Advertisment

Rahul Broke Gavaskar Record: ବିଦେଶ ମାଟିରେ ରାହୁଲଙ୍କ ଆଉ ଏକ କୀର୍ତ୍ତିମାନ, ଓପନର ଭାବେ କଲେ ଏମିତି ରେକର୍ଡ

ଇଂଲଣ୍ଡ ମାଟିରେ ଓପନର ଭାବରେ ସବୁଠାରୁ ଅଧିକ ଶତକ ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି ରାହୁଲ। ସୋମବାର ଉଭୟ ରାହୁଲ ଓ ରିଷଭ ପନ୍ତ ଭାରତ ପକ୍ଷରୁ ଶତକ ହାସଲ କରିଥିଲେ।

rahul

rahul

Advertisment

ଭାରତୀୟ ଓପନର ଲୋକେଶ ରାହୁଲ ନିଜ ନାମରେ ଏକ ରେକର୍ଡ କରିଛନ୍ତି। ତେନ୍ଦୁଲକର-ଆଣ୍ଡରସନ ସିରିଜର ପ୍ରଥମ ଟେଷ୍ଟରେ ନିଜ ନାମରେ ଏଭଳି ରେକର୍ଡ କରିବା ସହିତ କିମ୍ବଦନ୍ତୀ ଭାରତୀୟ ଓପନର ସୁନୀଲ ଗାଭାସ୍କରଙ୍କୁ ପଛରେ ଛାଡିଛନ୍ତି। ଇଂଲଣ୍ଡ ମାଟିରେ ଓପନର ଭାବରେ ସବୁଠାରୁ ଅଧିକ ଶତକ ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି ରାହୁଲ। ସୋମବାର ଉଭୟ ରାହୁଲ ଓ ରିଷଭ ପନ୍ତ ଭାରତ ପକ୍ଷରୁ ଶତକ ହାସଲ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ପୁଣି ଥରେ ଭାଇରାଲ ହେଲା ପନ୍ତଙ୍କ ଷ୍ଟମ୍ପ ମାଇକ ବୟାନ, ବୋଲରଙ୍କୁ କହିଲେ ଏମିତି...

ଏହା ସହିତ ରାହୁଲ ନିଜ ଟେଷ୍ଟ କ୍ୟାରିୟରର ନବମ ଶତକ ହାସଲ କରିଥିଲେ। ରାହୁଲ ୯ ଶତକ ମଧ୍ୟରୁ ୩ଟି ଇଂଲଣ୍ଡ ମାଟିରେ ମାରିଛନ୍ତି। ପୂର୍ବରୁ ଓପନର ଭାବେ ସୁନୀଲ ଗାଭାସ୍କର, ବିଜୟ ମର୍ଚ୍ଚାଣ୍ଟ, ରାହୁଲ ଦ୍ରାବିଡ ଓ ରବି ଶାସ୍ତ୍ରୀ ଦୁଇଟି ଲେଖାଏ ଶତକ ହାସଲ କରିଥିଲେ।

Advertisment

ତେବେ ଇଂଲଣ୍ଡ ମାଟିରେ ସର୍ବାଧିକ ଶତକର ରେକର୍ଡ ୱେଷ୍ଟଇଣ୍ଡିଜର ଗର୍ଡନ ଗ୍ରୀନିଜଙ୍କ ନାମରେ ରହିଛି। ବିଦେଶରେ ଅଷ୍ଟମ ଶତକ ହାସଲ କରିଥିବା ରାହୁଲଙ୍କ ପାଇଁ ସେନା କଣ୍ଟ୍ରିରେ ଏହା ପଞ୍ଚମ ଶତକ। ପୂର୍ବରୁ ସେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ଗୋଟିଏ ଲେଖାଏ ଶତକ ହାସଲ କରି ସାରିଛନ୍ତି। ସେନା କଣ୍ଟ୍ରିରେ ଗାଭାସ୍କର ସର୍ବାଧିକ ୮ ଶତକ ହାସଲ କରିଛନ୍ତି।

ରାହୁଲ ଶୋଏବ ବଶିରଙ୍କ ବଲରେ ୨ ରନ ନେଇ ନିଜର ଶତକ ପୂରଣ କରିଥିଲେ। ସେହିପରି ପ୍ରଥମ ଇନିଂସରେ ଶତକ ହାସଲକାରୀ ପନ୍ତ କ୍ରମାଗତ ଇନିଂସରେ ଶତକ ମାରିଛନ୍ତି। ସୋମବାର ପ୍ରଥମ ସେସନରେ ଉଭୟ ବ୍ୟାଟର ଧୀମା ବ୍ୟାଟିଂ କରିଥିବା ବେଳେ ଦ୍ବିତୀୟ ସେସନରେ ରନଗତି ବଢାଇ ଦ୍ରୁତ ବ୍ୟାଟିଂ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ରୋହିତଙ୍କ ପରେ ମୁହଁ ଖୋଲିଲେ ଜାଡେଜା; ଦିନିକିଆରୁ ଅବସରକୁ ନେଇ କହିଲେ ଏମିତି...

India Vs England Rishabh Pant KL Rahul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ