Advertisment

Yashasvi Jaiswal: ଆଇପିଏଲ ଅଧାରେ ଜୟସ୍ବାଲଙ୍କ ବଡ଼ ନିଷ୍ପତ୍ତି, ଦଳ ଛାଡ଼ିବାକୁ ବୋର୍ଡକୁ ଲେଖିଲେ ଚିଠି

ଭାରତୀୟ ଦଳର ଷ୍ଟାର ଓପନର ଯଶସ୍ବୀ ଜୟସ୍ବାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୮ ତମ ସଂସ୍କରଣ ଜାରି ରହିଥିବା ବେଳେ ଏହା ମଝିରେ ଏମିତି ନିଷ୍ପତ୍ତି ନେଇଛନ୍ତି ଜୟସ୍ବାଲ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ନିଜର ଦଳ ପରିବର୍ତ୍ତନ କରିବା ପାଇଁ ଜୟସ୍ବାଲ ବୋର୍ଡକୁ ଚିଠି ଲେଖିଛନ୍ତି।

ଅଦ୍ୟତନ ହୋଇଛି
jaiswal

jaiswal

Advertisment

ଭାରତୀୟ ଦଳର ଷ୍ଟାର ଓପନର ଯଶସ୍ବୀ ଜୟସ୍ବାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୮ ତମ ସଂସ୍କରଣ ଜାରି ରହିଥିବା ବେଳେ ଏହା ମଝିରେ ଏମିତି ନିଷ୍ପତ୍ତି ନେଇଛନ୍ତି ଜୟସ୍ବାଲ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ନିଜର ଦଳ ପରିବର୍ତ୍ତନ କରିବା ପାଇଁ ଜୟସ୍ବାଲ ବୋର୍ଡକୁ ଚିଠି ଲେଖିଛନ୍ତି।

Advertisment

ଘରୋଇ କ୍ରିକେଟ ବା ରଣଜୀ ଟ୍ରଫିରେ ଜୟସ୍ବାଲ ମୁମ୍ବାଇ ପକ୍ଷରୁ ଖେଳିଥାନ୍ତି। ତେବେ ନିକଟରେ ଦଳ ପରିବର୍ତ୍ତନ କରିବା ପାଇଁ ଜୟସ୍ବାଲ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ଚିଠି ଲେଖିବା ସହିତ ନୋ ଅବଜେକସନ ସାର୍ଟିଫିକେଟ ଦାବି କରିଛନ୍ତି। ଭାରତୀୟ ଟେଷ୍ଟ ଦଳର ନିୟମିତ ଓପନର ଭାବେ ଖେଳୁଥିବା ଏହି ବିସ୍ଫୋରକ ବ୍ୟାଟର ଆଗାମୀ ସିଜନରେ ଗୋଆ ପକ୍ଷରୁ ଖେଳିବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

୨୩ ବର୍ଷୀୟ ଜୟସ୍ବାଲ ମୁମ୍ବାଇ ପକ୍ଷରୁ ଏଯାଏ ୩୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି। ଏଥିରେ ୧୩ ଶତକ ଓ ୨୬୫ ରନର ସର୍ବାଧିକ ସ୍କୋର ସହିତ ସେ ୩୭୧୨ ରନ ସ୍କୋର କରିଛନ୍ତି। ତାଙ୍କର ଆଭରେଜ ୬୦.୮୫ ରହିଥିବା ବେଳେ ମୁମ୍ବାଇକୁ ରଣଜୀ ଟ୍ରଫି ଜିତିବାରେ ମଧ୍ୟ ସେ ସାହାଯ୍ୟ କରିଛନ୍ତି। ଅନ୍ୟ ପକ୍ଷରେ ୩୩ ଲିଷ୍ଟ ଏ ମ୍ୟାଚରୁ ସେ ୧୫୨୬ ରନ କରିଛନ୍ତି।

Advertisment

ନିକଟରେ ମୁମ୍ବାଇ ରଣଜୀ ଟିମରେ ଦୁଇ ଜଣ ନୂଆ ଓପନର ଆସିଛନ୍ତି। ଆୟୁଷ ମାହତ୍ରେ, ଅଙ୍ଗକ୍ରିଷ ରଘୁବଂଶୀ ନିୟମିତ ଓପନର ଭାବେ ଖେଳୁଥିବା ବେଳେ ହାର୍ଦ୍ଦିକ ତାମୋର ବିକଳ୍ପ ଓପନର ରହିଛନ୍ତି। ଏପରି ସ୍ଥିତିରେ ଜୟସ୍ବାଲଙ୍କ ପରି ଷ୍ଟାର ଓପନରଙ୍କୁ ଟିମରେ ଖେଳାଇବା କଷ୍ଟସାଧ୍ୟ ହୋଇ ପଡୁଛି। ଏହି କାରଣରୁ ୨୩ ବର୍ଷୀୟ ଯଶସ୍ବୀ ମୁମ୍ବାଇ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ସିଜିନରେ ଗୋଆର ଅଧିନାୟକ ହୋଇପାରନ୍ତି। ଅଧିନାୟକତ୍ୱ ଯୋଗୁଁ ଯଶସ୍ବୀ ଏହି ନିଷ୍ପତ୍ତି ନେଇଥିବା ବିଶ୍ୱାସ କରାଯାଉଛି।

ଏଥିପାଇଁ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ଯଶସ୍ବୀ ଚିଠି ଲେଖି ନୋ-ଅବଜେକ୍ସନ ସାର୍ଟିଫିକେଟ ପାଇଁ ଆବେଦନ କରିଛନ୍ତି। ତେବେ ଯଶସ୍ବୀଙ୍କ ପକ୍ଷରୁ ଦଳ ଛାଡିବାର କୌଣସି କାରଣ ଦର୍ଶା ଯାଇନାହିଁ। ଦଳ ସ୍ଥାନାନ୍ତର କରିବାର ନିଷ୍ପତ୍ତି ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି କୁହାଯାଇଛି। ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବଂ ଘରୋଇ କ୍ରିକେଟରେ ଗୋଆ ଦଳ ପାଇଁ ଖେଳୁଥିବା ସିଦ୍ଧେଶ ଲାଡଙ୍କ ପଦାଙ୍କ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କିଏ ମାରିବ ଆଜି ବାଜି ? କ’ଣ ରହିଛି ପିଚ୍‌ ରିପୋର୍ଟ ? ଜାଣନ୍ତୁ...

IPL Yashasvi Jaiswal IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ