Advertisment

India Target: ବାରବାଟୀ ଦିନିକିଆ, ଭାରତ ଆଗରେ ୩୦୫ ରନର ଟର୍ଗେଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ସମ୍ମୁଖରେ ୩୦୫ ରନର ଟାର୍ଗେଟ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୬୯ ରନ କରିଥିବା ବେଳେ ବେନ ଡକେଟ ୬୫ ରନ କରିଥିଲେ।

ଅଦ୍ୟତନ ହୋଇଛି
barabati ODI

barabati ODI

Advertisment

କଟକ ବାରବାଟୀ ଷ୍ଟାଡିୟମରେ  ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ସମ୍ମୁଖରେ ୩୦୫ ରନର ଟାର୍ଗେଟ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୬୯ ରନ କରିଥିବା ବେଳେ ବେନ ଡକେଟ ୬୫ ରନ କରିଥିଲେ। ଅନ୍ୟ ପକ୍ଷରେ ଭାରତ ପକ୍ଷରୁ ସଫଳତମ ବୋଲର ଭାବରେ ରବୀନ୍ଦ୍ର ଜାଡେଜା ୩ ୱିକେଟ ନେଇଥିଲେ। ମହମ୍ମଦ ଶାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଛତିଶଗଡରେ ବଡ଼ ଏନକାଉଣ୍ଟର, ୩୧ ମାଓବାଦୀ ସଫା, ୨ ଯବାନ ସହିଦ

ରବିବାର ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ୟ ପକ୍ଷରେ ବରୁଣ ଚକ୍ରବର୍ତ୍ତୀ ଏହି ମ୍ୟାଚରେ ଦିନିକିଆରେ ଡେବ୍ୟୁ କରିଥିଲେ। ଯଶସ୍ବୀ ଜୟସ୍ବାଲ ଓ କୁଲଦୀପ ଯାଦବଙ୍କ ସ୍ଥାନରେ ଏହି ଦୁଇ ଖେଳାଳି ଖେଳିଥିଲେ। ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିଥିବା ବେଳେ ଫିଲିପ ସଲ୍ଟ(୨୬) ଓ ବେନ ଡକେଟ(୬୫) ପ୍ରଥମ ୱିକେଟରେ ୮୧ ରନ ଯୋଡିଥିଲେ। ୬୫ ବଲରେ ଉଭୟ ୮୧ ରନ ଯୋଡିଥିବା ବେଳେ ସଲ୍ଟଙ୍କୁ ଆଉଟ କରି ଏହି ଯୋଡି ଭାଙ୍ଗିଥିଲେ ଡେବ୍ୟୁଟାଣ୍ଟ ବରୁଣ ଚକ୍ରବର୍ତ୍ତୀ।

ପ୍ରଥମ ୱିକେଟ ପତନର ଠିକ ୫ ଓଭର ପରେ ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ ବେନ ଡକେଟ। ଡକେଟ ୫୬ ବଲ ଖେଳି ୧୦ ଚୌକା ସହ ୬୫ ରନ ସ୍କୋର କରିଥିଲେ। ଜୋ ରୁଟ ଇଂଲଣ୍ଡ ଇନିଂସର ଟପ ସ୍କୋରର ରହିଥିବା ବେଳେ ୬୯ ରନ କରିଥିଲେ। ୭୨ ବଲ ଖେଳି ରୁଟ ୬ ଚୌକା ମାରିଥିଲେ। ପରବର୍ତ୍ତୀ ବ୍ୟାଟରଙ୍କ ମଧ୍ୟରେ ସମସ୍ତେ ଭଲ ଆରମ୍ଭ ପାଇଥିଲେ ମଧ୍ୟ ବଡ ସ୍କୋର କରି ପାରି ନ ଥିଲେ।

Advertisment

ହ୍ୟାରୀ ବ୍ରୁକ ୩୧, ଅଧିନାୟକ ଜୋସ ବଟଲର ୩୪ ଓ ଲିଆମ ଲିଭିଙ୍ଗଷ୍ଟୋନ ୪୧ ରନ ସ୍କୋର କରିଥିଲେ। ଏକଦା ଇଂଲଣ୍ଡ ୩୪୦ ରୁ ଅଧିକ ରନ କରିବାର ଆଶା କରାଯାଉଥିଲା। ତେବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ଦିଗହରା ହୋଇ ଯାଇଥିଲା। ଜେମି ଓଭରଟନ ୬ ଓଗସ ଆଟକିନସନ ୩ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସଫଳ ବୋଲର ଭାବରେ ୩ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ ଶାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

 

ଅଧିକ ପଢ଼ନ୍ତୁ: ମାଓବାଦୀଙ୍କ ଲଙ୍କାକାଣ୍ଡ; ସରପଞ୍ଚ ପ୍ରାର୍ଥୀଙ୍କୁ ହାଣି ଫିଙ୍ଗି ଦେଲେ

Advertisment

 

Barabati Stadium 2nd ODI Match
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ