/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711203425.jpg)
Rishabh Pant is back
ପ୍ରାୟ ଦେଢ ବର୍ଷ ପରେ ଆଜି କ୍ରିକେଟ୍ ମଇଦାନକୁ ଓହ୍ଲାଇଛନ୍ତି ୱିକେଟ୍କିପର ବ୍ୟାଟର ରିଷଭ ପନ୍ତ। ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ପନ୍ତ। ଆଜି ଆଇପିଏଲର ପ୍ରଥମ ମ୍ୟାଚ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ବେଳେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଦିଲ୍ଲୀ ଟିମ୍ କ୍ୟାପଟେନ୍ ତଥା ୱିକେଟକିପର ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିବା ବେଳେ ‘ୱେଲକମ୍ ବ୍ୟାକ୍ ରିଷଭ’ ବୋଲି ଦର୍ଶକ ଗ୍ୟାଲେରିରେ ଚିତ୍କାର କରିଥିଲେ।
A Walk To Remember 🥹pic.twitter.com/uLhj9jO28q
— Delhi Capitals (@DelhiCapitals) March 23, 2024
ତେବେ ମାତ୍ର ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ପନ୍ତ। ୨୦୨୨ ଡିସେମ୍ବରରେ ପନ୍ତ ତାଙ୍କ କାର ଡ୍ରାଇଭିଂ କରୁଥିବା ବେଳେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ତାଙ୍କର ଗୋଡ ଭାଙ୍ଗିଯାଇଥିଲା । ଫଳରେ ସେବେଠୁ କ୍ରିକେଟ୍ ପଡିଆଠୁ ଦୂରେଇ ରହିଥିଲେ ରିଷଭ ପନ୍ତ ।
Seeing an audacious Rishabh Pant back on the field >> #YehHaiNayiDilli#PBKSvDC#IPL2024pic.twitter.com/LdkWy1lxAt
— Delhi Capitals (@DelhiCapitals) March 23, 2024
ତେବେ ଆଇପିଏଲ୍ ୨୦୨୪ ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ । ୪ ୱିକେଟ୍ରେ ପ୍ରଥମ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା । ଫଳରେ ପଞ୍ଜାବକୁ ୧୭୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଯାହାକୁ ସହଜରେ ସଂଗ୍ରହ କରି ନେଇଥିଲା ପଞ୍ଜାବ କିଙ୍ଗ୍ସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)