Advertisment

Gukesh Became Number One: ଭାରତର ନମ୍ବର ୱାନ ଖେଳାଳି ହେଲେ ଡି. ଗୁକେଶ

ଭାରତୀୟ ଚେସ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଦେଶର ଏକ ନମ୍ବର ଚେସ ଖେଳାଳି ପାଲଟିଛନ୍ତି। ଅର୍ଜୁନ ଇରିଗାସୀଙ୍କୁ ହଟାଇ ଗୁକେଶ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

Gukesh

Gukesh

Advertisment

ଭାରତୀୟ ଚେସଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଦେଶର ଏକ ନମ୍ବର ଚେସ ଖେଳାଳି ପାଲଟିଛନ୍ତି। ଅର୍ଜୁନ ଇରିଗାସୀଙ୍କୁ ହଟାଇ ଗୁକେଶ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଗୁରୁବାର ଫିଡେ ରାଙ୍କିଙ୍ଗ ପ୍ରକାଶିତ ହୋଇଥିବା ବେଳେ ଗୁକେଶ ଉପରକୁ ଉଠିଛନ୍ତି। ଏହା ସହିତ ସେ ବିଶ୍ବୁ ମାନ୍ୟତାର ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ଗୁକେଶ। ନିକଟରେ ବିଶ୍ବ ଚସ ଚାମ୍ପିୟନଶିପରେ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରିଥିଲେ ଗୁକେଶ। ବର୍ତ୍ତମାନ ଟାଟା ଷ୍ଟିଲ ଚେସରେ ଅଂଶଗ୍ରହଣ କରୁଥିବ ଗୁକେଶ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ଦୁଇଟି ବିଜୟ ହାସଲ କରିଛନ୍ତି।

Advertisment

ଅଧିକ ପଢନ୍ତୁ: ଚେସ୍ ତାରକା ଗୁକେଶଙ୍କୁ ନେଇ ଦୁଇ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ

ଦ୍ବିତୀୟ ଭାରତୀୟ ଭାବେ ୨୮୦୦ ରେଟିଂ ପଏଣ୍ଟ ହାସଲ କରିଥିବା ଅର୍ଜୁନଙ୍କ ପ୍ରଦର୍ଶନ ଖରାପ ରହିଥିବା ବେଳେ ୧୮ ବର୍ଷୀୟ ଗୁକେଶ ଉପରକୁ ଉଠିଥିଲେ। ଖେଳରତ୍ନରେ ସମ୍ମାନିତ ହୋଇଥିବା ଗୁକେଶ ୨୭୮୪ ରେଟିଂ ପଏଣ୍ଟ ହାସଲ କରିଥିବା ବେଳେ ଇରିଗାସୀ ୨୭୭୯.୫ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ବିଶ୍ବ ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ରହିଛନ୍ତି ମାଗ୍ନସ କାର୍ଲସେନ। ସେହିପରି ଆମେରିକାର ହିକାରୁ ନାକାମୁରା ଓ ଫାବିଆନୋ କାରୁଆନା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ବିଜୟ ପରେ ଗୁକେଶ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଇରିଗାସୀ ନ୍ୟୁୟର୍କରେ ଅନୁଷ୍ଠିତ ରାପିଡ ଓ ବ୍ଲିଟ୍ଜ ବିଶ୍ବ ଚାମ୍ପିୟନଶିପରେ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ନାମେଣ୍ଟ ପ୍ରଦର୍ଶନ ଆଧାରରେ ସେ କ୍ୟାଣ୍ଡିଡେଟ୍ସ ଚେସ ପାଇଁ ଯୋଗ୍ୟତା ଅର୍ଜନର ଲକ୍ଷ୍ୟ ରଖିଥିଲେ। ତେବେ ଏଥିରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କ ରାଙ୍କିଙ୍ଗ ହ୍ରାସ ପାଇଛି।

Advertisment

ଗୁକେଶ ପ୍ରଥମେ ଚେସ ଅଲିମ୍ପିଆଡରେ ଦଳଗତ ଓ ଟପ ବୋର୍ଡରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିଥିଲେ। ପରେ ସର୍ବକନିଷ୍ଠ ଖେଳାଳି ଭାବେ ସେ ବିଶ୍ବ ଚେସ ଚାମ୍ପିୟନଶିପ ଜିତିଥିଲେ। ଭାରତର ମହାନ ଚେସ୍ ତାରକା ବିଶ୍ୱନାଥନ ଆନନ୍ଦ ୫ ଥର ବିଶ୍ୱ ଚେସ୍ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। କ୍ଲାସିକାଲ ଚେସରେ ସେ ୨୦୦୦, ୨୦୦୭, ୨୦୦୮, ୨୦୧୦ ଓ ୨୦୧୨ରେ ବିଶ୍ୱବିଜେତା ହୋଇଥିଲେ। ଏତଦବ୍ୟତୀତ ରାପିଡ୍ ଚେସରେ ମଧ୍ୟ ବିଶ୍ୱ ଚମ୍ପିୟନ ହେବା ଆନନ୍ଦଙ୍କର ଅନ୍ୟତମ ସଫଳତା। ଆନନ୍ଦଙ୍କ ପଛକୁ ଦ୍ୱିତୀୟ ଭାରତୀୟ ଭାବେ ଚେସ୍ ଜଗତର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି।

୨୦୦୬ ମେ’ ୨୯ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ଗୁକେଶ ମାତ୍ର ୧୨ବର୍ଷ ୭ ମାସ ୧୭ ଦିନର ହୋଇଥିବା ବେଳେ ତାଙ୍କୁ ମିଳିଥିଲା ଗ୍ରାଣ୍ଡମାଷ୍ଟର ଟାଇଟଲ୍। ଏହି ଟାଇଟଲ୍ ହାସଲ କରିବା ସମୟରେ ସେ ଥିଲେ ବିଶ୍ୱର ଦ୍ୱିତୀୟ ସର୍ବ କନିଷ୍ଠ ଖେଳାଳି। କମ ବୟସରୁ ବିଭିନ୍ନ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବାର ସଫଳତା ମଧ୍ୟ ତାଙ୍କୁ ମିଳିଥିଲା।୨୦୨୨ରେ ଚେନ୍ନାଇରେ ଅନୁଷ୍ଠିତ ୪୪ତମ ଚେସ୍ ଅଲିମ୍ପିଆଡ଼ରେ ଗୁକେଶ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବ୍ରୋଞ୍ଜପଦକ ବିଜୟୀ କରାଇବା ସହିତ ନିଜେ ବ୍ୟକ୍ତିଗତ ଭାବେ ଟପ୍ ବୋର୍ଡର ସ୍ୱର୍ଣ୍ଣ ପଦକ ଜିତିଥିଲେ।

Advertisment

ଅଧିକ ପଢନ୍ତୁ: ଜଣେ କ୍ରିକେଟ୍‌ର ଭଗବାନ ଆଉ ଜଣେ ଅସଫଳ-ଅସହାୟ ମଣିଷ

Chess FIDE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ