Advertisment

Kuldeep Yadav Slaps Rinku Singh Video: ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନରେ କୁଲଦୀପଙ୍କଠୁ ଚାପୁଡା ଖାଇଲେ ରିଙ୍କୁ ସିଂ, ଏମିତି ପ୍ରତିକ୍ରିୟା ଦେଲେ ନେଟିଜେନ

ମ୍ୟାଚ ପରେ ଉଭୟ ଦଳର ଖେଳାଳି ମାନେ ପରସ୍ପର ସହିତ କଥା ହେଉଥିବା ବେଳେ ରିଙ୍କୁ ସିଂଙ୍କୁ ଚାପୁଡା ମାରିଥିଲେ କୁଲଦୀପ। କଥାବାର୍ତ୍ତା ସମୟରେ ରିଙ୍କୁ ହସୁଥିବା ବେଳେ କୁଲଦୀପଙ୍କୁ ଚିଡାଉଥିବା ଭଳି ଲାଗୁଥିଲା। କୁଲଦୀପ ଏକ ଚାପୁଡା ମାରିଥିଲେ।

ଅଦ୍ୟତନ ହୋଇଛି
kuldeep

kuldeep

Advertisment

ଇଣ୍ଡିଆନ ପ୍ରମିୟର ଲିଗ(ଆଇପିଏଲ) ବର୍ତ୍ତମାନ ବେଶ ରୋଚକ ସ୍ଥିତିରେ ରହିଛି। ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଶତକ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତେବେ ଚଳିତ ସପ୍ତାହର ମ୍ୟାଚରେ ଭିନ୍ନ ଏକ କାରଣକୁ ନେଇ ଆଇପିଏଲ ଚର୍ଚ୍ଚାରେ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଏମିତି ଘଟଣା ଦେଖିବାକୁ ମିଳିଥିଲା। ଏହି ମ୍ୟାଚକୁ କୋଲକାତା ୧୪ ରନରେ ଜିତି ନେଇଥିଲା। ତେବେ ମ୍ୟାଚ ପରବର୍ତ୍ତୀ ଏକ ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି।

Advertisment

ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନରେ ଭାରତୀୟ ଦଳର ଖେଳାଳି ତଥା ଉତ୍ତରପ୍ରଦେଶ ପକ୍ଷରୁ ଖେଳୁଥିବା ରିଙ୍କୁ ସିଂ ଓ କୁଲଦୀପ ଯାଦବଙ୍କ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ରିଙ୍କୁଙ୍କୁ ଦୁଇ ଥର ଚାପୁଡା ମାରିଥିଲେ କୁଲଦୀପ। ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ଏହି ମ୍ୟାଚ ଜିତିବା ସହିତ ପ୍ଲେ ଅଫ ଆଶା ଉଜ୍ଜୀବିତ ରଖିଥିଲା। କେକେଆର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୨୦୪ ରନ କରିଥିଲା। ଦୃଢ ଭାବେ ଆରମ୍ଭ କରିଥିବା ଦିଲ୍ଲୀ ୯ ୱିକେଟ ହରାଇ ୧୯୦ ରନ କରିଥିଲା। କେକେଆର ପକ୍ଷରୁ ଅଙ୍ଗକ୍ରିଶ ରଘୁବଂଶୀ ୪୪ ଓ ରିଙ୍କୁ ସିଂ ୩୬ ରନ କରିଥିଲେ। ଅନ୍ୟ ପକ୍ଷରେ ଦିଲ୍ଲୀ ପକ୍ଷରୁ ଫାଫ ଡୁ ପ୍ଲେସିସ ୬୨, ଅକ୍ଷର ପଟେଲ ୪୩ ଓ ବିପରାଜ ନିଗମ ୩୮ ରନ କରିଥିଲେ। ୩ ୱିକେଟ ନେଇଥିବା ସୁନୀଲ ନାରିନଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା।

ଅଧିକ ପଢନ୍ତୁ:ସୁପର ଓଭରରେ ଜିତିଲା କ୍ୟାପିଟାଲ୍ସ, କୋଟଲାରେ ପ୍ରଥମ ବିଜୟ

ମ୍ୟାଚ ପରେ ଉଭୟ ଦଳର ଖେଳାଳି ମାନେ ପରସ୍ପର ସହିତ କଥା ହେଉଥିବା ବେଳେ ରିଙ୍କୁ ସିଂଙ୍କୁ ଚାପୁଡା ମାରିଥିଲେ କୁଲଦୀପ। କଥାବାର୍ତ୍ତା ସମୟରେ ରିଙ୍କୁ ହସୁଥିବା ବେଳେ କୁଲଦୀପଙ୍କୁ ଚିଡାଉଥିବା ଭଳି ଲାଗୁଥିଲା। କୁଲଦୀପ ଏକ ଚାପୁଡା ମାରିଥିଲେ। ପୁଣି କିଛି କଥା ହେବା ପରେ କୁଲଦୀପ ଆଉ ଥରେ ଚାପୁଡା ମାରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ସ୍ଲାପଗେଟ ସ୍କାଣ୍ଡାଲ ମନେ ପକାଇଥିଲେ। ପଞ୍ଜାବ କିଙ୍ଗ୍ସର ଏସ ଶ୍ରୀସନ୍ଥଙ୍କୁ ଚାପୁଡା ମାରିଥିଲେ ହରଭଜନ ସିଂ। ଏହି ଘଟଣାରେ ବିସିସିଆଇ ପକ୍ଷରୁ ହରଭଜନଙ୍କୁ ୧୧ ମ୍ୟାଚରୁ ବାସନ୍ଦ କରାଯାଇଥିଲା।

Advertisment

ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ନେଟିଜେନ ଏହାକୁ ଉଭୟ ଖେଳାଳିଙ୍କ ବଣ୍ଡିଂ ବୋଲି କହିଛନ୍ତି। ଆଉ ଜଣେ ଏହା ୟୁପି ଷ୍ଟାଇଲରେ ସ୍ବାଗତ ବୋଲି ଲେଖିଛନ୍ତି। ତେବେ ହରଭଜନ ସିଂଙ୍କୁ ବ୍ୟାନ କରାଯିବା ଭଳି କୁଲଦୀପଙ୍କୁ ମଧ୍ୟ ବ୍ୟାନ କରାଯିବା ଉଚିତ ବୋଲି ଅନେକ ୟୁଜର କମେଣ୍ଟ କରିଛନ୍ତି।

Advertisment

ଅଧିକ ପଢନ୍ତୁ:ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ

Kuldeep Yadav IPL 2025 Vaibhav Suryavanshi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ