Advertisment

Shami's Form: ଶାମିଙ୍କ ଫର୍ମକୁ ନେଇ ଚିନ୍ତା ପ୍ରକଟ କଲେ ପୂର୍ବତନ ଖେଳାଳି

ଇଂଲଣ୍ଡ ବିପକ୍ଷ ସିରିଜରେ ଶାମି ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଚାମ୍ପିୟନ୍ସ ଟ୍ରଫି ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳିଛି। ତେବେ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ଗୁଡିକରେ ଶାମିଙ୍କ ପ୍ରଦର୍ଶନକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ଖେଳାଳି।

ଅଦ୍ୟତନ ହୋଇଛି
shami

shami

Advertisment

ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ମହମ୍ମଦ ଶାମି ଦୀର୍ଘ ବର୍ଷକର ବ୍ୟବଧାନ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜରେ ଶାମି ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଚାମ୍ପିୟନ୍ସ ଟ୍ରଫି ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳିଛି। ତେବେ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ଗୁଡିକରେ ଶାମିଙ୍କ ପ୍ରଦର୍ଶନକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ଖେଳାଳି।

Advertisment

ପାଦରେ ଯନ୍ତ୍ରଣା ଥିବା ସତ୍ତ୍ବେ ପେନ କିଲର ଖାଇ ଦିନିକିଆ କ୍ରିକେଟ ବିଶ୍ବକପରେ ଖେଳିଥିଲେ ଶାମି। ଏହି ବିଶ୍ବକପରେ ସେ ରେକର୍ଡ ପରେ ରେକର୍ଡ କରିବା ସହ ଭାରତର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିଲେ। ତେବେ ବିଶ୍ବକପ ପରେ ଶାମିଙ୍କ ଗୋଇଠିରେ ସର୍ଜରୀ ହୋଇଥିଲା। ସର୍ଜରୀ ପରେ ତାଙ୍କୁ ରିହାବରେ ରହିବାକୁ ପଡିଥିଲା।

ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ଶାମି ରିହାବ କରିଥିଲେ। ଦୀର୍ଘ ଦିନର ରିହାବ ପରେ ଶାମି ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ଘଟିଥିଲେ ହେଁ ଏହା ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରାଙ୍କୁ ନିରାଶ କରିଛି। ଶାମି ପ୍ରଥମ ଦୁଇ ଦିନିକିଆରେ ଖେଳିଥିବା ବେଳେ ତାଙ୍କ ବୋଲିଂ ସାମାନ୍ୟ ଧାରହୀନ ମନେ ହୋଇଥିଲା।

Advertisment

ଦୁଇଟି ମ୍ୟାଚରେ ସେ ମାତ୍ର ୨ ୱିକେଟ ନେଇଥିବା ବେଳେ ତାଙ୍କର ବୋଲିଂ ଆଭରେଜ ୫୨ ରହିଥିଲା। ସେହିପରି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଶାମିଙ୍କ ପ୍ରଦର୍ଶନ ଭାରତୀୟ ମ୍ୟାନେଜମେଣ୍ଟର ଚିନ୍ତା ବଢାଇଛି। ଗୋଟିଏ ପଟେ ଯଶପ୍ରୀତ ବୁମରା ଆହତ ଅଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ବୁମରାଙ୍କ ଖେଳିବା ସମ୍ଭାବନା ଆପାତତଃ କ୍ଷୀଣ। ଏହା ଭାରତୀୟ ଟିମ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ବଢାଇଛି।

ଅଧିକ ପଢନ୍ତୁ: କ୍ଷଣିକରେ ଚୁରମାର୍ ହେଲା ସ୍ୱପ୍ନ; କାନ୍ଦି କାନ୍ଦି ନେହୁରା ହେଲେ, ଶୁଣିଲାନି କମ୍ପାନୀ

Advertisment

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ମତରେ ମହମ୍ମଦ ଶାମି ସାଧାରଣତଃ ୧୩୮-୧୪୦ କିମି ବେଗରେ ବୋଲିଂ କରିଥାନ୍ତି। ଏପରିକି ସଠିକ ରିଦିମରେ ଥିବା ବେଳେ ସେ ୧୫୦ ସ୍ପିଡ ମଧ୍ୟ କ୍ଲିକ କରିଥାନ୍ତି। ପ୍ରଥମ ଦୁଇ ଦିନିକିଆରେ ଶାମିଙ୍କ ପେସ ୧୩୨-୧୩୫ କି.ମି ମଧ୍ୟରେ ରହୁଛି। ଶାମି ଯଦି ଏହି ବେଗରେ ବୋଲିଂ କରିବେ ତେବେ ଶାମିଙ୍କ ଅପେକ୍ଷା ଭୁବନେଶ୍ବର କୁମାର ଭଲ ବିକଳ୍ପ। ଭୁବନେଶ୍ବର ମଧ୍ୟ ସମାନ ଗତିରେ ବୋଲିଂ କରିଥାନ୍ତି। ଅନ୍ୟ ପକ୍ଷରେ ଭୁବନେଶ୍ବରଙ୍କ ନିକଟରେ ବଲକୁ ଉଭୟ ଦିଗକୁ ସୁଇଂ କରାଇବାର ଦକ୍ଷତା ମଧ୍ୟ ରହିଛି।

ଟି୨୦ରେ ମଧ୍ୟ ଶାମିଙ୍କ ବୋଲିଂ ପ୍ରଦର୍ଶନ ଆଶା ମୁତାବକ ରହି ନାହିଁ। ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ମଧ୍ୟ ଶାମି ଖେଳିଥିଲେ। ତେବେ ଆକାଶ ଚୋପ୍ରା ପ୍ରଶ୍ନ କରିବା ସହ କହିଛନ୍ତି ଶାମି ଖେଳିଥିବା କୌଣସି ବି ମ୍ୟାଚରେ ତାଙ୍କ ବୋଲିଂ କୋଟା ସମ୍ପୂର୍ଣ୍ଣ କରି ନାହାନ୍ତି। ଏପରି ସ୍ଥିତିରେ ଶାମି ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତୁତ ବୋଲି କିଭଳି ଗ୍ରହଣ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଚୋପ୍ରା। ସେହିପରି ଆଦିଲ ରଶିଦଙ୍କ ପରି ବୋଲର ଶାମିଙ୍କୁ ହ୍ୟାଟ୍ରିକ ଚୌକା ମାରିବା ତାଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା କହିଛନ୍ତି ଚୋପ୍ରା।

ଅଧିକ ପଢନ୍ତୁ: ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର; ଜାଣନ୍ତୁ କାହିଁକି ବଢୁଛି ଦାମ୍...

Mohammed Shami
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ