Advertisment

Barabati Stadium: ୧୧ ବର୍ଷ ପରେ ବାରବାଟୀକୁ ଫେରିପାରେ ଆଇପିଏଲ, ସୋସିଆଲ ମିଡିଆରେ ଏମିତି ଦାବି କଲେ ଫ୍ୟାନ !

କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ। ଏହି ଷ୍ଟାଡିୟମକୁ ଦୀର୍ଘ ୧୧ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଚଳିତ ସିଜନରେ ଗୋଟିଏ ଆଇପିଏଲ ମ୍ୟାଚ ବାରବାଟୀକୁ ଫେରିବାର ସମ୍ଭାବନା ରହିଛି। ଏପ୍ରିଲ ୬ ତାରିଖରେ କୋଲକାତାର ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଖେଳାଯିବ।

ଅଦ୍ୟତନ ହୋଇଛି
barabati

barabati

Advertisment

କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ। ଏହି ଷ୍ଟାଡିୟମକୁ ଦୀର୍ଘ ୧୧ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଚଳିତ ସିଜନରେ ଗୋଟିଏ ଆଇପିଏଲ ମ୍ୟାଚ ବାରବାଟୀକୁ ଫେରିବାର ସମ୍ଭାବନା ରହିଛି। ଏପ୍ରିଲ ୬ ତାରିଖରେ କୋଲକାତାର ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ସହିତ ଓଡ଼ିଶାର କ୍ରିକେଟ ଫ୍ୟାନଙ୍କୁ ମ୍ୟାଚ ଦେଖିବାର ସୁଯୋଗ ମିଳିପାରେ।

Advertisment

ଏପ୍ରିଲ ୬ ତାରିଖରେ ହେବାକୁ ଥିବା ମ୍ୟାଚ ସୁରକ୍ଷା ଦୃଷ୍ଟିକୋଣରୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସୂଚନା ଅନୁସାରେ ଏପ୍ରିଲ ୬ ତାରିଖରେ ରାମ ନବମୀ ପାଳିତ ହେବ। ଏହି ଦିନରେ ପଶ୍ଚିମବଙ୍ଗରେ ୨୦ ହଜାରରୁ ଅଧିକ ଶୋଭାଯାତ୍ରା ବାହାରିବ। ଏହି ସବୁ ଶୋଭାଯାତ୍ରାକୁ ସୁରକ୍ଷା ଦେବାକୁ ହେଲେ ଷ୍ଟାଡିୟମରେ ସୁରକ୍ଷା ଦେବା ସମ୍ଭବ ନୁହେଁ ବୋଲି କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ ସଭାପତି ସ୍ନେହାଶିଷ ଗାଙ୍ଗୁଲି କହିଛନ୍ତି।

ଅଧିକ ପଢ଼ନ୍ତୁ: ଫୁଟବଲ୍ ଖେଳୁଥିଲା ବେଳେ ଚାଲିଗଲା ଜୀବନ, ପରିବାର ଲୋକ ଆଖି ଦାନ କରି ଦେଲେ ମହାନତାର ପରିଚୟ

Advertisment

ଇଡେନ ଗାର୍ଡେନର ଦର୍ଶକ କ୍ଷମତା ୬୫ ହଜାର। ୬୫ ହଜାର ଦର୍ଶକଙ୍କ ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବା ଅସମ୍ଭବ ବୋଲି କହିଛନ୍ତି ସ୍ନେହାଶିଷ। ପଶ୍ଚିମବଙ୍ଗ ସରକାର ସୁରକ୍ଷା ଯୋଗାଇ ଦେବାକୁ ମନା କରିଥିବା ବେଳେ ମ୍ୟାଚ ଆୟୋଜନ କରିବା ଅସମ୍ଭବ ବୋଲି ସେ କହିଛନ୍ତି। ଏପରି ସ୍ଥିତିରେ ମ୍ୟାଚ ବାହାରକୁ ଯିବ ନଚେତ ଆଇପିଏଲ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

ସେହିପରି ନିକଟରେ ଆଉ ଏକ ବିବାଦ ଦେଖିବାକୁ ମିଳିଥିଲା। ଯେତେବେଳେ କେକେଆର ଅଧିନାୟକ ଆଜିଙ୍କ୍ୟ ରାହାଣେ ସ୍ପିନ ସହାୟକ ପିଚ ଦାବି କରିଥିଲେ ଏହାକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରି ଦେଇଥିଲେ କ୍ୟୁରେଟର ସୁଜନ ମୁଖାର୍ଜୀ। ପିଚ ପ୍ରସ୍ତୁତ କରିବା ପାଇଁ ଆମକୁ ବିସିସିଆଇ ନିକଟରୁ ସୂଚନା ମିଳିଥାଏ। କୌଣସି ଆଇପିଏଲ ଫ୍ରାଞ୍ଚାଇଜ ପରାମର୍ଶରେ ଆମେ ପିଚ ପ୍ରସ୍ତୁତ କରିବୁ ନାହିଁ। ଏହି ଘଟଣା ପରେ କେକେଆର ନିଜର ହୋମ ଭେନ୍ୟୁ ପରିବର୍ତ୍ତନ କରିବା ଉଚିତ ବୋଲି ଅନେକ ପୂର୍ବତନ କ୍ରିକେଟର ମତ ଦେଇଛନ୍ତି। ସମାନ ଭାବରେ ଅନେକ ଫ୍ୟାନ ମଧ୍ୟ ସୋସିଆଲ ମିଡିଆରେ ହୋମ ଭେନ୍ୟୁ ବଦଳାଇବା ପାଇଁ ଦାବି କରିଛନ୍ତି। ଅନ୍ୟ ଫ୍ରାଞ୍ଚାଇଜ ଗୁଡିକୁ ହୋମ ଆଡଭାଣ୍ଟେଜ ମିଳୁଥିବା ବେଳେ କେକେଆର ମଧ୍ୟ ସମାନ ସୁବିଧାର ଫାଇଦା ଉଠାଇବା ଉଚିତ ବୋଲି କୁହାଯାଇଛି। ତେବେ ପୂର୍ବରୁ କେକେଆର କଟକରେ ଏକାଧିକ ମ୍ୟାଚ ଖେଳିଥିବା କାରଣରୁ କଟକକୁ ମ୍ୟାଚ ସ୍ଥାନାନ୍ତର ପାଇଁ ଦାବି କରାଯାଇଛି।

Advertisment

 ଓଡ଼ିଶା ଓ କୋଲକାତାର ପରିବେଶ ପ୍ରାୟତଃ ସମାନ ରହିଥିବା ବେଳେ ଦଳକୁ ଏଠାରେ ମଧ୍ୟ ସମର୍ଥନ ମିଳିବ। ସେହିପରି ଅତୀତରେ ବାରବାଟୀରେ ୭ଟି ଆଇପିଏଲ ମ୍ୟାଚ ଖେଳାଯାଇଛି। ନିକଟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିନିକିଆ ମ୍ୟାଚ ଖେଳା ଯାଇଥିବା ବେଳେ ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜର ଗୋଟିଏ ମ୍ୟାଚ ଖେଳାଯିବ ବୋଲି ଜଣାପଡିଛି।


ଅଧିକ ପଢ଼ନ୍ତୁ: ଚେପକରେ CSK VS RCB କଡ଼ା ଟକ୍କର, କାହାର ଅଛି ଅଧିକ ରେକର୍ଡ ?

IPL IPL 2025 Barabati Stadium OCA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: