱେଲ ମ୍ୟାଚରେ ଏହି ଦୁଇ ଖେଳାଳିଙ୍କୁ ଏକତ୍ର ଦେଖିବାକୁ ମିଳିବ। ଟେଭେଜ ଓ ମେସି ଏକତ୍ର ଆର୍ଜେଣ୍ଟିନା ପାଇଁ ଖେଳିଛନ୍ତି। ଟେଭେଜଙ୍କ କ୍ୟାରିୟର ଦୁଇ ଦଶନ୍ଧିରୁ ଅଧିକ ସମୟର ରହିଥିବା ବେଳେ ମେସିଙ୍କ ସହ ସେ ୧୫ ବର୍ଷ ଏକାଠି ଖେଳିଛନ୍ତି। ଅନ୍ୟ ପକ୍ଷରେ ଟେଭେଜ ଓ ରୋନାଲ୍ଡୋ ଏକତ୍ର ମାଞ୍ଚେଷ୍ଟର ୟୁନାଇଟେଡ ପାଇଁ ଖେଳିଥିଲେ। ୨୦୦୮-୦୯ରେ ଏହି ଦୁଇ ଖେଳାଳି ମାଞ୍ଚେଷ୍ଟର ୟୁନାଇଟେଡ ପକ୍ଷରୁ ଖେଳିଥିଲେ। ଏହି ଦୁଇ କିମ୍ବଦନ୍ତୀ ଲା ବୋମ୍ବେନରାରେ ଖେଳାଯିବାକୁ ଥିବା ତାଙ୍କ ବିଦାୟକାଳୀନ ମ୍ୟାଚ ଖେଳିବେ ବୋଲି ଟେଭେଜ ସ୍ପଷ୍ଟ କରିଛନ୍ତି।

Advertisment

ଅଧିକ ପଢନ୍ତୁ:ଟ୍ରଫି ଜିତିବା ସତ୍ତ୍ବେ କୋଚଙ୍କୁ ବିଦା କରିବ ବିସିସିଆଇ, ଚାମ୍ପିୟନ୍ସ ଟ୍ରଫି ଦଳରେ ସାମିଲ ଥିଲେ

Cristiano Ronaldo Lionel Messi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ