ଇଂଲଣ୍ଡ ଟୁରରେ ଥିବା ଭାରତୀୟ ଟେଷ୍ଟ ଟିମ୍ ଆଜି ଘରୋଇ ଦଳ ସହ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଖେଳିବ। ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବ। ଏଥିପାଇଁ ଟିମ୍ ଇଣ୍ଡିଆ ଜୋରଦାର ଅଭ୍ୟାସ କରିଛି ।
ଅଧିକ ପଢ଼ନ୍ତୁ: ବିଦେଶ ମାଟିରେ ରାହୁଲଙ୍କ ଆଉ ଏକ କୀର୍ତ୍ତିମାନ, ଓପନର ଭାବେ କଲେ ଏମିତି ରେକର୍ଡ
ସିରିଜ୍ ରେ 0-1ରେ ପଛୁଆ ରହିଥିବା ଟିମ୍ ଇଣ୍ଡିଆ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଜିତି ସ୍ଥିତି ବରାବର କରିବାକୁ ଆପ୍ରାଣ ଉଦ୍ୟମ କରିବ। ପ୍ରଥମ ଟେଷ୍ଟ ପରେଜିତ ହେବା ପରେ ଭାରତ ବର୍ତ୍ତମାନ ଚାପରେ ରହିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ଘମାଘୋଟ ଲଢେଇ ହେବ। ଦ୍ବିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ କିଛିଟା ପରିବର୍ତ୍ତନ କରିପାରେ ।
Also Read
ବୁମରା ଖେଳିବେ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ବୁମରା ଦ୍ବିତୀୟ ଟେଷ୍ଟ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଟସ୍ ବେଳେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଲିଡ୍ସରେ ପ୍ରଥମ ଇଂନିସରେ ବୁମରା ୫ ୱିକେଟ୍ ନେଇଥିଲେ ମଧ୍ୟ ଦ୍ବିତୀୟ ପାଳିରେ କୌଣସି ଓ୍ୱିକେଟ୍ ନେଇପାରିନଥିଲେ । ବର୍ମିଂହାମରେ ବୁମରା ନଖେଳିଲେ ଅର୍ଶଦୀପ ସିଂହ ଟେଷ୍ଟ୍ ପଦାର୍ପଣ କରିବା ସମ୍ଭାବନା ରହିଛି। ନେଟ୍ସରେ ମଧ୍ୟ ଅଶର୍ଦୀପ ପ୍ରାକ୍ଟିସ୍ କରିଥିବା ଦେଖିବାକୁ ମିଳିଛି ।
ଇଂଲଣ୍ଡ ବିପକ୍ଷରେ କୁଲଦୀପ ଭଲ ପ୍ରଦର୍ଶନ କରିଥିବାରୁ ସେ ମଧ୍ୟ ଖେଳିବା ସମ୍ଭାବନା ରହିଛି। ସେପଟେ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ନୀତୀଶ ରେଡ୍ଡୀ ଖେଳିବା ଆଶା କରାଯାଉଛି । ଅନ୍ୟପଟେ ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଭାରତର ରେକର୍ଡ ଭଲ ନାହିଁ। ୧୯୬୭ ମସିହାଠାରୁ ଆରମ୍ଭ କରି ଭାରତ ଏଠାରେ ମୋଟ ୮ ଟେଷ୍ଟ୍ ଖେଳିଛି। ୭ଟିରେ ପରାସ୍ତ ହୋଇଥିବାବେଳେ ଗୋଟିଏ ଡ୍ର’ ରଖିବାରେ ସକ୍ଷମ ହୋଇଛି।