/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668740795.jpg)
India Vs New Zealand
ଆଜିଠାରୁ ଆରମ୍ଭ ହେଉଛି ଭାରତ ନ୍ୟୁଜିଲାଣ୍ଡ ସୀମିତ ଓଭର ସିରିଜ । ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଏହି ଶୃଙ୍ଖଳାରେ ଦୁଇ ଦେଶ ଉଭୟ ୨୦-୨୦ ଏବଂ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳିବେ । ଟି-ଟ୍ୱେଣ୍ଟି ବିଶ୍ୱକପ ସେମିଫାଇନାଲରେ ଉଭୟ ଦଳ ହାରିବା ପରେ ପରସ୍ପରକୁ ଭେଟୁଛନ୍ତି । ଆଜି ୱେଲିଂଟନରେ ପ୍ରଥମ ଟ୍ୱେଣ୍ଟି-୨୦ ମୁକାବିଲା ହେବ ।
ଅଧିକ ପଢ଼ନ୍ତୁ: 2024ରେ ଶ୍ରୀଲଙ୍କାରେ ହେବ ICC ଅଣ୍ଡର-19 କ୍ରିକେଟ୍ ବିଶ୍ୱକପ୍
ପରବର୍ତ୍ତୀ ଦୁଇଟି ଟ୍ୱେଣ୍ଟି-୨୦ ତେରଙ୍ଗା ଓ ନାପିଅରରେ ଖେଳାଯିବ । ଏହାପରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳାଯିବ । ନଭେମ୍ବର ୩୦ ତାରିଖରେ ଏହି ଶୃଙ୍ଖଳା ଶେଷ ହେବ । ଟି-ଟ୍ୱେଣ୍ଟି ସିରିଜ ପାଇଁ ଅଲ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପଟେନ ହୋଇଥିବାବେଳେ ଦିନିକିଆରେ ଓପନର ଶିଖର ଧାଓ୍ୱନ୍ ଭାରତୀୟ ଦଳର ନେତୃତ୍ୱ ନେବେ ।
ଏହି ସିରିଜରେ ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ସାମିଙ୍କ ଭଳି ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତ ରହିବେ । ବିନା ଷ୍ଟାର ପ୍ଲେୟାରରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ତେବେ ଟିମରେ ଶୁଭମନ ଗିଲ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ଉମ୍ରାନ ମଲ୍ଲିକ ଓ ମହମ୍ମଦ ସିରାଜ ଓ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିଛି । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଉଭୟ ଟ୍ୱେଣ୍ଟି-୨୦ ଏବଂ ଦିନିକିଆ ଦଳ ପାଇଁ କେନ୍ ଓ୍ୱିଲିୟମସନଙ୍କୁ ଅଧିନାୟକ ଘୋଷଣା କରଯାଇଛି । ତେବେ କିୱି ଦଳରୁ ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟ ଏବଂ ଓପନିଂ ବ୍ୟାଟର ମାର୍ଟିନ୍ ଗପ୍ଟିଲ ବାଦ୍ ପଡ଼ିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)