Advertisment

IPL Highest Score: ଆଇପିଏଲ ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋର

ଟି୨୦ କ୍ରିକେଟର ମହାକୁମ୍ଭ ତଥା ବିଶ୍ବର ଧନଶାଳୀ କ୍ରିକେଟ ଲିଗ ଆଇପିଏଲ୍ (IPL)ର ୧୮ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ଇତିହାସରେ ଅନେକ ଶ୍ରେଷ୍ଠ ଇନିଂସ ଦେଖିବାକୁ ମିଳିଛି। ଅନେକ ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଆହୁରି ଅନେକ ନୂଆ ରେକର୍ଡ ଦେଖିବାକୁ ମିଳିବ। ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିବା ଆଇପିଏଲ ଇତିହାସର ଶ୍ରେଷ୍ଠ ୫ ଇନିଂସ ଉପରେ ଏକ ନଜର।

ଅଦ୍ୟତନ ହୋଇଛି
ipl

ipl

Advertisment

ଟି୨୦ କ୍ରିକେଟର ମହାକୁମ୍ଭ ତଥା ବିଶ୍ବର ଧନଶାଳୀ କ୍ରିକେଟ ଲିଗ ଆଇପିଏଲ୍ (IPL)ର ୧୮ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ଇତିହାସରେ ଅନେକ ଶ୍ରେଷ୍ଠ ଇନିଂସ ଦେଖିବାକୁ ମିଳିଛି। ଅନେକ ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଆହୁରି ଅନେକ ନୂଆ ରେକର୍ଡ ଦେଖିବାକୁ ମିଳିବ। ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିବା ଆଇପିଏଲ ଇତିହାସର ଶ୍ରେଷ୍ଠ ୫ ଇନିଂସ ଉପରେ ଏକ ନଜର।

Advertisment

କ୍ରିସ୍ ଗେଲ୍ - ୧୭୫ (୬୬ ବଲ୍), ଆରସିବି ବନାମ ପୁଣେ ୱାରିୟର୍ସ ଇଣ୍ଡିଆ, ୨୦୧୩

ୟୁନିଭର୍ସ ବସ କ୍ରିସ ଗେଲ ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷରେ ୧୭୫ ରନର ଇନିଂସ ଖେଳିଥିଲେ। ଏହା ଆଇପିଏଲ୍ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଗେଲ୍ ୬୬ ବଲର ଇନିଂସରେ ୧୩ ଚୌକା ଓ ୧୭ ଛକା ମାରିଥିଲେ। ଛକା ହିସାବରେ ଏକ ଟି-୨୦ ମ୍ୟାଚ୍‌ରେ ଏହା ରେକର୍ଡ। ଗେଲଙ୍କ ଧୂଆଁଧାର ଇନିଂସ ବଳରେ ଆରସିବି ୨୦ ଓଭରରେ ୨୬୩/୫ ସ୍କୋର କରିଥିଲା।

ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

ବ୍ରେଣ୍ଡନ୍ ମ୍ୟାକକୁଲମ୍ - ୧୫୮ (୭୩ ବଲ୍), କୋଲକାତା ନାଇଟ ରାଇଡର୍ସ ବନାମ ଆରସିବି, ୨୦୦୮

Advertisment

ଆଇପିଏଲ୍‌ର ଉଦଘାଟନୀ ସଂସ୍କରଣରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ ଖେଳିଥିଲେ ଧୂଆଁଦାର ୧୫୮ ରନର ଇନିଂସ। କୋଲାକାତା ପକ୍ଷରୁ ଓପନ କରିଥିବା ମ୍ୟାକକୁଲମ ୭୩ ବଲର ଇନିଂସରେ ୧୦ ଚୌକା ଓ ୧୩ ଛକା ମାରିଥିଲେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ମ୍ୟାକକୁଲମ ଖେଳିଥିବା ଏହି ଇନିଂସ ଲିଗ୍‌ର ଭବିଷ୍ୟତ ନିର୍ଦ୍ଧାରଣ କରିବା ସହ ଏହାକୁ ସଫଳ ଭାବେ ଆଗକୁ ନେଇଥିଲା। ଆଇପିଏଲ୍‌ ଇତିହାସର ଏହା ପ୍ରଥମ ଶତକ ଥିବା ବେଳେ କୋଲକାତା ୨୨୨ ରନ ସ୍କୋର କରିଥିଲା।

କ୍ବିଣ୍ଟନ ଡି କକ - ୧୪୦ (୭୦ ବଲ୍), ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବନାମ କୋଲକାତା ନାଇଟ ରାଇଡର୍ସ, ୨୦୨୨

Advertisment

ଆଇପିଏଲ୍‌ର ୨୦୨୨ ସଂସ୍କରଣରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କ୍ବିଣ୍ଟନ ଡି କକ ଅପରାଜିତ ୧୪୦ ରନ କରିଥିଲେ। ୭୦ ବଲର ଏହି ଇନିଂସରେ ୧୦ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲୋକେଶ ରାହୁଲ ଅପରାଜିତ ୬୮ ରନ କରିଥିବା ବେଳେ ଲକ୍ଷ୍ନୌ ୨୦ ଓଭରରେ ବିନା କ୍ଷତିରେ ୨୧୦ ରନ କରିଥିଲେ। ଜବାବରେ କୋଲକାତା ୨୦ ଓଭରରେ ୮ ୱିକେଟରେ ୨୦୮ ରନ କରିଥିଲା।

ଏବି ଡି ଭିଲିୟର୍ସ - ୧୩୩ (୫୯ ବଲ୍), ଆରସିବି ବନାମ ମୁମ୍ବାଇ ଇଣ୍ଡିଆନ୍ସ, ୨୦୧୫

ଆଇପିଏଲର ମହାନାୟକ ତଥା ମିଷ୍ଟର ୩୬୦ ଡିଗ୍ରୀ ଭାବେ ପରିଚିତ ଏବି ଡି ଭିଲିୟର୍ସ ୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୩୩ ରନର ଇନିଂସ ଖେଳିଥିଲେ। ଏବିଙ୍କ ଏହି ଅପରାଜିତ ଇନିଂସରେ ୧୯ ଚୌକା ଓ ୪ ଛକା ସାମିଲ ଥିଲା। ବିରାଟ କୋହଲି(୮୨*) ଙ୍କ ସହ ମିଶି ସେ ଦ୍ୱିତୀୟ ୱିକେଟରେ ଅବିଭାଜିତ ୨୧୫ ରନ ଯୋଡିଥିଲେ। ଏହି ପାର୍ଟନରଶିପ ବଳରେ ଆରସିବି ୧ ଉଇକେଟ ହରାଇ ୨୩୫ ରନ କରିଥିଲା।

ଲୋକେଶ ରାହୁଲ-୧୩୨(୬୬ ବଲ), ପଞ୍ଜାବ କିଙ୍ଗ୍ସ ବନାମ ଆରସିବି, ୨୦୨୦

ଆଇପିଏଲ ଇତିହାସର ଅନ୍ୟତମ ସଫଳ ଖେଳାଳି ଲୋକେଶ ରାହୁଲ ୨୦୨୦ ଆଇପିଏଲରେ ୧୩୨ ରନ କରିଥିଲେ। ନିଜ ପୂର୍ବ ଫ୍ରାଞ୍ଚାଇଜ ଆରସିବି ବିପକ୍ଷରେ ସେ ଶତକ ହାସଲ କରିଥିଲେ। ରାହୁଲ ୬୬ ବଲ ଖେଳି ୧୪ ଚୌକା ଓ ୭ ଛକା ମାରିଥିଲେ। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ଉଇକେଟରେ ୨୦୬ ରନ କରିଥିବା ବେଳେ ଆରସିବି ୧୦୯ ରନରେ ଅଲଆଉଟ ହୋଇଥିଲା।

ଅଧିକ ପଢ଼ନ୍ତୁ: ଦ୍ବିତୀୟ ଇନିଂସ ଆରମ୍ଭ କରିବେ ମନଦୀପ-ଉଦିତା

IPL AB AB De Villiers Chris Gayle On TikTok
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ