• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆଇପିଏଲ୍ ୨୦୨୪ର ତୃତୀୟ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୪ ରନ୍‌ରେ ହରାଇ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ପ୍ରଥମ ବିଜୟ ହାସଲ କରିଛି । ତେବେ ଆଇପିଏଲ-୨୦୨୪ର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଥିଲା ସିଜନର ବଡ଼ ବିବାଦ । କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚରେ ଷ୍ଟାର ବୋଲରଙ୍କ ଆଗ୍ରେସନ୍ ଦେଖିବାକୁ ମିଳିଥିଲା । ଯାହା କୋଲକାତାର ଷ୍ଟାର ବୋଲର ହର୍ଷିତ ରାଣାଙ୍କ ପାଇଁ ଖୁବ ମହଙ୍ଗା ପଡ଼ିଛି । ଏହି ମ୍ୟାଚରେ ସନରାଇଜର୍ସର ଖେଳାଳିଙ୍କ ସହ ବାରମ୍ବାର ପଙ୍ଗା ନେବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ମ୍ୟାଚ୍‌ରେ ହୋଇଥିବା ୨ଟି ଭୁଲ ପାଇଁ ୨ ଥର ଦଣ୍ଡ ପାଇଛନ୍ତି ଷ୍ଟାର ବୋଲର ହର୍ଷିତ ରାଣା । 

କୋଲକାତା ନାଇଟ ରାଇଡର୍ସର ବୋଲର ହର୍ଷିତ ରାଣାଙ୍କୁ ଲାଗିଛି ଶକ୍ତ ଝଟକା । ପ୍ରଥମେ ହାଇଦ୍ରାବାଦର ଓପନର ମୟଙ୍କ ଅଗ୍ରୱାଲଙ୍କ ୱିକେଟ ନେବା ପରେ ତାଙ୍କୁ ‘ଫ୍ଲାଇଙ୍ଗ୍‌ କିସ୍‌’ ଦେଇଥିଲେ । ଏହାପରେ ମ୍ୟାଚ ଶେଷରେ ହେନରିକ କ୍ଲାସେନଙ୍କୁ ମଧ୍ୟ ସମାନ ଷ୍ଟାଇଲରେ ‘ଫ୍ଲାଇଙ୍ଗ୍‌ କିସ୍‌’ ଦେଇଥିଲେ ହର୍ଷିତ । ଗୋଟିଏ ମ୍ୟାଚରେ ହର୍ଷିତଙ୍କର ଏହି ଦୁଇଟି ଭୁଲ ପାଇଁ ତାଙ୍କୁ ମ୍ୟାଚର ୬୦% ଫିସ୍ ଜରିମାନା ଆକରରେ ହରାଇବାକୁ ପଡ଼ିଛି ।

ହର୍ଷିତ ରାଣାଙ୍କୁ ତାଙ୍କ ମ୍ୟାଚ୍ ଫି’ର ୬୦ ପ୍ରତିଶତ ଜରିମାନା କରାଯାଇଛି, ସେଥିମଧ୍ୟରୁ ମାୟଙ୍କ ଅଗ୍ରୱାଲଙ୍କ ସହ କରିଥିବା କାରନାମା ପାଇଁ ତାଙ୍କ ମ୍ୟାଚ ଫି’ର ୧୦ ପ୍ରତିଶତ କଟାଯାଇଛି । ଏହାପରେ କ୍ଲାସେନଙ୍କ ସହ ହୋଇଥିବା ବିବାଦ ପାଇଁ ତାଙ୍କ ମ୍ୟାଚ୍ ଫି’ର ଅବଶିଷ୍ଟ ୫୦ ପ୍ରତିଶତ ଜରିମାନା ଆଦାୟ କରାଯାଇଛି ।

ପଢନ୍ତୁ ଏହି ଖବର: ଦେଢ଼ ବର୍ଷ ପରେ କ୍ରିକେଟ ମଇଦାନକୁ ଓହ୍ଲାଇଲେ ରିଷଭ ପନ୍ତ

ମ୍ୟାଚ୍ ଶେଷରେ, କ୍ଳାସେନଙ୍କ ସହ ହୋଇଥିବା ବିବାଦ ଖୁବ ବଢି ଯାଇଥିଲା, ତେଣୁ କୋଲକାତା ଅଧିନାୟକ ଶ୍ରେୟସ ଆୟର ଘଟଣାସ୍ଥଳକୁ ଆସି ଏହାକୁ ସମାଧାନ କରିଥିଲେ । ତେବେ ଆଇପିଏଲ-୨୦୨୪ରେ କୋଡ ଅଫ୍ କଣ୍ଡକ୍ଟ ଭାଙ୍ଗିବା ମାମଲାରେ ଏହା ପ୍ରଥମ ଘଟଣା ହୋଇଛି । କୋଲକାତା ନାଇଟ ରାଇଡର୍ସର ହର୍ଷିତ ରାଣା ଏହାର ଶିକାର ହୋଇଥିବା ବେଳେ ତାଙ୍କ ମ୍ୟାଚ୍ ଫି’ର ୬୦% ଜରିମାନା ଲାଗୁ ହୋଇଛି । ଏହି ମ୍ୟାଚରେ ହର୍ଷିତ ୪ ଓଭରରେ ୩୩ ରନ୍ ଦେଇ ୩ଟି ୱିକେଟ ହାସଲ କରିଛନ୍ତି । ଏଥିରେ ମୟଙ୍କ ଅଗ୍ରୱାଲ ଏବଂ ହେନରିକ କ୍ଲାସେନଙ୍କ ସହିତ ଶେହବାଜ ଅହମ୍ମଦଙ୍କ ୱିକେଟ ନିଜ ନାମରେ କରିଥଇଲେ ହର୍ଷିତ ରାଣା ।