• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏକ ଲୟରେ ଛିଡାହୋଇଛନ୍ତି ସମସ୍ତେ... ହାତରେ ଧନୁତୀର . . ଆଖି ଆଗରେ ଲକ୍ଷ୍ୟ... କମାଣ୍ଡ୍ ଶୁଣିବା ମାତ୍ରେ ଅଖିପିଛୁଳାକେ ଯିବ ତୀର... ଆଉ ତୀର ଲକ୍ଷ୍ୟ ସ୍ଥଳରେ ବାଜିଲେ ପୂରଣ ହେବ ଆଦିବାସୀ ଯୁବକଙ୍କ ଅଲିମ୍ପିକ୍ ଖେଳିବାର ସ୍ୱପ୍ନ । କୋରାପୁଟ୍ ଜିଲ୍ଲା ମିନି ଷ୍ଟାଡିୟମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ କି ଦୁଇଜଣ ନୁହେଁ ଏକାଥରେ ୬୦ ରୁ ୭୦ ଆଦିବାସୀ ଯୁବକ ନେଉଛନ୍ତି ତୀରନ୍ଦାଜ ପ୍ରଶିକ୍ଷଣ ।

ରାତି ପାଇଲା ମାତ୍ରେ ତୀରନ୍ଦାଜ ଅଭ୍ୟାସ କରିବା ପାଇଁ ସେମାନେ ନିଇତି ଷ୍ଟାଡିୟମକୁ ଚାଲି ଆସନ୍ତି । ଏମାନେ ସେଇ ଘରର ପିଲା ଯେଉଁ ମାନଙ୍କ ପୂର୍ବ ପୂରୁଷ ଦିନେ ଶିକାର କିମ୍ବା ଆତ୍ମରକ୍ଷା ପାଇଁ ସବୁବେଳେ ଧରି ବୁଲୁଥିଲେ ଧନୁ ତୀର, ଆଉ ଆଜି ଏ ପିଲା ମାନେ ଏଠି ତୀରନ୍ଦାଜ କରି ଲକ୍ଷ୍ୟ ଭେଦୁଛନ୍ତି ଅଲମ୍ପିକ୍ ପାଇଁ । ମାଟି ଆଉ ରାଜ୍ୟର ଗୌରବ ଅର୍ଜନ ପାଇଁ ପ୍ରୟାସ ଚଳାଇଛନ୍ତି ।

ଅଧିକ ପଢ଼ନ୍ତୁ: ଏ ଯୁଗର ଗୁରୁ ଦ୍ରୋଣ : ମାଗଣାରେ ପିଲାଙ୍କୁ ଖେଳ ପ୍ରଶିକ୍ଷଣ ଦେଉଛନ୍ତି ହାରୁନ ଖାଁ

ଆଦିବାସୀ ଅଞ୍ଚଳର ଏ ଯୁବକମାନଙ୍କୁ ଧୁରନ୍ଧର ଧନୁଦ୍ଧାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍-ହାଲ୍ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ପାରମ୍ପରିକ ଧନୁତୀର ଧରି ଶିକାର କରିବାରେ ମାହିର ଥିବା ଏହି ଆଦିବାସୀ ଯୁବକମାନଙ୍କ ହାତରେ ଦିଆଯାଇଛି ଆତ୍ୟାଧୁନିକ ଆର୍ଚ୍ଚେରି । ଉତ୍ତମ ପ୍ରଶିକ୍ଷଣ ପାଇଁ ପ୍ରଶିକ୍ଷକ ମଧ୍ୟ ଅଛନ୍ତି ପ୍ରଶିକ୍ଷକଙ୍କ କହିବା କଥା ଧନୁର୍ଦ୍ଧର ହେବା ପାଇଁ ହେଲେ ଦରକାର ସ୍ଥିର ମସ୍ତିଷ୍କ ଏବଂ ମେଡିଟେସନ । ସେଇଥି ପାଇଁ ଅଭ୍ୟାସ ପୂର୍ବରୁ ପିଲାମାନେ ମେଡିଟେସନ୍ ସାଙ୍ଗକୁ ଓ୍ୱାର୍ମଅପ୍ ମଧ୍ୟ କରୁଛନ୍ତି ।