• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଛି ଭାରତ । ଫାଇନାଲରେ ଲେବାନନକୁ ୨-୦ ଗୋଲରେ ପରାସ୍ତ କରି ଭାରତ ଟାଇଟଲ ହାସଲ କରିଛି ।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ କ୍ୟାପଟେନ ସୁନୀଲ ଛେତ୍ରୀ ୪୬ତମ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ଲାଲି ଅଞ୍ଜୁଆଲା ୬୬ତମ ମିନିଟରେ ଦ୍ୱିତୀୟ ଗୋଲ୍ ଦେଇଥିଲେ । ଲାଲି ଅଞ୍ଜୁଆଲା ହୋଇଛନ୍ତି ମ୍ୟାନ ଅଫ ଦି ମ୍ୟାଚ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ଟିମକୁ ଟ୍ରଫି ପ୍ରଦାନ କରିବା ସହିତ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଏହା ଆଗରୁ ୨୦୧୮ରେ ମଧ୍ୟ ଭାରତ ଇଣ୍ଟର କଣ୍ଟିନେଣ୍ଟାଲ ଟାଇଟଲ ହାସଲ କରିଥିଲା ।