/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674791374.jpg)
Cricketer Axar Patel gets married to girlfriend Meha
ଭାରତୀୟ କ୍ରିକେଟରଙ୍କ ଏବେ ବିବାହ ଋତୁ ଚାଲିଛି। ନିକଟରେ କ୍ରିକେଟର କେଏଲ୍ ରାହୁଲ ବଲିଉଡ୍ ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କୁ ବିବାହ(KL Rahul and Athiya Shetty Marriage) କରିଥିଲେ। ଜାନୁଆରୀ ୨୩ରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଏବେ ଟିମ୍ ଇଣ୍ଡିଆର ଷ୍ଟାର୍ ଅଲ୍ରାଉଣ୍ଡର କ୍ରିକେଟର ଅକ୍ଷର ପଟେଲ(Axar Patel Marriage) ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ଗତକାଲି ବାନ୍ଧବୀ ମେହା ପଟେଲଙ୍କୁ ଅକ୍ଷର ବିବାହ କରିଛନ୍ତି। ଗତବର୍ଷ ଜାନୁଆରୀ ୨୦ରେ ଅକ୍ଷର ଓ ମେହାଙ୍କ ନିର୍ବନ୍ଧ ହୋଇଥିଲା। ସଙ୍ଗୀତ ସେରିମୋନିରେ ଉଭୟ ସୁନ୍ଦର ଭାବେ ଡ୍ୟାନ୍ସ କରୁଥିବା ଭିଡିଓ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହୋଇଥିଲା। ଏହାସହ ଅକ୍ଷରଙ୍କ ବିବାହ ପ୍ରୋସେସନ୍ ବେଳର ଡ୍ୟାନ୍ସ ଭିଡିଓ ମଧ୍ୟ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ବିବାହ ଶୋଭାଯାତ୍ରାରେ ଅକ୍ଷରଙ୍କ ବନ୍ଧୁ ଓ ପରିବାରବର୍ଗ ସାମିଲ ଥିବାବେଳେ ଅକ୍ଷର ଡ୍ୟାନ୍ସ କରୁଥିବା ମଧ୍ୟ ନଜର ଆସିଛି।
#ବର_ବେଶରେ_କ୍ରିକେଟର_ଅକ୍ଷର_ପଟେଲ
ବାନ୍ଧବୀ ନେହାଙ୍କ ହାତ ଧରିଲେ ଅକ୍ଷର, ବିବାହ ପ୍ରୋସେସନ୍ରେ ଜମେଇକି ଡ୍ୟାନ୍ସ କଲେ...ଦେଖନ୍ତୁ, ଭିଡିଓ...#AxarPatelMarriage#CricketerAxarPatelMarriage#TeamIndia#Marriagepic.twitter.com/mV9M83lxX2— ଓଟିଭି (@otvkhabar) January 27, 2023
ମେହା ବୃତ୍ତିରେ ଜଣେ ଡାଏଟିସିଆନ୍ ଓ ନ୍ୟୁଟ୍ରିସନିଷ୍ଟ। ଅକ୍ଷର ଓ ମେହା ବହୁଦିନ ଧରି ପ୍ରେମ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଅକ୍ଷର ଏବେ ଏହାକୁ ବିବାହର ରୂପ ଦେଇଛନ୍ତି।
Axar Patel got moves.
Many congratulations to them! pic.twitter.com/0xJKAXX2Cc
— Mufaddal Vohra (@mufaddal_vohra) January 26, 2023
୨୦୧୪ ମସିହାରେ ଅକ୍ଷର ପଟେଲ ଭାରତୀୟ ଦିନିକିଆ ଟିମ୍ରେ ସ୍ଥାନ ପାଇଥିଲେ। ବାଂଲାଦେଶ ବିରୋଧରେ ସେ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ। ୨୦୧୫ରେ ସେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଡେବ୍ୟୁ କରିଥିଲେ। ସେହିପରି ୨୦୨୧ରେ ସେ ଟେଷ୍ଟ୍ ମ୍ୟାଚ୍ରେ ଡେବ୍ୟୁ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ଖେଳିଥିଲେ ଡେବ୍ୟୁ ଟେଷ୍ଟ ମ୍ୟାଚ୍।
Axar Patel tied the knot with girlfriend Meha Patel.#AxarPatel#Cricketpic.twitter.com/qkuHbOxROa
— Abdullah Neaz (@Abdullah__Neaz) January 26, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)