• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଦର୍ଶକବନ୍ଧୁ ଆପଣ ବି ଯଦି ଜଣେ IPL ଫ୍ୟାନ ଆଉ MI ଯଦି ଆପଣଙ୍କ ପ୍ରିୟ ଟିମ୍ ତେବେ ମ୍ୟାଚରେ ଜଣେ ଯୁବତୀଙ୍କୁ ତ ଆପଣ ନିଶ୍ଚିତ ଦେଖିଥିବେ । ମୁମ୍ୱାଇର ପ୍ରତିଟି ମ୍ୟାଚରେ ସେ ଟିମକୁ ଚିୟର କରିବାକୁ ନିଶ୍ଚିତ ଆସିଥାନ୍ତି । ଏପରିକି ତାଙ୍କୁ MIର ବସରେ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହି ଯୁବତୀ ଜଣକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ପ୍ରେମିକା ବୋଲି ଚର୍ଚ୍ଚା ଉଠୁଛି । ତାଙ୍କ ନାଁ ହେଉଛି ଜସ୍ମିନ୍ ୱାଲିଆ । ସେ ମ୍ୟାଚ୍ ଶେଷ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ବସ୍ ଚଢ଼ୁଥିବାର ଦେଖାଯାଇଥିଲା ।

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

MI ତା'ର ଖେଳାଳିଙ୍କ ପରିବାର ପାଇଁ ଏକ ପୃଥକ ବସ୍ ବ୍ୟବସ୍ଥା କରେ । ଯେଉଁ ବସରେ ଜସ୍ମିନ୍ ଚଢ଼ୁଥିଲେ । ଆଇପିଏଲ ମ୍ୟାଚ୍ ସମୟରେ ଜସ୍ମିନ ମୁମ୍ବାଇ ଇଣ୍ଡିଆନ୍ସକୁ ସମର୍ଥନ କରିବା ପାଇଁ ଷ୍ଟାଡିୟମ  ଆସୁଥିବାର ଦେଖାଯାଉଛି। ଏପରିକି ଚାମ୍ପିଅନ୍ସ ଟ୍ରଫି ସମୟରେ ମଧ୍ୟ ଜସ୍ମିନ ଟିମ୍ ଇଣ୍ଡିଆର ମ୍ୟାଚ୍ ଦେଖିବା ପାଇଁ ଦୁବାଇ ଷ୍ଟାଡିୟମ ଆସିଥିଲେ। ତେଣୁ ଚର୍ଚ୍ଚା ଉଠୁଛି ହାର୍ଦ୍ଦିକ ଓ ଜସ୍ମିନ ପରସ୍ପରକୁ ଡେଟ୍ କରୁଛନ୍ତି ।

ଜସ୍ମିନ ୱାଲିଆ କିଏ ?

ଜସ୍ମିନ୍ ୱାଲିଆ ହେଉଛନ୍ତି ଜଣେ ପ୍ରସିଦ୍ଧ ଗାୟିକା ଏବଂ ଟିଭି ବ୍ୟକ୍ତିତ୍ୱ । ସେ ଇଂରାଜୀ, ପଞ୍ଜାବୀ ଏବଂ ହିନ୍ଦୀ ସମେତ ଅନେକ ଭାଷାରେ ଗୀତ ଗାଇଛନ୍ତି । ସେ ବଲିଉଡରେ 'ବମ୍ ଡିଗି ବମ୍' ଗୀତ ଗାଇ ମଧ୍ୟ ଖୁବ ପ୍ରସିଦ୍ଧି ଲାଭ କରିଥିଲେ । ଆଉ ଏବେ ତାଙ୍କ ନାଁ ସହ ହାର୍ଦ୍ଦିକଙ୍କ ନାଁ ଯୋଡ଼ା ଯିବା ପରେ ସେ ସୋସିଆଲ ମିଡିଆରେ ଏକ ଚର୍ଚ୍ଚିତ ଚେହେରା ପାଲଟିଯାଇଛନ୍ତି ।