/odishatv-khabar/media/post_attachments/uploadimage/library/16_9/16_9_0/KL_RAHUL__1674474926.jpg)
KL RAHUL
ବିବାହ କରିବେ କ୍ରିକେଟର କେଏଲ୍ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟୀ । ମୁମ୍ବାଇ ନିକଟସ୍ଥ ଖଣ୍ଡାଲାରେ ଉଭୟଙ୍କ ଡେଷ୍ଟିନେସନ୍ ମ୍ୟାରେଜ୍ ହେଉଛି । ବାପା ତଥା ବରିଷ୍ଠ ଅଭିନେତା ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲାରେ ଥିବା ଲକଜୁରିୟସ୍ ବଙ୍ଗଲୋରେ ଉଭୟଙ୍କ ବିବାହ ଉତ୍ସବ ଚାଲିଛି । ଗତ ଦୁଇ ଦିନ ଧରି ଏଠି ଚାଲିଥିଲା ହଲଦି, ମେହନ୍ଦି କାର୍ଯ୍ୟକ୍ରମ । ଉଭୟ ପରିବାରର କିଛି ନିର୍ଦ୍ଦିଷ୍ଟ ଅତିଥି ଯୋଗ ଦେଇଛନ୍ତି । ଆଜି ସଂଧ୍ୟାରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ହେବ । ଏଥିରେ ୧୦୦ ଜଣ ଅତିଥି ଯୋଗଦେବା ପାଇଁ ଆୟୋଜନ କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ସମସ୍ତ ଅତିଥିଙ୍କୁ ବିବାହ ବେଳେ ଫୋନ୍ ବ୍ୟବହାର କରିବା ଉପରେ ରୋକ ଲାଗିଛି । ତାସହ ବିବାହକୁ ଅଧିକ ସର୍ପାଇଜିଂ କରିବାକୁ ଅନେକ ଯୋଜନା ହୋଇଛି । ବଲିଉଡ୍ ଓ କ୍ରିକେଟରଙ୍କ ଏହି ଚର୍ଚ୍ଚିତ ଯୋଡ଼ି ବହୁ ସମୟରୁ ପରସ୍ପରକୁ ଡେଟ୍ କରୁଥିଲେ । ଏହାପୂର୍ବରୁ ବିରାଟ-ଅନୁସ୍କା, ଯୁବରାଜ-ହେଜେଲ, ହରଭଜନ-ଗୀତା ବସ୍ରା, ଆଝାରୁଦ୍ଧିନ-ସଙ୍ଗୀତା ବିଜଲାନୀ ଭଳି ଅନେକ କ୍ରିକେଟର ଓ ଅଭିନେତ୍ରୀଙ୍କ ଯୋଡ଼ି ବିବାହ କରିଛନ୍ତି ।
ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟିଙ୍କ ଖୁବ୍ ଶୀଘ୍ର ହାତ ଗଣ୍ଠି ପଡିବାକୁ ଯାଉଛି । କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ଆଥିଆଙ୍କ ସମ୍ପର୍କକୁ ନେଇ ବେଶ କିଛି ବର୍ଷ ଧରି ଆଲୋଚନା ଚାଲିଥିଲା । ସେ ଗତ ବର୍ଷ ତାଙ୍କ ପ୍ରଶଂସକଙ୍କୁ ଏହି ସମ୍ପର୍କ ବିଷୟରେ ଜଣାଇଥିଲେ । ଉଭୟ କିଛି ଦିନ ହେବ୍ ପରସ୍ପରକୁ ଡେଟ୍ କରୁଥିଲେ । କୁହାଯାଉଛି ଯେ ଉଭୟଙ୍କ ବିବାହ ଦକ୍ଷିଣ ଭାରତୀୟ ଷ୍ଟାଇଲ୍ରେ ହେବ । ଏନେଇ ଆଉଟ୍ଫିଟ୍ ମଧ୍ୟ ପୂର୍ବରୁ ସ୍ଥିର ହୋଇସାରିଥିଲା ।
ଜି.କେ ଇଣ୍ଡିଆ ଏବଂ ବଜାର ଇଣ୍ଡିଆର ପୂର୍ବତନ ଫ୍ୟାଶନ ଏଡିଟର୍ ରାହୁଲ ବିଜୟ, କେ.ଏଲ୍ ରାହୁଲଙ୍କ ପୋଷାକ ଡିଜାଇନ୍ ଦାୟିତ୍ୱ ନେଇଥିଲେ । ରାହୁଲ ବିବାହରେ ରାଜକୀୟ ଲୁକ୍ ବାଲା ଶେର୍ୱାନି ପିନ୍ଧିବାର ସମ୍ଭାବନା ରହିଛି । ସେହିପରି ଆଥିୟା ଶେଟ୍ଟୀଙ୍କ ବିବାହ ପୋଷାକ ଆମି ପଟେଲଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି ।
ପ୍ରକାଶଥାଉ ଯେ, ୨୦୨୧ରେ ଆଥିୟା ଏବଂ ରାହୁଲ ନିଜ ସମ୍ପର୍କକୁ ଖୁଲାସା କରିଥିଲେ । ଯେତେବେଳେ ରାହୁଲ ଅଭିନେତ୍ରୀ ଆଥିୟାଙ୍କ ଜନ୍ମଦିନରେ ସୋସିଆଲ ମିଡିଆ ରେ ଉଭୟଙ୍କ ଫଟୋ ଶେୟାର କରିଥିଲେ । କେବଳ ଏତିକି ନୁହେଁ, ସେ ଆଥିୟାଙ୍କ ପରିବାର ସହିତ ଏକ ଭଲ ସମ୍ପର୍କକୁ ନେଇ ଶେୟାର କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)