• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀଲଙ୍କାରେ ହେବ ଆଇସିସି ଅଣ୍ଡର-19 କ୍ରିକେଟ୍ ବିଶ୍ୱକପ୍ । ଏନେଇ ଆଜି ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍ । ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ଅଣ୍ଡର-19 ଟୁର୍ଣ୍ଣାମେଣ୍ଟ ପାଇଁ ଆୟୋଜକ ଦେଶର ନାଁ ଘୋଷଣା କରିଛି ଆଇସିସି । ଅଣ୍ଡର ନାଇଣ୍ଟିନ୍ ଟୁର୍ଣ୍ଣାମେଣ୍ଟ ଆୟୋଜକ ଦେଶ ଭାବେ ଶ୍ରୀଲଙ୍କା, ମାଲେସିଆ ଓ ଥାଇଲାଣ୍ଡ ବ୍ୟତୀତ ଜିମ୍ବାେଓ୍ୱ, ନାମିବ୍ୟା, ବାଂଲାଦେଶ ଓ ନେପାଲର ନାଁ ଘୋଷଣା କରିଛି ଇଣ୍ଟରନାସନାଲ୍ କ୍ରିକେଟ୍ କାଉନ୍‌ସିଲ୍ । ଗ୍ଲୋବାଲ୍ ଇଭେଣ୍ଟ ଆୟୋଜନ ପାଇଁ ଏସବୁ ଦେଶକୁ ଅନୁମତି ଦେଇଛି ଆଇସିସି । ଏଥିରେ ଉଭୟ ମହିଳା ଓ ପୁରୁଷ ଦଳର ଇଭେଣ୍ଟ ସାମିଲ ଅଛି ।

ଆଇସିସି ଅଣ୍ଡର-19 ପୁରୁଷ ବିଶ୍ୱକପ୍ ୨୦୨୪ର ଆୟୋଜନ ଦାୟିତ୍ୱ ଶ୍ରୀଲଙ୍କାକୁ ମିଳିଛି । ସେହିପରି ୨୦୨୬ ଅଣ୍ଡର-19 ପୁରୁଷ ବିଶ୍ୱକପ୍ ଆୟୋଜନ ଦାୟିତ୍ୱ ଜିମ୍ବାୱେ ଓ ନାମିବ୍ୟାକୁ ମିଳିଛି । ଆଇସିସି ଅଣ୍ଡର-19 ମହିଳା ବିଶ୍ୱକପ୍ ୨୦୨୫ର ଆୟୋଜନ ଦାୟିତ୍ୱ ମାଲେସିଆ ଓ ଥାଇଲାଣ୍ଡକୁ ମିଳିଥିବା ବେଳେ ୨୦୨୭ ଅଣ୍ଡର-19 ମହିଳା ବିଶ୍ୱକପ୍‌ର ଆୟୋଜନ ଦାୟିତ୍ୱ ମିଳିତ ଭାବେ ବାଂଲାଦେଶ ଓ ନେପାଳକୁ ମିଳିଛି ।

ଅନ୍ୟପଟେ ଆଜି ପାକିସ୍ତାନକୁ ହରାଇ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇଛି ଇଂଲଣ୍ଡ । ଇଂଲଣ୍ଡ ମୁଣ୍ଡରେ ଟି-୨୦ କ୍ରିକେଟ୍ ବିଶ୍ୱକପ୍ ମୁକୁଟ । ଟାଇଟଲ ଲଢେଇରେ ପାକିସ୍ତାନକୁ ୫ ଓ୍ୱିକେଟରେ ହରାଇ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଚାମ୍ପିଅନ ହୋଇଛି ଇଂଲିଶ ଟିମ୍ । ମେଲବୋର୍ଣ୍ଣରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଆଜି ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ କରିଥିଲା ୧୩୭ ରନ୍ । ଦଳ ପକ୍ଷରୁ ମାସୁଦ୍ ସର୍ବାଧିକ ୩୮ ରନ୍ କରିଥିଲେ । ଇଂଲିଶ ବୋଲରଙ୍କ ମାପଚୁପ ବୋଲିଂ ଆଗରେ କେହି ଜଣେ ହେଲେ ପାକିସ୍ତାନୀ ବ୍ୟାଟର ବଡ଼ ସ୍କୋର କରିବାକୁ ସମର୍ଥ ହୋଇନଥିଲେ ।

ସେପଟେ ୧୩୮ ରନ୍‌ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଟିମ୍ । ମାତ୍ର ୫ ଓ୍ୱିକେଟ ବିନିମୟରେ ଗୋଟିଏ ଓଭର ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୫୨ ରନ କରି ଅପରାଜିତ ରହିଥିଲେ । ଆଜିର ମ୍ୟାଚରେ ୪ ଓଭର ବୋଲିଂ କରି ମାତ୍ର ୧୨ ରନ୍ ଦେଇ ୩ଟି ଓ୍ୱିକେଟ୍ ନେଇଥିବା ଇଂଲଣ୍ଡର ସାମ୍ କୁରାନ୍ ପ୍ଲେୟାର ଅଫ ଦି ମ୍ୟାଚ୍ ଓ ପ୍ଲେୟାର ଅଫ୍ ଦି ସିରିଜ୍ ହୋଇଛନ୍ତି । ଏହା ପୂର୍ବରୁ ୨୦୧୦ରେ ମଧ୍ୟ ଇଂଲଣ୍ଡ ବିଶ୍ୱକପ୍ ଜିତିଥିଲା । ସେହିଭଳି ୨୦୧୯ରେ ମଧ୍ୟ ଦିନିକିଆ ବିଶ୍ୱକପ୍ ହାତେଇଥିଲା ଇଂଲଣ୍ଡ ଟିମ୍ ।