• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଶ୍ୱକପ୍ ହକି ପାଇଁ ଚାଲିଛି ଗ୍ରାଣ୍ଡ ସେଲିବ୍ରେସନ୍ । ଡିଜେ ସଙ୍ଗୀତରେ କମ୍ପୁଛି ବାରବାଟୀ ଷ୍ଟାଡିୟମ । ବଲିଉଡ୍ ଷ୍ଟାର ଦିଶା ପଟାନୀଙ୍କ ସହ ରଣବୀର ସିଂ ଜଲୱା ଦେଖିବାକୁ ଷ୍ଟାଡିୟମରେ ଖଚାଖଚ ଭିଡ ଲାଗିଛି । ୩ଟାରୁ ଡିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବା ବେଳେ, ପରେ ପରେ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ସ୍ମିତି ମିଶ୍ର, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍, ରାପର ବିଗ୍ ଡିଲ୍, ରିତୁରାଜ ମହାନ୍ତି, ସବ୍ୟସାଚୀ-ଅର୍ଚ୍ଚିତାଙ୍କ କାର୍ଯ୍ୟକ୍ରମ ରହିଛି ।

ସନ୍ଧ୍ୟା ୬ଟାରେ ଗ୍ରାଣ୍ଡ ୱେଲକମ୍ କରାଯିବ । ହକି ୱାର୍ଲଡ କପ୍ ସଂଗୀତ ଓ ବ୍ଲାକ ସ୍ୱାନ ଗ୍ରୁପର ଡାନ୍ସ, ବଲିଉଡ୍ ଅଭିନେତା ରଣବୀର ସିଂ ଓ ଦିଶା ପଟାନୀଙ୍କ ଲାଇଭ ପରଫରମାନ୍ସ ମୁଖ୍ୟ ଆକର୍ଷଣ ରହିବ । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି । ପ୍ରତି ଓ୍ୱାର୍ଡରେ ମଧ୍ୟ ଏଲଇଡି ସ୍କ୍ରିନ୍‌ର ବ୍ୟବସ୍ଥା ହୋଇଛି  ।

ଅଧିକ ପଢ଼ନ୍ତୁ: ବିଶ୍ୱକପ୍ ହକିର ମାହୋଲକୁ ଅଧିକ ଆକର୍ଷଣୀୟ କରିବ ଡଟ୍ ଫେଷ୍ଟ