ଆସନ୍ତା ଫେବ୍ରୁଆରୀ ୯ରେ ବାରବାଟୀରେ ହେବ ଭାରତ-ଇଂଲଣ୍ଡ ଲଢେଇ । ଦିନିକିଆ ମ୍ୟାଚ୍ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ପିଚ୍ ଠାରୁ ଆଉଟଫିଲ୍ଡ । ପୂରା ଷ୍ଟାଡିୟମର କାମ ଶେଷ ପର୍ଯ୍ୟାୟରେ ପହଁଞ୍ଚିଲାଣି । ୬ ବର୍ଷ ପରେ ବାରବାଟୀରେ ଦିନିକିଆ ମ୍ୟାଚ୍ ଖେଳାଯାଉଥିବାରୁ, ପିଚ୍ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । କଳାହାଣ୍ଡିର ବ୍ଲାକ୍ ସୟଲ ବା କଳା ମାଟିରେ ତିଆରି ହୋଇଛି ପିଚ୍, ଯେଉଁଥିରେ ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବ । ପଡ଼ିଆର ଘାସକୁ ଚେକ୍ ବୋର୍ଡ ଆକାରରେ କାଟିବାକୁ ଯୋଜନା ରହିଛି । ସେପଟେ ମ୍ୟାଚ୍ ପାଇଁ ଏବେଠୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବଢିବାରେ ଲାଗିଛି ଉତ୍କଣ୍ଠା ।
Also Read
ଦୀର୍ଘ ୬ ବର୍ଷ ବ୍ୟବଧାନରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଏଥି ପାଇଁ ସଜେଇ ହେଲାଣି ବାରବାଟୀ । ପିଚଠୁ ଆଉଟ୍ ଫିଲ୍ଡ, ଗ୍ୟାଲେରୀରୁ ସିଟିଂ ବ୍ୟବସ୍ଥା ସବୁ କିଛି ହେଲାଣି ଚକାଚକ୍ । ତେବେ ଖାସ କଥା ହେଲା ଯେ, ଏଥର କଳାହାଣ୍ଡିର କଳା ମାଟିରେ ତିଆରି ହୋଇଛି ପିଚ୍ । ଆଶା କରାଯାଉଛି ଏହି ବ୍ଲାକ୍ ସଏଲ ପିଚରେ ଦେଖିବାକୁ ମିଳିବ ହାଇସ୍କୋରିଂ ମ୍ୟାଚ୍ । ସେହିପରି ଅଷ୍ଟ୍ରେଲିଆରୁ ଆସିଥିବା ସ୍ବତନ୍ତ୍ର ଖତକୁ ୩୦ ୟାର୍ଡରେ ପକାଯାଇଛି ।
ଅଧିକ ପଢ଼ନ୍ତୁ: ଅରୁଣ ଜେଟଲୀ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଡିମାଣ୍ଡ; ନାରା ଲଗାଇ କହିଲେ, ବିରାଟ କୋହଲିଙ୍କୁ ଦିଅ ବୋଲିଂ
ଦିବାରାତ୍ର ମ୍ୟାଚ ହୋଇଥିବାରୁ କାକର ପ୍ରତି ବିଶେଷ ଧ୍ୟାନ ରଖିଛନ୍ତି ବାରବାଟୀ କର୍ତ୍ତୃପକ୍ଷ । କାକର ସମସ୍ୟାର ସମାଧାନ ପାଇଁ ମ୍ୟାଚ ପୂର୍ବ ରାତିରେ ପଡ଼ିଆରେ "ଆଣ୍ଟି ଡିୟୁ" ସିଞ୍ଚନ କରାଯିବ । ଫଳରେ ଖେଳାଳିଙ୍କୁ କାକର ଜନିତ ସୃଷ୍ଟି ହେଉଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓସିଏର ପିଚ୍ କ୍ୟୁରେଟର ।
ସେପଟେ ବାରବାଟୀ ଷ୍ଟାଡିୟମର ବାହାର ଓ ଭିତରର କାମ ମଧ୍ୟ ଆଗେଇ ଚାଲିଛି । ଗ୍ୟାଲେରୀର ରଙ୍ଗ କାମ ଶେଷ ହୋଇଥିବାବେଳେ, ରେଡିୟମ ନମ୍ବରିଂ କରାଯିବ । ଏହାସହ ମ୍ୟାଚରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟେଜ ପ୍ରସ୍ତୁତି ଚାଲିଛି । ଯେଉଁ ସବୁ ଜିନିଷପତ୍ରରେ ଅଗ୍ନି ସଂଯୋଗ ଆଶଙ୍କା ଥିବ ସେଥିରେ ମ୍ୟାଚ ପୂର୍ବରୁ ଏକ କେମିକାଲ ସ୍ପ୍ରେ କରାଯିବ, ଯାହା ଦ୍ବାରା ଅଗ୍ନିକାଣ୍ଡର ଭୟ ରହିବ ନାହିଁ । ଅନ୍ୟପଟେ ବାରବାଟୀର ଅସ୍ଥାୟୀ ଏବଂ ସ୍ଥାୟୀ ନିର୍ମାଣ ଗୁଡିକର ଏକ ରିପୋର୍ଟ ସରକାରଙ୍କୁ ଦିଆଯାଇଥିବା କହିଛନ୍ତି ଓସିଏ ପ୍ରିନ୍ସପାଲ କନସଲଟାଣ୍ଟ ।
ଅନ୍ୟପଟେ ମ୍ୟାଚ ଯେତିକି ପାଖଉଛି ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବୃଦ୍ଧି ପାଉଛି । ମ୍ୟାଚ୍ ପାଇଁ ଆସନ୍ତା ୨ ତାରିଖରେ ଅନଲାଇନ୍, ୫ ଓ ୬ ତାରିଖରେ କାଉଣ୍ଟରରେ ଟିକଟ ବିକ୍ରୀ କରାଯିବ ବୋଲି ପୂର୍ବରୁ କ୍ରୀଡା ମନ୍ତ୍ରୀ ସୂଚନା ଦେଇଥିଲେ ।